Advertisment

Robbery: ଘର ସାମ୍ନାରୁ ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଲୁଟ୍

ରବୀନ୍ଦ୍ର ତ୍ରିପାଠୀ ଟାଙ୍ଗୀ ଏସବିଆଇ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଉଠାଇ ଘରକୁ ଆସିଥିଲେ । ଗାଡ଼ି ଘର ଆଗରେ ରଖି ଘର ଭିତରକୁ ଯିବା ଭିତରେ ସବୁ ଟଙ୍କା ଲୁଟି ନେଇଛନ୍ତି ଲୁଟେରା।

CTC_LOOT

CTC_LOOT Photograph: (OTV)

Advertisment

ଘର ସାମ୍ନାରୁ ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଲୁଟ୍ । ଏନେଇ କଟକ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି । ନପଙ୍ଗ ପଞ୍ଚାୟତ ଇଟୁଆ କୋରକର ଗାଁର ରବୀନ୍ଦ୍ର ତ୍ରିପାଠୀ ଜମି କିଣିବା ନିମନ୍ତେ ଟାଙ୍ଗୀ ଏସବିଆଇ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଉଠାଇ ଘରକୁ ଆସିଥିଲେ । ଗାଡ଼ି ଘର ଆଗରେ ରଖି ଘର ଭିତରକୁ ଯାଇଥିଲେ । 
ଘର ବାହାରକୁ ଆସିବା ସମୟରେ ତାଙ୍କ ଘର ସାମ୍ନାରୁ ସ୍କୁଟି ଡିକି ତାଡି କେହି ୧୦ ଲକ୍ଷ ଟଙ୍କା ନେଇଯାଉଥିବା ଦେଖିବାକୁ ପାଇଥିଲେ। ଦୁଇଟି ବାଇକରେ ୪ଜଣ ଆସି ଏହି ଲୁଟ କରିଥିବା ଅଭିଯୋଗକାରୀ କହିଛନ୍ତି ।  ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭିଠାରୁ ଆରମ୍ଭ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।

Advertisment

Robbery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