ସଂକ୍ଷେପରେ ଆଜିର ତାଜା ଖବର - Tuesday, 02 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜୁଲାଇ ୮ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ଗଣତି-ମଣତି

ଅନ୍ୟପଟେ ଆଜି ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା ସଂପନ୍ନ ପାଇଁ ସହଯୋଗ କାମନା କରିଛନ୍ତି । ପୁରୀରେ ରଥଯାତ୍ରା ସମୀକ୍ଷାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । More

ମୁରବୀଶୂନ୍ୟ ହୋଇଛି କି ଓଡ଼ିଶା କଂଗ୍ରେସ ? ପାର୍ଟି ଅଫିସରେ ୯ ଦିନ ଝୁଲିଲା ତାଲା !

ଆଜି ତାଲା ଖୋଲିଥିଲେ ବି କଂଗ୍ରେସ ଅଫିସ୍ ଖାଁ ଖାଁ । AICCକୁ ସବୁ ଜଣାଇଛି କହିଲେ ଶରତ । More

‘ବାହାରିଆ ଅଣଓଡ଼ିଆ ଠିକାଦାରଙ୍କୁ କାମ ଦେବା ହୋଇଥିଲା ବଡ଼ ଷଡ଼ଯନ୍ତ୍ର’

ଅଣ ଓଡ଼ିଆଙ୍କୁ କାମ ଦେବା ପାଇଁ ଛୋଟ ଛୋଟ କାମକୁ ମିଶାଇ ହଜାରେ କୋଟିରୁ ଅଧିକ ବଡ଼ ଟେଣ୍ଡର କରାଯାଉଥିଲା। ଏସବୁର ଖୋଳତାଡ ନିହାତି ଆବଶ୍ୟକ ବୋଲି ମଧ୍ୟ ସେ ଦାବି କରିଛନ୍ତି। More

ସଂସଦରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ପ୍ରବଳ ଧୁଲେଇ

୨୦୨୪ ନିର୍ବାଚନରେ ଓଡ଼ିଶାର ବିଜେପିର ଅପୂର୍ବ ସଫଳତା କଥା ମନେ ପକାଇ ଏହାକୁ ଜଗନ୍ନାଥଙ୍କ ଭରପୁର ଆଶୀର୍ବାଦ ବୋଲି ମଧ୍ୟ କହିଛନ୍ତି। More

ହାତୀଙ୍କୁ ହାଇଫାଇ ସୁବିଧା; ରହିଛି ସ୍ୱତନ୍ତ୍ର ଖେଳପଡ଼ିଆ, କିଚେନ୍-ରେସ୍ତୋରାଁ

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ କିଛି ଖାସ୍ ହାତୀଙ୍କୁ ମିଳୁଛି ହାଇଫାଇ ଖାତିରଦାରୀ । ସେମାନଙ୍କ ପାଇଁ ଅଛି ସ୍ୱତନ୍ତ୍ର ଖେଳପଡ଼ିଆ, କିଚେନ୍ ଓ ରେସ୍ତୋରାଁ । More

ବିଜେପି ଆଡକୁ ଢଳୁଛନ୍ତି ବିଜେଡି କର୍ପୋରେଟର! ସତ୍ତା ବଦଳିବା ପରେ ଚର୍ଚ୍ଚା ଜୋର

ବିଜେପି ଆଡ଼କୁ ଢଳୁଛନ୍ତି କି ବିଜେଡି କର୍ପୋରେଟର ? ଖୋଦ ବିଜେଡି କର୍ପୋରେଟର ଏଭଳି ବଡ଼ ଖୁଲାସା କରିବା ପରେ ରାଜଧାନୀ ବିଜେଡି ରାଜନୀତି ଏବେ ଚର୍ଚ୍ଚାରେ । More

ମାଷ୍ଟରକ୍ୟାଣ୍ଟିନ ଛକରେ ଲଙ୍କାକାଣ୍ଡ, ମୁହାଁମୁହିଁ ହେଲେ ବିଜେପି- ଛାତ୍ର କଂଗ୍ରେସ

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଲଙ୍କାକାଣ୍ଡ । ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଛାତ୍ର କଂଗ୍ରେସ କର୍ମୀ । More

ବାପା କୋଳରୁ ଝିଅକୁ ଟାଣି ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ!

ଶିଶୁକୁ ବାପା କୋଳରୁ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହାପରେ ପୀଡ଼ିତାକୁ ଛାଡ଼ି ଫେରାର ହୋଇ ଯାଇଥିଲା । More

ଥମୁନି ରାହୁଲ ବୟାନ୍‌ ଝଡ଼; କଡ଼ା ଭର୍ସନା କଲେ ମନମୋହନ ସାମଲ, କହିଲେ ...

