Jeypore-British-Bridge Photograph: (OTV)
ବିପଦରେ ବ୍ରିଟିସ୍ ଅମଳର ଐତିହାସିକ ବ୍ରିଟିଶ ବ୍ରିଜ୍। ପ୍ରାୟ ଶହେ ବର୍ଷ ସେବା ପ୍ରଦାନ କରିଥିବା ଏହି ଲୁହା ପୋଲ ଏବେ ଯେମିତି ଚିଲେଇ ଚିଲେଇ କହୁଛି ମୋ ଉପରକୁ ଆସନା ଅଘଟଣ ଘଟିଯିବ। ଇଏ ହେଉଛି ଜୟପୁର ଠାରୁ ବୈପାରିଗୁଡା ଯାଇଥିବା ଜାତୀୟ ରାଜପଥ ୨୬ ରାସ୍ତାରେ ଥିବା ପାତ୍ରପୁଟ ଲୁହା ପୋଲ। ଇଂଗ୍ରେଜ୍ ସରକାରଙ୍କ ଦ୍ୱାରା ନିର୍ମିତି କିଛି ପୁରଣା କିମ୍ବଦନ୍ତିରୁ ଗୋଟିଏ। ଏହି ଐତିହାସିକ ପୋଲ ୧୯୩୧ ମସିହାରେ ଇଂଗ୍ରେଜ୍ ସରକାର ନିର୍ମାଣ କରିଥିଲେ। ପାଖାପାଖି ୧୦୦ବର୍ଷ ବିତିବାକୁ ଯାଉଥିବା ବେଳେ ପୋଲଟି ଏବେ ବିପଦରେଷ। ପ୍ରତିଦିନ ଏଠାରେ ଶହ ଶହ ଗାଡ଼ି ଯାତାୟାତ କରୁଥିବା ବେଳେ, ଘଣ୍ଟା ଘଣ୍ଟା ଧରି ପୋଲ ମଧ୍ୟରେ ଭାରିଯାନ ଅଟକି ରହୁଛି। ହେଲେ ପୋଲର ମରାମତି କରାଯାଉନଥିବା ବେଳେ ବାଇପାସ୍ ରାସ୍ତାଟିଏ ମଧ୍ୟ ନିର୍ମାଣ ହୋଇପାରିନି।
ଏହି ପୋଲ ଓଡ଼ିଶା, ଆନ୍ଧ୍ର,ତେଲେଙ୍ଗାନା ସହ ଛତିଶଗଡକୁ ଯୋଗାଯୋଗ କରୁଛି। ହେଲେ ଏହି ଐତିହାସିକ ପୋଲ ଏବେ ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ କେତେବେଳେ କଣ ହେବ କହିବା ମୁସକିଲ୍। ଏହାସହ ପୋଲ ଉପରେ ବହୁ ଭାରିଜାନ ଯିବା ବେଳେ ଦୁର୍ଘଟଣାର ମଧ୍ୟ ଘଟୁଛି। ତେଣୁ ଏକ ବିକଳ୍ପ ବ୍ରିଜ୍ ନିର୍ମାଣ କରିବା ନେଇ ବହୁବାର ଜିଲ୍ଲା ପରିଷଦ ବୈଠକରେ ଆଲୋଚନା ମଧ୍ୟ ହୋଇଛି। ହେଲେ ଫଳ ଶୂନ। ସେପଟେ ଜାତୀୟ ରଜପଥ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ଯେ କୈଣସି ବିପଦ ନାହିଁ ଏବଂ ତୁରନ୍ତ ଏହାର ମରାମତି କରାଯିବା ସହ ନୂତନ ପୋଲ ପାଇଁ ଟେଣ୍ଡର ଆହ୍ବାନ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/13/jeypore-british-bridge-2025-10-13-09-46-07.jpg)