Advertisment

କରୋନାକୁ ହରାଇଲେ ଶହେ ବର୍ଷର ବୃଦ୍ଧା

ନୟାଗଡ଼: କରୋନା ନାଁ ଶୁଣିବା ମାତ୍ରକେ ସତେ ଯେପରି ଛାତି ଥରି ଉଠୁଛି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଯାଏ ସବୁ ବର୍ଗର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। କରୋନା କେତେ ଯେ ଘର ଭାଙ୍ଗିସାରିଲାଣି ଆଉ କେତେ ଯେ…

ଅଦ୍ୟତନ ହୋଇଛି
କରୋନାକୁ ହରାଇଲେ ଶହେ ବର୍ଷର ବୃଦ୍ଧା

covid-winner

Advertisment

ନୟାଗଡ଼: କରୋନା ନାଁ ଶୁଣିବା ମାତ୍ରକେ ସତେ ଯେପରି ଛାତି ଥରି ଉଠୁଛି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଯାଏ ସବୁ ବର୍ଗର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। କରୋନା କେତେ ଯେ ଘର ଭାଙ୍ଗିସାରିଲାଣି ଆଉ କେତେ ଯେ ପରିବାର ନିଶ୍ଚିହ୍ନ କରିସାରିଲାଣି ତାହାର ଆକଳନ କରିବା ମୁସ୍କିଲ। ଯେଉଁ ଭୂତାଣୁରେ ଯୁବ ବୟସର ପିଲାମାନେ ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି, ଆଜି ସେଠି ଶହେ ବର୍ଷ ବୟସ ଡେଇଁଥିଲେ ବି କରୋନାକୁ ହରାଇଛନ୍ତି ଜଣେ ବୃଦ୍ଧା।

Advertisment

କରୋନାକୁ ହରାଇଲେ ଶହେ ବର୍ଷର ବୃଦ୍ଧା। ନୟାଗଡ଼ ଖଣ୍ଡପଡ଼ା ମେଡିକାଲରେ ଜଣେ ଶହେ ବର୍ଷର ବୃଦ୍ଧା କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ସୁମତି ନାୟକ ନାମକ। ଏହି ମହିଳା କରୋନା ପଜିଟିଭ୍ ବାହାରିବା ପରେ ତାଙ୍କୁ ଖଣ୍ଡପଡ଼ା କୋଭିଡ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ଥିବା ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସାରେ ଲାଗିଥିଲେ।

କିଛି ଦିନର ଚିକିତ୍ସା ପରେ ସେ କରୋନାରୁ ସୁସ୍ଥ ହୋଇଛନ୍ତି। ସୁମତିଙ୍କ ଭଳି ଜଣେ ଶହେ ବର୍ଷର ବୃଦ୍ଧା କରୋନାରୁ ଭଲ ହେବା ବହୁତ ଖୁସିର କଥା। ଏହା ମେଡିକାଲର ଡାକ୍ତରୀ ଟିମ୍ ଓ ସାରା ଜିଲ୍ଲାର ଲୋକଙ୍କ ମନୋବଳ ବୃଦ୍ଧି କରିବ ବୋଲି ଜିଲ୍ଲାପାଳ କହିଛନ୍ତି। କୋଭିଡ୍ କେୟାର ସେଣ୍ଟରରେ ସ୍ୱାସ୍ଥ୍ୟ କର୍ମୀ ବୃଦ୍ଧାଙ୍କ ମୁଣ୍ଡ କୁଣ୍ଡାଇ ଦେବା ସହ ତାଙ୍କୁ ଖୁଆଇ ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