ଲୋକସଭାରେ ହିନ୍ଦୁମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କଂଗ୍ରେସ ବିରୋଧୀ ସିଟରେ ବସିବାରୁ ଅଣନିଃଶ୍ୱାସୀ ହୋଇଛନ୍ତି । More

ଭୁବନେଶ୍ବର ବିଜେଡିରେ ଫାଟ ! 'ଦଳବଦଳ କରିପାରନ୍ତି କର୍ପୋରେଟର'

ବିଜେଡିରେ ଫାଟ ଆଶଙ୍କା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ଇଙ୍ଗିତ ପରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। More

ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରା ୨ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ଛୁଟି ଘୋଷଣା ହୋଇଛି । ପୁରୀରେ ସମୀକ୍ଷା ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ More

ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ, ୭ ଦିନରେ ଦିଅ ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀମାଇନା ରିପୋର୍ଟ

ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି । More

ବଦଳିଲା ଲକ୍ଷ୍ମୀ ବସ୍‌ ରଙ୍ଗ, ସବୁଜରୁ ହେଲା ଗେରୁଆ

ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି । ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି । More

ପାଖେଇ ଆସୁଛି ଘୋଷଯାତ୍ରା, ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ଉପସ୍ଥିତ ରହିବେ । More

ଲାଭ ଦାୟକ ଫସଲରୁ ମୁହଁ ମୋଡୁଛନ୍ତି ଚାଷୀ; କାଜୁ ଛାଡ଼ି କରୁଛନ୍ତି ମକା ଓ ପନି ପରିବା ଚାଷ 

ଯେଉଁଠି ଦିନେ କାଜୁ ଫସଲ କରି ଭଲ ଦି ପଇସା ରୋଜଗାର କରୁଥିଲେ ଚାଷୀ , ଆଜି ସେଠି କଟା ହୋଇ ପଡି ରହିଛି ଶହ ଶହ କାଜୁ ଗଛ । ଉଚିତ ମୂଲ୍ୟ ମିଳୁନଥିବାରୁ ମକା ଓ ପନି ପରିବା ପ୍ରତି ଆକୃଷ୍ଠ । More

ମାଲିକାନା ବଦଳିବାରୁ ସତ୍ତା ହରାଉଛି କି ଗୋପାଳପୁର ବନ୍ଦର ?

ଗଞ୍ଜାମ ଜିଲ୍ଲାର ପୁରାତନ ଗୋପାଳପୁର ବନ୍ଦର । ମାଲିକାନା ପରବର୍ତ୍ତନ ଯୋଗୁଁ ସ୍ଥିତି ଦୁର୍ବଳ ହେଉଥିବା ଅଭିଯୋଗ । ୧୮ ବର୍ଷ ଭିତରେ ପାଞ୍ଚ ପାଞ୍ଚ ଥର ପରିବର୍ତ୍ତନ । More

ଗଣତି ହେବେ ରଥକୁ ଆସୁଥିବା ଭକ୍ତ; ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ଟି ମାର୍ଗରେ ହେବ ଗଣନା

ଚଳିତ ଥର ରଥଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ । ଭକ୍ତଙ୍କ ସଂଖ୍ୟା ଗଣନା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା  । ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ଟି ମାର୍ଗରେ ଗଣନା ହେବ । More

ଏଥର ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ, ୪ ଅତିରିକ୍ତ ଡିଜି ପାହ୍ୟା ଅଧିକାରୀ

୩ ପ୍ଲାଟୁନ ଓ ଏସଏଏଫ୍‌ଙ୍କୁ ମୁତୟନ କରାଯିବା ସହିତ କେନ୍ଦ୍ର ସରକାରଙ୍କୁ ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ପାଇଁ ଆବେଦନ କରାଯାଇଛି । ସେପଟେ ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ । ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ରେ ଲୋକଙ୍କୁ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ ସୂଚନା ଦିଆଯିବ । More

ଲାଗୁ ହେଲା ନୂଆ ଭାରତର ନୂଆ ଆଇନ, ଦଣ୍ଡ ଅପେକ୍ଷା ନ୍ୟାୟକୁ ଗୁରୁତ୍ୱ

ଆଉ ଦୀର୍ଘ ବର୍ଷ ଗଡ଼ିବନି କେସ୍, ହତାଶ କରିବନି ‘ତାରିଖ ପେ୍ ତାରିଖ’ । କେବଳ ଦଣ୍ଡବିଧାନ ନୁହେଁ, ପୂରା ବ୍ୟବସ୍ଥାରେ ଆମୂଳ ଚୂଳ ସଂସ୍କାର । More

ପାଖରେ ବସାଇ ଲୋକଙ୍କ ଗୁହାରି ଶୁଣିଲେ ସିଏମ୍ ମୋହନ

ପ୍ରଥମ ଦିନରେ ୧୫୫୦ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ଓ ଟିମ୍ । ଅନ୍ ଦି ସ୍ପଷ୍ଟ ଫୈସଲା ପାଇ କୃତ୍ୟ କୃତ୍ୟ ଜନତା । More

‘ରଥଯାତ୍ରାକୁ ନେଇ ଗଜପତିଙ୍କ ପରାମର୍ଶ ସରକାର ପାଳନ କରିବେ’

ଗଜପତିଙ୍କ ସାକ୍ଷାତ ସମ୍ପର୍କରେ ଆଇନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି- ଗଜପତି ଶୃଙ୍ଖଳିତ ନୀତିକାନ୍ତି ନେଇ ପରାମର୍ଶ ଦେଇଛନ୍ତି, ତାହା ସରକାର ପାଳନ କରିବେ। More

ଅଭିଯୋଗ ଶୁଣିବ BMC, ସମସ୍ୟା ନେଇ ଲୋକଙ୍କ ଲାଗିଲା ଲମ୍ବା ଲାଇନ୍

ଆରମ୍ଭ ହୋଇଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ବିଭିନ୍ନ ଆଡୁ ଆସିଥିବା ଜନତାଙ୍କ ଗୁହାରି ଶୁଣିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । More