OLD_TOWN Photograph: (OTV)
ମାଟି ତଳୁ ମିଳିବ ସତ, ପୋତି ରହିଛି ୧୦ ହଜାର ବର୍ଷର ସହର, ସତ ଖୋଜିବାକୁ ଲାଗିଛନ୍ତି ଗବେଷକ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଏବେ ଏମିତି କିଛି ଆଭାସ ମିଳିବା ପରେ ଖୋଳା ଚାଲିଛି। ଭାରତୀୟ ପତ୍ନତାତ୍ତ୍ବିକ ସର୍ଭେ-ASI ପକ୍ଷରୁ ଭୀମମଣ୍ଡଳି ପାହାଡ଼ରେ ସ୍ବତନ୍ତ୍ର କ୍ୟାମ୍ପ ବସିଛି। ଆରମ୍ଭ ହୋଇଛି ମାଟି ଖୋଳା ସହିତ ଏହାର ଗବେଷଣା।
କୁହାଯାଉଛି ଏଠି ୧୦ ହଜାର ବର୍ଷେ ତଳେ ସଭ୍ୟତା ଥିଲା। ତେଣୁ ରେଢ଼ାଖୋଲ ଅଞ୍ଚଳର ଭୀମମଣ୍ଡଳି, ରାଇଲ, ଲାଣ୍ଡିମାଲ, ଲୁହାପଙ୍କ ପଞ୍ଚାୟତ ଅଞ୍ଚଳର ଛତାଗଡ଼ ଓ ବ୍ରାହ୍ମଣୀର ସଂରକ୍ଷିତ ଜଙ୍ଗଲରେ ଅନୁଧ୍ୟାନ ଚାଲିଛି। ଘଞ୍ଚ ଜଙ୍ଗଲ ଭିତରେ ଥିବା ଏସବୁ ଅଞ୍ଚଳରେ ରହିଛି ୪୨ଟିି ପଥରରେ କାରୁକାର୍ଯ୍ୟ ଓ ଚିତ୍ର।
ଐତିହାସିକ କିର୍ତ୍ତୀରାଜି
ଭୀମ ମଣ୍ଡଳି ଓ ଏହାର ଆଖପାଖ ପ୍ରାୟ ୨୫ କିଲୋମିଟର ଭିତରେ ଅନେକ ଐତିହାସିକ କିର୍ତ୍ତୀରାଜି ରହିଛି। ବିଶାଳ ବିଶାଳ ପଥରରେ ଖୋଦେଇ ରହିଛି। ପଥର ଗୁମ୍ଫାରେ ଚିତ୍ର ଅଙ୍କା ଯାଇଛି। ଏସବୁ ପାର୍ଲୀ ଭାଷାରେ ଲେଖା ଯାଇଥିବା ଅନୁମାନ କରାଯାଉଛି। ତେଣୁ ଯେତେ ଏହାର ରହସ୍ୟ ଫିଟିବ ସେତେ ଏହାର ଅସଲ ବୟସ ଜଣାପଡ଼ିବ।
ସେଥିପାଇଁ ASI ଅଧ୍ୟକ୍ଷ ଡିବି ଗଡ଼ନାୟକଙ୍କ ସହ ୧୫ ଜଣିଆ ଟିମ୍ ସାମିଲ ହୋଇଛନ୍ତି।
ଓଡ଼ିଶାର ପ୍ରତି କୋଣ ଅନୁକୋଣରେ ଲୁଚି ରହିଛି ଇତିହାସ। ମାଟିର ପ୍ରତିଟି କଣିକା, ପାହାଡ଼ର ପ୍ରତିଟି ପ୍ରସ୍ତରରେ ଲୁଚି ରହିଛି କାହାଣୀ, ବାସ୍ ଏସବୁ ଖୋଜିବାକୁ ପ୍ରୟାସ ଆବଶ୍ୟକ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/09/old_town-2026-01-09-12-20-57.jpg)