ସଂକ୍ଷେପରେ ଆଜିର ତାଜା ଖବର - Thursday, 02 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସୁଜାତାଙ୍କୁ ECI ଙ୍କ ଛାଟ; ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ !

ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଲେ ECI। ବଦଳି ନିର୍ଦ୍ଦେଶ ହୋଇଥିବା ଖବର ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି। More

ଖରାରୁ ବର୍ତ୍ତିବା ପାଇଁ ଅଭିନବ ପ୍ରୟାସ, ଟ୍ରାଫିକ୍‌ ପୋଷ୍ଟରେ ଲାଗିଲା ଅସ୍ଥାୟୀ ସେଡ୍‌

ତେବେ ପ୍ରଚଣ୍ଡ ଗ୍ରୀଷ୍ମ ଦାଉରେ ଡହଳ ବିକଳ ହେଉଥିବା ରାଜଧାନୀବାସୀଙ୍କୁ ମିଳିଛି ସାମନ୍ୟ ଆଶ୍ୱସ୍ତି । ରାଜଧାନୀ ଟ୍ରାଫିକ ଛକରେ ବନ୍ଧାଗଲା ପାଲ। More

ଅଂଶୁଘାତ ୱାର୍ଡରେ କାମ କରୁନି ଏସି, ଗରମ ଗୁଳୁଗୁଳିରେ ହନ୍ତସନ୍ତ ଗୁରୁତର ରୋଗୀ

ଏସସିବି ମେଡିକାଲରେ ଇଲେକ୍ଟ୍ରି ମେଣ୍ଟେନାନସ କରୁଥିବା ଠିକାଦାରମାନେ ବକେୟା ପାଉଣା ପାଇନାହାନ୍ତି । ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି। More

ଦେବଦୂତ ସାଜିଲେ ଦାଦନ ଶ୍ରମିକ, ସରକାର ଯାହା କଲେନି କରି ଦେଖାଇଲେ

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଦୀର୍ଘ ୨୪ ବର୍ଷରେ ଯାହା ହୋଇପାରିଲା ନାହିଁ, ତାହା କରି ଦେଖାଇଛନ୍ତି ଜଣେ ଦାଦନ ଶ୍ରମିକ । ଦାଦନ ଖଟି ନିଜ ଗାଁକୁ ଯୋଗାଇଛନ୍ତି ପିଇବା ପାଣି । More

ପ୍ରାର୍ଥିପତ୍ର ଦାଖଲ ଆଳରେ ପାୱାର ଶୋ', ମୈଦାନକୁ ଓହ୍ଲାଇଲେ ମହାଯୋଦ୍ଧା

ମହାଲଢ଼େଇ ପୂର୍ବରୁ ମୈଦାନକୁ ଓହ୍ଲାଇଲେ ମହାଯୋଦ୍ଧା । ଗୋଟିଏ ଦିନରେ ଦେଖିବାକୁ ମିଳିଲା ରାଜ୍ୟର ପୁଳା ପୁଳା ହେଭିୱେଟଙ୍କ ପାୱାର ଶୋ' । ମୁଖ୍ୟମନ୍ତ୍ରୀ ନବୀନଙ୍କଠୁ ଆରମ୍ଭ କରି ବିଜେପିର ଅନେକ ବରିଷ୍ଠ ନେତା ଆଜି ଭରିଛନ୍ତି ନାମାଙ୍କନ । ଏଇଠୁ ବାଜିଛି ଯୁଦ୍ଧାରମ୍ଭର ବିଗୁଲ୍ । More

ଆମଦାନୀଙ୍କୁ ଅନାଇଲା, ପୁରୁଣାଙ୍କୁ ମୁହଁ ମୋଡ଼ିଲା; କେଁ କଟର ଭିତରେ ସରିଲା ଶଙ୍ଖର ପ୍ରାର୍ଥୀ ଘୋଷଣା

୯ଟି ପର୍ଯ୍ୟାୟରେ ୧୪୭ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଶେଷରେ ବିବାଦୀୟ ଖଣ୍ଡପଡା, କୋରେଇ ଓ ନୀଳଗିରି ଆସନରୁ ଯୋଦ୍ଧା ଘୋଷଣା କଲେ ମୁଖିଆ। More

୭ ବର୍ଷ ପରେ ଗ୍ରୀଷ୍ମ ପ୍ରବାହରେ ରେକର୍ଡ, ସର୍ବାଧିକ ୧୬ ଦିନ ଅନୁଭୂତ

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ଜଳୁଛି ଓଡ଼ିଶା । ଖରା ଆରମ୍ଭରୁ ହିଁ ଅସ୍ତବ୍ୟସ୍ତ କରୁଛି ଗରମ ଏବଂ ଗୁଳୁଗୁଳି । ସେପଟେ ପାଣିପାଗ ବିଭାଗ କହୁଛି, ୨୦୧୬ ମସିହା ପରେ ଚଳିତବର୍ଷ ଏପ୍ରିଲ ମାସରେ ଲଗାତାର ସର୍ବାଧିକ ୧୬ ଦିନ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି । More

