ସଂକ୍ଷେପରେ ଆଜିର ତାଜା ଖବର - Sunday, 19 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

‘ଚିଟ୍‌ଫଣ୍ଡ ତଦନ୍ତରେ CBI ପୂରା ଆକ୍ଟିଭ୍‌ ଅଛି, ଆମ ମତ ସମସ୍ତେ ଟଙ୍କା ଫେରସ୍ତ ପାଇବେ’

‘ଓଡ଼ିଶା ଭଳି ସାମର୍ଥ୍ୟବାନ ପ୍ରଦେଶ ଆଉ କେଉଁଠି ନାହିଁ । ଆମକୁ ଅଳ୍ପ ସମୟ ଦରକାର, ଓଡ଼ିଶାର ସବୁ ଆଶା ପୂରଣ କରିବୁ ।’ More

ୱାର ରୁମ-ପ୍ରଚାର-ବୁଥ ମ୍ୟାନେଜମେଣ୍ଟର ସମୀକ୍ଷା କଲେ ମୋଦି

ବିଜେପି କାର୍ଯ୍ୟାଳୟରେ ବୈଠକ ସାରି ପ୍ରଧାନମନ୍ତ୍ରୀ ମୋଦି ରାଜଭବନ ଯାଇଛନ୍ତି। ସେଠାରେ ରାତ୍ରିଯାପନ ପରେ ମୋଦି ଆସନ୍ତାକାଲି ସକାଳୁ ପୁରୀ ଯିବେ। More

ବଡ଼ଦାଣ୍ଡରେ ମୋଦିଙ୍କ ରୋଡ୍ ସୋ’, ଅନୁଗୁଳ-କଟକରେ ବିଶାଳ ସମାବେଶ

ତୃତୀୟ ପର୍ଯ୍ୟାୟ ଓଡ଼ିଶା ଗସ୍ତରେ ମୋଦି କରିବେ ମାରାଥନ ପ୍ରଚାର । ପ୍ରଧାନମନ୍ତ୍ରୀଙ୍କ ଘନଘନ ଗସ୍ତକୁ ନେଇ ଜୋଶରେ ରାଜ୍ୟ ବିଜେପି । More

ଏଥର ବିଶୃଙ୍ଖଳାକାରୀଙ୍କୁ ସାବାଡ଼ କରିବାକୁ ତୟାର ସଶସ୍ତ୍ର ପୋଲିସ.. ଛକ ଛକରେ ଚେକିଂ

ଅଶାନ୍ତ ଆସ୍କା ଓ ମାଓପ୍ରବଣ କନ୍ଧମାଳ ସହ ବଲାଙ୍ଗିର-ବରଗଡ଼-ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ହେବ ମତଦାନ । More

ମହାଙ୍ଗା ରାଜନୀତି; ପ୍ରଚାର ମୈଦାନରେ ମୁହାଁମୁହିଁ ଦେବେନ୍ଦ୍ର-ପ୍ରତାପ

ପ୍ରତାପଙ୍କ ‘ଧୋକାବାଜ ଓ କୁଚକ୍ରୀ’ ମନ୍ତବ୍ୟର ଜବାବ ରଖିଲେ ଦେବେନ୍ଦ୍ର । ‘ମୁସଲିମ୍ ସମ୍ପ୍ରଦାୟଙ୍କୁ ଧୋକା’ ଅଭିଯୋଗର ଜବାବ ରଖିଲେ ଦେବେନ୍ଦ୍ର । More

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ, ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟରେ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ମୋଦି । More

ଖଲ୍ଲିକୋଟ ହତ୍ୟା ଘଟଣାରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପୀତାମ୍ବରଙ୍କ ଟାର୍ଗେଟ୍

ଖଲ୍ଲିକୋଟ ହିଂସା ଓ ହତ୍ୟା ଘଟଣାରେ ପୋଲିସକୁ ଟାର୍ଗେଟ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ପୀତାମ୍ବର ଆଚାର୍ଯ୍ୟ । More

ଭୋଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ ୩୩ ହଜାର ପୋଲିସ କର୍ମଚାରୀ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ୫ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ମୋଟ ୩୩ ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । More

