ସଂକ୍ଷେପରେ ଆଜିର ତାଜା ଖବର - Monday, 29 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ତାଣ୍ଡବ ରଚିଲା କାଳବୈଶାଖୀ; ଉଡ଼ିଲା ଆଜବେଷ୍ଟସ୍‌, ଭାଙ୍ଗିଲା ବଡ଼ ବଡ଼ ଗଛ

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଉପୁଡିଛି। କିଛି ସ୍ଥାନରେ ଘର ଉପରେ ଖସି ପଡିଛି ଗଛ। ବ୍ୟାପକ କ୍ଷୟକ୍ଷତି ହୋଇଛି। More

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଜୟ ଧ୍ବଜା ଉଡ଼ାଇବାକୁ କଂଗ୍ରେସର ବଡ଼ ପ୍ଲାନ

ରାଜ୍ୟ କଂଗ୍ରେସକୁ ସଂଜିବନୀ ଦେବ କି ରାହୁଲଙ୍କ ସାଲେପୁର ସମାବେଶ ? ଆଗକୁ ପ୍ରଚାରରେ ଆସିବେ ରାହୁଲଙ୍କ ସହ ପ୍ରିୟଙ୍କା, ଖାଡଗେ ଓ ରେବନ୍ତ ରେଡ୍ଡୀ । More

ଓଡ଼ିଶା ନିର୍ବାଚନରେ ବଡ଼ ମୁଦ୍ଦା ଓଡ଼ିଆ ଅସ୍ମିତା, ମୋଦିଙ୍କ ସାଂଘାତିକ ନିଶାନା ପରେ ରାଜନୀତିରେ ହଲଚଲ୍

କାହିଁକି ଭାଷା. ସଂସ୍କୃତି ବିପଦରେ ଓ କେମିତି ଅଡୁଆରେ ବିଜେଡି ? ସାହିତ୍ୟ, ସଂସ୍କୃତି ଓ ରାଜନୀତି ସହ ବିଭିନ୍ନ ମହଲରୁ ଆସିଲା ମତ । More

ବିଷମ କଟକରେ ଭୋଟର ବାଉଳା ! ସମାନ ନାଁ ଅଲଗା ଦଳ, ମୁହଁ ଚିହ୍ନିବାରେ କନଫ୍ୟୁଜନ୍

ବିଜେଡି ପ୍ରାର୍ଥୀ- ଜଗନ୍ନାଥ ସାରକା, ବିଜେପି ପ୍ରାର୍ଥୀ- ଜଗନ୍ନାଥ ନୁଣ୍ଡ୍ରୁକା କଂଗ୍ରେସ ପ୍ରାର୍ଥୀ- ନୀଳମାଧବ ହିକକା, ସ୍ୱାଧୀନ ପ୍ରାର୍ଥୀ- ନୀଳମାଧବ ଉଲାକା। ରାୟଗଡ଼ା ଜିଲ୍ଲା ବିଷମକଟକରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଦୁଇ ଜଗନ୍ନାଥ ଓ ଦୁଇ ନୀଳମାଧବ। More

ରେକର୍ଡ ଭାଙ୍ଗୁଛି ଟ୍ୱିନସିଟି ତାତି; କେବେ ଏସିଆ ତ କେବେ ଦେଶରେ ସବୁଠୁ ଉତ୍ତପ୍ତ ସହର

୧୦/୧୫ ବର୍ଷ ତଳେ ରାଜଧାନୀରେ କେମିତି ବୋହୁଥିଲା ଶୀତଳ ପବନ, କେମିତି ଆରାମଦାୟକ ଥିଲା ଭୁବନେଶ୍ୱର। କିନ୍ତୁ ଆଜି ଶୀତଳ ନୁହେଁ, ଝାଞ୍ଜି ମାଡ଼ରେ ପୋଡ଼ିଯାଉଛି ସର୍ବାଙ୍ଗ। ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ପ୍ରକୋପ, ପାଦ ତଳେ ଉତ୍ତପ୍ତ ଧରାପୃଷ୍ଠ। More