ନୀଳଗିରିରୁ ସୁକାନ୍ତଙ୍କୁ ମିଳିଲା ଟିକେଟ୍‌, ବିଜେଡି ଛାଡ଼ିଲେ ସନ୍ତୋଷ ଖଟୁଆ

ତେବେ ଆଗକୁ ସନ୍ତୋଷ କେଉଁ ଦଳରେ ଯୋଗ ଦେବେ ସେନେଇ ସ୍ପଷ୍ଟ କରିନାହାନ୍ତି। More

ଆସିଲା ବିଜେପିର ପ୍ରାର୍ଥୀ ତାଲିକା, ବାରବାଟୀ-କଟକରୁ ଲଢ଼ିବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। More

ମିଳିଲାନି ଟିକେଟ୍‌, ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ଟିକେଟ ନଦେଇ ଦଳ ପୁଣି ଥରେ ଅନ୍ୟାୟ କରିଛି ବୋଲି କହିଛନ୍ତି ଅନୁଭବ ପଟ୍ଟନାୟକ । More

ବିରାଟ ପଟୁଆର ନେଇ କଣ୍ଟାବାଞ୍ଜି ବାଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବରୁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ।  More

ନାମାଙ୍କନ ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡିର ଜୟ ଜଗନ୍ନାଥ-ବିଜେପିର ଜୟ ଶ୍ରୀରାମ

ଲିଙ୍ଗରାଜ ମନ୍ଦିରରୁ ଦୌଡ଼ି ଦୌଡ଼ି ଜଟଣୀ ପର୍ଯ୍ୟନ୍ତ ଯାଇଥିଲେ । ତାପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ମନ୍ମଥ । More

ଇମ୍ଫା କାରଖାନାର ଶ୍ରମିକ ମାନଙ୍କୁ ନେଇ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ

ଶ୍ରମିକ ପ୍ରତିନିଧି ସୁଶାନ୍ତ ନାୟକଙ୍କ ନେତୃତ୍ବରେ ଆୟୋଜିତ ସଭାରେ ଇମ୍ଫାର ଭି.ପି. ବିନୟ ଅଗ୍ରୱାଲ ଓ ସିନିୟର୍ ମ୍ୟାନେଜର ସାରଦା ପ୍ରସାଦ ରାଓ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରମିକ ମାନଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା । କୁଶଳୀ ଶ୍ରମିକ ମାନଙ୍କୁ ପୁରସ୍କୃତ କରାଯାଇଥିଲା। More

ତାତିରୁ ଆଶ୍ୱସ୍ତି ଆଣିଦେବ କାଳବୈଶାଖୀ, କିନ୍ତୁ ଆହୁରି ୩ ଦିନ ଜଳିବ...

୧୧ ଜିଲ୍ଲାକୁ ଦିଆଯାଇଛି ୟେଲୋ ସତର୍କତା। କାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। More

ସମୁଦ୍ର ପାଣିରେ ତୀବ୍ର ଗତିର ମଜା,ଓଡ଼ିଶାରେ ସର୍ଫିଂ ଶିଖାଉଛନ୍ତି ବିଦେଶୀ କୋଚ୍

ନୀଳ ସମୁଦ୍ରରେ ମାଛ ପରି ପହଁରୁଛନ୍ତି ବିଦେଶୀ ପର୍ଯ୍ୟଟକ। ପୁରୀର ସମୁଦ୍ର ମୁହାଁଣ ଦୁଃସାହାସିକ ଜଳକ୍ରୀଡ଼ା ପାଇଁ ପାଲିଟିଛି ଉପଯୁକ୍ତ ସ୍ଥାନ । ଆମ ଓଡିଶାରେ ଏଭଳି ଦୁଃସାହସିକ ଜଳକ୍ରୀଡା ୱାଟର୍ ସର୍ଫିଂ । More

ଘରେ ବନାନ୍ତୁ ସୁଆଦିଆ ‘ରାଜମା କଷା’

ଆପଣ ଡାଲି ବା ବୁଟର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଏକ ନିଆରା ଓ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିଟିର ନାଁ ହେଉଛି ‘ରାଜମା କଷା’ । More

ନବୀନ ଭରିବେ ଦ୍ବିତୀୟ ନାମାଙ୍କନ,କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ

କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଏହା ଦ୍ବିତୀୟ ନିର୍ବାଚନ କ୍ଷେତ୍ର । କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ More

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । More

ସୋସିଆଲ ମିଡିଆରେ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ କଟାକ୍ଷ,ଶତାଧିକ ମହିଳାଙ୍କ ଶୋଭାଯାତ୍ରା