ପ୍ରଚାର ମୈଦାନରେ ହଟହଟା ହେଲେ ଦେବୀ ମିଶ୍ର, ଗରା ଓ ବାଲଟି ଧରି ବିରୋଧ କଲେ ଗ୍ରାମବାସୀ

ହଟହଟା ହେଲେ ବଡ଼ମ୍ବା ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର । ପାଣି ସମସ୍ୟାର ସମାଧାନ ପାଇଁ ଘେରିଲେ ଗାଁ ଲୋକ । More

ରେଢ଼ାଖୋଲରେ ବର୍ଷିଲେ ରାଜନାଥ; କହିଲେ, ବିଜେପି ସରକାର ଆସିଲେ ହେବ ରତ୍ନଭଣ୍ଡାର ତଦନ୍ତ

ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି । ବିଜେପି ସରକାର ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । More

ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଟାର୍ଗେଟ, ସୀମା ଭିତରେ ରହିବାକୁ ଦେଲେ ପରାମର୍ଶ

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ‘ଔକାତ୍’ ଏବଂ ‘ଦମ୍’ ଶବ୍ଦର ବ୍ୟବହାର କରିବା ବି ଅନୁଚିତ । ପୂର୍ବତନ ଆଇଏଏସ୍ ଅଧିକାରୀ ପାଣ୍ଡିଆନ ବାବୁଙ୍କୁ ଏହା ଶୋଭା ପାଉନି ବୋଲି କହିଛନ୍ତି ଅପରାଜିତା । More

ଆଣ୍ତାମାନ ଛୁଇଁଲା ମୌସୁମୀ; ୨୨ ସୁଦ୍ଧା ଲଘୁଚାପ !

କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରାକ୍ ମୌସୁମୀ ଋତୁରେ ବାତ୍ୟାର ସମ୍ଭାବନା ରହିଥାଏ। More

ଶ୍ରୀମୟୀ ଗଲେ କୁଆଡେ ? ନା ଦେଖାଯାଉଛନ୍ତି ନା ପ୍ରଚାର କରୁଛନ୍ତି..

କୁହାଯାଉଥିଲା, ବିଜେଡି ଶ୍ରୀମୟୀଙ୍କୁ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିବ। ରାଜଧାନୀରେ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରି ମହିଳା କାଡ୍‌ ଖେଳିବ ବିଜେଡି। ଯିଏ ବିଜେପିର ଅପରାଜିତାଙ୍କୁ ଚେକ ଦେବାକୁ ସମର୍ଥ ହେବେ। ହେଲେ ଦଳ ଅପ୍ରତ୍ୟାଶିତ ଭାବେ ପ୍ରାର୍ଥୀଙ୍କ ନାଁ ଘେୋଷଣା କଲା। More

ବିଜେଡ଼ିକୁ ଝଟକା; ପଦ୍ମ ଧରିଲେ ନିମାପଡ଼ା ବିଧାୟକ ସମୀର ଦାଶ

ବିଜେଡିକୁ ଶକ୍ତ ଧକ୍କା। ଦଳ ଛାଡିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ଦାଶ। More

ଚମ୍ପୁଆରେ ତ୍ରିମୁଖୀ ଲଢ଼େଇ; କିଏ ମାରିବ ବାଜି.. କାହାକୁ ବାଛିବେ ଭୋଟର୍?

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ। ଏଥର ବିଜେପି ପାଇଁ ସମ୍ମାନର ଲଢ଼େଇ। ଗତ ୩ଟି ନିର୍ବାଚନରେ ବିଜେପି ଏଠାରେ ଖାତା ଖୋଲିପାରିନଥିବା ବେଳେ ଏଥର କିନ୍ତୁ ଖୁବ ଆଶାବାଦୀ ଅଛି। More

ପାଖେଇ ଆସୁଛି ଘୋଷଯାତ୍ରା; ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ

ତିନି ରଥର ୪୨ ଗୋଟି ତୁମ୍ବରେ ୧୬ ଯୋଡା ଲେଖାଏଁ ବିନ୍ଧ କାର୍ଯ୍ୟ ମହାରଣା ସେବକ ମାନେ ଜାରି ରଖିଛନ୍ତି। କରତୀ ସେବକ ମାନେ ମଧ୍ୟ ତୁମ୍ବ ଗୁଡ଼ିକର ବଳକା ଅଂଶର ଘେର କଟା କାର୍ଯ୍ୟ ଜାରି ରଖିଛନ୍ତି। More