ନାମାଙ୍କନ ବେଳେ ବି ନାରାବାଜି ! ବିଜେପି କହିଲା ମୋଦି ମୋଦି, ବିଜେଡି କହିଲା ନବୀନ

ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ। ବିଜେପି ପଟୁ ଜୟ ଶ୍ରୀରାମ ନାରା, ବିଜେଡି ପଟୁ ଜୟ ଜଗନ୍ନାଥ। ବିଜେପି ପଟୁ ମୋଦି ମୋଦି, ବିଜେଡି ପଟୁ ନବୀନ ନାରା। More

BJP-BJDର ହୋହଲ୍ଲା, ସମର୍ଥକଙ୍କ ଗର୍ଜନରେ ଥରିଲା ଜିଲ୍ଲାପାଳ ଅପିସ୍

ମୋଦି ମୋଦି ନାରା ଦେଉଥିଲେ ବିଜେପି କର୍ମୀ । ନବୀନ ନାରା ଦେଉଥିଲେ ବିଜେଡି ସମର୍ଥକ। More

ଡେଉଁଛି ପାରଦ, ବଢୁଛି ତାତି; ଅଂଶୁଘାତରେ ଗଲାଣି ୨ ଜୀବନ

ସାରା ଓଡ଼ିଶା ପାଲଟିଛି ତତଲା ତାୱା। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ଭୀଷଣ ଗ୍ରୀଷ୍ଣ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି। More

ରୋଷେଇ ଘରୁ ବ୍ୟାଙ୍କରେ ବ୍ୟାପିଥିଲା ନିଆଁ, ବାଥ୍‌ରୁମ୍‌ରେ ଫସିଥିଲେ କର୍ମଚାରୀ

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ୩ଟି ଦମକଳ ଗାଡି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ । ତୃତୀୟ ମହଲାରେ ଥିବା କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଜଣାପଡ଼ିଛି।  ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି।  More

ଚାଲିଛି ନାମାଙ୍କନ ପର୍ବ; ନାମାଙ୍କନ ଭରୁଛନ୍ତି ବିଜେପିର ହେଭିୱେଟ୍ ନେତା

ମେ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଚାଲିବ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ଭରିବେ। ଆସନ୍ତା ମେ ୨୫ରେ ତୃତୀୟ ପର୍ଯ୍ୟାୟରେ କଟକ ଜିଲ୍ଲାରେ ଭୋଟ୍ ଗ୍ରହଣ ହେବ। More

ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଜଳୁଛି କଟକ; ଭୁବନେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ତତଲା କଡେଇରେ ଭାଜି ହେଲା ଭଳି ସାରା ରାଜ୍ୟ । ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । More

ଭାଗ୍ୟ ନୁହେଁ ସଫଳତାର ଅନ୍ୟ ନାମ ପରିଶ୍ରମ, ଚର୍ଚ୍ଚାରେ ୟୁପିଏସସି ୬୭ ରାଙ୍କର ଅତୁଲ

ଅନେକ କ୍ଷେତ୍ରରେ ଶୁଣିବାକୁ ମିଳେ, ଯଦି କେହି ସଫଳ ହୋଇନପାରିଲେ ପରିବାରର ଆର୍ଥିକ ଦୂରାବସ୍ଥାକୁ ଦାୟୀ କରିଥାଆନ୍ତି । ହେଲେ ଏମିତି ବି ଅନେକ ପିଲା ଅଛନ୍ତି, ଯେଉଁମାନେ ବାପା ଓ ମାଆଙ୍କ କଷ୍ଟକୁ ଦେଖି ନିଜ ଭବିଷ୍ୟତ ପାଇଁ କଣ୍ଟକିତ ପଥକୁ ସଫଳତାର ରାସ୍ତାରେ ପରିବର୍ତ୍ତନ କରନ୍ତି । More