ସୋସିଆଲ ମିଡିଆରେ ନୟାଗଡ଼ ରାଣୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ କଟାକ୍ଷ । ଏନେଇ ନୟାଗଡ଼ରେ ଶତାଧିକ ମହିଳାଙ୍କ ଶୋଭାଯାତ୍ରା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । More

Panchang Today 1st May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଆଜିର ପଞ୍ଚାଙ୍ଗ ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨ ତାରିଖ ଗୁରୁବାର ଚନ୍ଦ୍ର- ମକର ଦିବା ୦୨.୩୧ ଗତେ କୁମ୍ଭ ତିଥି- ୯ମୀ ରାତ୍ରି ୦୧.୫୩ ଗତେ ଦଶମୀ।ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୨.୩୧ ଗତେ ମିଥୁନ ଓ ମୀନ ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି। More

ସୋସିଆଲ ମିଡ଼ିଆ ପାଇଁ ଫେରିଲା ଛୁଆ; ମାଙ୍କଡ ହେଲେ ବି ବୁଝିଛି ସମ୍ପର୍କ..ଦେଖନ୍ତୁ ଭିଡିଓ..

ଛୁଆକୁ କୋଳରେ ପାଇ ଗେଲ କରୁଛି, ଚାଟି ପକାଉଛି। କାଳେ କିଏ ପୁଣି ତା ଛୁଆକୁ ତା ଠୁ ଅଲଗା କରିଦେବ, ସେଇଥିପାଇଁ ସତର୍କ ଦୃଷ୍ଟିରେ ଚାରି ଆଡକୁ ଅନାଉଛି। More

ପୁରୀରେ ପଡ଼ିଥିଲା ମୂଳ ଦୂଆ, ଏବେ ଗୋଟିଏ ବି ସିନେମା ହଲ ନାହିଁ...

ଲକ୍ଷ୍ମୀ ଟକିଜିର ମାଲିକ କହିଛନ୍ତି ସରକାର ଯଦି ସହଯୋଗ ଯୋଗାଇଦେବେ ତେବେ ପୁଣି ଫିଲ୍ମ ହଲ କରିବା ପାଇଁ ଆମେ ପ୍ରସ୍ତୁତ । ଏପଟେ ଆଦର୍ଶ ଆଚରଣ ବିଧି ହଟିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । More

ଆଗେ ଦେଲେ, ଏବେ ଭୋଟ ଦେବାକୁ ବାଧ୍ୟ କଲେ ! ବିଜେଡି ଯୋଜନାକୁ ସାତ ଜୁହାର

ସରକାରୀ ଦଳର ସାଂଘାତିକ ଷଡ଼ଯନ୍ତ୍ର। ନୂଆ ଓ' ମେଧାବୃତ୍ତି ନେଲ, ଆଉ ଏବେ ଭୋଟ୍ ଦିଅ। କଟକ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମେଧାବୃତ୍ତି ପାଇଥିବା ଛାତ୍ରଙ୍କୁ ଫୋନ୍ କଲ୍ ଜରିଆରେ କୁହାଯାଉଛି। More

ନିର୍ବାଚନୀ କସରତ : ସ୍ଵାମୀ ପାଇଁ ସ୍ତ୍ରୀ, ଭଉଣୀ ପାଇଁ ଭାଇ

ଭୋଟ୍ ଲଢ଼େଇରେ ପ୍ରାର୍ଥୀଙ୍କୁ ବଳ ପରିବାର। କେଉଁଠି ସ୍ୱାମୀ ପାଇଁ ସ୍ତ୍ରୀ, କେଉଁଠି ସ୍ତ୍ରୀ ପାଇଁ ସ୍ୱାମୀ ତ ପୁଣି କେଉଁଠି ବାପା-ମାଙ୍କ ପାଇଁ ମୈଦାନରେ ଅଣ୍ଟା ଭିଡ଼ିଛନ୍ତି ପୁଅ। More

ତାତି କଲବଲଠୁ ବଳିଲାଣି ପାଣି ଯନ୍ତ୍ରଣା : ୨୪ ବର୍ଷର ସରକାର କରିଛି କଣ ?

ଅସମ୍ଭାଳ ତାତିରେ ପିଇବା ପାଣି ପାଇଁ ଦହଗଞ୍ଜ ଗ୍ରାମବାସୀଙ୍କ ହଲ୍ଲାବୋଲ। ଗାଁକୁ ଆସିଥିବା ବିଭାଗୀୟ ଅଧିକାରୀଙ୍କୁ ଘେରି ଜଣାଇଛନ୍ତି ଦାବି। ପ୍ରଶ୍ନ କରିଛନ୍ତି, ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଉଥିବା ନେଇ ବୋର୍ଡ ମାରୁଛ, ପାଣି କାହିଁ ? More