Panchang Today 19th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୯ ତାରିଖ ରବିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୧୧ଶୀ ଦିବା ୦୧.୫୦ ଗତେ ୧୨ଶୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୧.୫୦ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ। More

ବିଜେଡି ଛାଡ଼ିଲେ ସମୀର ଦାଶ; ଭିଡିଓ ବାର୍ତ୍ତାରେ କହିଲେ ଇସ୍ତଫାର କାରଣ

ଭିଡିଓ ବାର୍ତ୍ତାରେ ଇସ୍ତଫାର କାରଣ କହିଲେ ସମୀର ଦାଶ। ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ଦଳ ଛାଡ଼ିଲି। More

ଦାମୀ ଗାଡ଼ିରୁ ମିଳୁଛି ପୁଳା ପୁଳା ନୋଟ୍; ସ୍କର୍ପିଓରୁ ୩.୪୦ ଲକ୍ଷ ଜବତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଡୁଙ୍ଗୁରିପାଲି ବ୍ଲକ ଗଣିଆ ଗାଁ ନିକଟରେ ଗାଡ଼ିମୋଟର ଯାଞ୍ଚବେଳେ ଏକ ସ୍କର୍ପିଓରୁ ମିଳିଛି ୩ ଲକ୍ଷ ୪୦ ହଜାର ଟଙ୍କା। More

ବୌଦ୍ଦ ହରଭଙ୍ଗା ଲୁଣିବାହାଲ କିସ୍ ବିଦ୍ୟାଳୟ ପରିସରରେ ଭଙ୍ଗାରୁଜା

ଗୋଚର ଜମି ଉପରେ ବେଆଇନ ରାସ୍ତା ନିର୍ମାଣ, ସ୍ଥାନୀୟ ଲୋକଙ୍କୁ ସ୍କୁଲରେ ନିଯୁକ୍ତି ନମିଳିବା, ନାମଲେଖା ନାଁରେ ଆଦିବାସୀ ପିଲାଙ୍କୁ ଶୋଷଣ ଆଦି ଏକାଧିକ ଅଭିଯୋଗ କରି ଭଙ୍ଗାରୁଜା କରିଛନ୍ତି ଲୁଣିବାହାଲ ଗ୍ରାମବାସୀ। More

ADR ରିପୋର୍ଟ; ସ୍କୁଲ ହତା ମାଡ଼ି ନାହାନ୍ତି ୨ ପ୍ରାର୍ଥୀ, ପଞ୍ଚମ ଯାଏଁ ପଢ଼ିଛନ୍ତି ୧୧ ଜଣ

ତୃତୀୟ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି ୩୮୩ ବିଧାୟକ ପ୍ରାର୍ଥୀ। ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ସେମାନଙ୍କ ନାଁରେ ଅଛି କି କି ମାମଲା ? କେତେ ସମ୍ପତ୍ତିର ଅଧିକାରୀ ସେମାନେ? More

ହାରିବାର ବାସ୍ନା ପାଇଁ ଅଣ୍ଟିରୁ ଟଙ୍କା କାଢୁନି କି ହାତ ? ପ୍ରାର୍ଥୀଙ୍କୁ ଟଙ୍କା ମିଳୁନି, କ୍ୟାମ୍ପେନ ହେବ କେମିତି ?

ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ କି 'ହାତ' ମୁଠାରେ ? ଭୋଟ୍ ବେଳେ କଂଗ୍ରେସକୁ ଘେରିଛି କି ଅର୍ଥ ସଂକଟ ? ଦିନକ ତଳେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତିଙ୍କ ପାଣ୍ଠି ଚିନ୍ତା ପରେ, ଉଠିଛି ଅନେକ ପ୍ରଶ୍ନ। More

BJP ଟପ୍ ଫାଇପ୍‌କୁ ନେଇ ଟେନସନ୍‌ରେ BJD; ହଜାଇ ଦେଲେଣି ନବୀନଙ୍କ ନିଦ

ଚର୍ଚ୍ଚାରେ ବିଜେପିର ଟପ୍ ଫାଇପ୍ ଲିଡରଙ୍କ ମିଳିତ ମାରାଥନ୍ କ୍ୟାମ୍ପେନ୍ । କିଛି ଦିନ ତଳେ ପ୍ରେସମିଟ କରି ଏକା ସାଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ଅପରାଜିତା ଆଉ ପ୍ରତାପ ଷଡଙ୍ଗୀ । More