ବଦଳିଛି ପ୍ରଚାର ଫଣ୍ଡା, ନିର୍ବାଚନୀ ମୈଦାନରେ ଦଳୀୟ ବାର୍ତ୍ତାକୁ ନେଇ ରିଲ୍ସ

ପଲିଟିକାଲ୍ ପ୍ରଚାର ମୈଦାନରେ ବେଶ୍ ଗ୍ରହଣୀୟ ହୋଇଛି ଡିଜିଟାଲ୍ ଫଣ୍ଡା । ଟ୍ରେଣ୍ଡି ଗୀତରେ ଭଳିକି ଭଳି ରିଲ୍ସ, ଯେତିକି ମନଛୁଆଁ ହୋଇଛି, ସେତିକି ଭାଇରାଲ୍ ହେଉଛି ୩ ପ୍ରମୁଖ ଦଳର ଏଜେଣ୍ଡା ଏବଂ ବାର୍ତ୍ତା । More

ରାଜଧାନୀରେ ଖଇଫୁଟୁଛି ତାତି; କାଲିଯାଏ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ

କିଛିସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁଯିବ। ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏଁ ଆଶ୍ବସ୍ତି ମିଳିବାର ସମ୍ଭାବନା କମ୍। କିନ୍ତୁ ୨ ତାରିଖରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। More

ମେ’ ୨୫ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍; ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। More

ପ୍ରଚଣ୍ଡ ଖରାରେ ଲୁଚକାଳି ଖେଳୁଛି ବିଜୁଳି, ରାଜଧାନୀରେ ବି ୩ରୁ ୪ଘଣ୍ଟା ଗୁମ୍ ହୋଇଯାଉଛି କରେଣ୍ଟ

ପ୍ରଶ୍ନ ଉଠୁଛି, ଶକ୍ତି ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ଓଡ଼ିଶାରେ କାହିଁକି ହେଉଛି ପାୱାର କଟ୍ ? କ’ଣ ଏହା ପଛର ବାସ୍ତବ କାରଣ ? More

ସାଲେପୁର ନ୍ୟାୟ ସମାବେଶରୁ ରାହୁଲଙ୍କ ନିଶାନା; କହିଲେ, ଓଡ଼ିଶାକୁ ଚଳାଉଛନ୍ତି ପାଣ୍ଡିଆନ୍

ନିର୍ବାଚନ ଘୋଷଣା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସି ଗର୍ଜିଛନ୍ତି ରାହୁଲ। ସାଲେପୁର ନ୍ୟାୟ ସମାବେଶରୁ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଓଡ଼ିଶାକୁ ପାଣ୍ଡିଆନ୍ ହିଁ ଚଳାଉଛନ୍ତି। More

ଆସିଲା କଂଗ୍ରେସର ନୂଆ ପ୍ରାର୍ଥୀ ତାଲିକା, କଟକ-ବାରବାଟୀରୁ ଲଢ଼ିବେ ସୋଫିଆ ଫିର୍ଦ୍ଦୋସ

ଏଥିସହ ୮ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଟକ-ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଚି କଂଗ୍ରେସ। More

ବିଜେପି ଫୋକସରେ ଦକ୍ଷିଣ ଓଡ଼ିଶା, ପ୍ରଚାର ପାଇଁ ଆସୁଛନ୍ତି ଦଳର ଟପ୍ ନେତା

ଦକ୍ଷିଣ ଓଡ଼ିଶା ଦଖଲ ଲକ୍ଷ୍ୟରେ ବିଜେପି । ୪ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ। ୨୦୧୪ ତୁଳନାରେ ୧୯ ସାଧାରଣ ନିର୍ବାଚନରେ ସବୁଠି ଆଶାତୀତ ଭାବେ ବଢ଼ିଥିଲା ଦଳର ଭୋଟ୍ ପ୍ରତିଶତ। More

ମୋଦିଙ୍କ ବଡ଼ ବୟାନ; କହିଲେ ‘ସଙ୍କଟରେ ଅଛି ଓଡ଼ିଆ ଭାଷା’

‘ଓଡ଼ିଶାର ପୂରା ଅସ୍ମିତା ଏବେ ଖତମ୍‌ ହେବାକୁ ବସିଛି। ଓଡ଼ିଆ ଭାଷା, ଅସ୍ମିତା ଏବେ ସଂକଟରେ ରହିଛି। ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି।’ More