ସଂକ୍ଷେପରେ ଆଜିର ତାଜା ଖବର - Saturday, 13 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀର ଛାତି ଉପରେ ବେଆଇନ ସୁଧ କାରବାର; ୩ ପିଢ଼ି ସୁଝୁଛନ୍ତି ୧୦ ହଜାର ଟଙ୍କା ! 

ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଗାଁରେ ଏବେବି ଚାଲିଛି ସାହୁକାରର ଜୁଲୁମ ଓ ଗୁଣ୍ଡାରାଜ। କିଏ ମରଣାନ୍ତକ ଆକ୍ରମଣର ଶିକାର ହେଉଛି, ତ କିଏ ତଳିତଳାନ୍ତ ହୋଇଗଲେଣି ସୁଧ ସୁଝି ସୁଝି । More

ଆସିଲା କଂଗ୍ରେସର ୯ ଲୋକସଭା ପ୍ରାର୍ଥୀ ତାଲିକା

ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୯ ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। More

ବଢୁଛି ବିଜେଡିର 'ବାଲେଶ୍ବର' ଅଡୁଆ; ଚରମ ସୀମାରେ ଗୋଷ୍ଠୀ କନ୍ଦଳ !

ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ । ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍‌ରେ ଟିକେଟ୍ ଘୋଷଣା କରିପାରୁନି।  More

କୈଳାସଙ୍କ ଅଭିଯୋଗ ପରେ ହଟଚମଟ; ଖଣି ମାଲିକ ନେଉଛନ୍ତି କି ବିଜେଡି ପ୍ରାର୍ଥୀ ନିଷ୍ପତ୍ତି ?

ବିଜେଡିରୁ ଟିକେଟ୍ ପଛରେ କାମ କରୁଛି କି ମାଇନ୍ସ ଲବି ? ଶାସକ ଦଳର ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ନେଉଛନ୍ତି କି ଖଣି ମାଲିକ ? ଖଣି ଅଞ୍ଚଳ କୋରାପୁଟ ଜିଲ୍ଲାରେ ବିଜେଡି ଟିକେଟ କିଣି ନେଲେ କି କର୍ପୋରେଟ ସଂସ୍ଥା ? More

ଗୋଳିଆ କନ୍ଧମାଳ ରାଜନୀତି; ଅଚ୍ୟୁତଙ୍କୁ ଅଣ-ଆଦିବାସୀ କହି କୁଇ ସମାଜର ବିରୋଧ

କନ୍ଧମାଳରେ ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ବିରୋଧ। ଅଚ୍ୟୁତ ସାମନ୍ତ ଅଣ ଆଦିବାସୀ କହି କୁଇ ସମାଜର ପ୍ରତିବାଦ। ପ୍ରାର୍ଥୀ ପ୍ରତ୍ୟାହାର ଦାବିରେ କନ୍ଧମାଳ ବନ୍ଦ ଡାକରା। କ୍ୟାମ୍ପେନ ଆରମ୍ଭ ହେବା ପୂର୍ବରୁ କନ୍ଧମାଳ ରାଜନୀତି ସରଗରମ। More

ହିଟୱେଭ୍ ପାଇଁ ଏସିର ଏବେ ହାଇ-ଡିମାଣ୍ଡ୍, ମିଳୁନି ମନପସନ୍ଦ ବ୍ରାଣ୍ଡର ଏସି !

ଏଣେ ଅସହ୍ୟ ଗରମ, ତେଣେ ମାର୍କେଟରେ ଏସି ମରୁଡ଼ି। ଗ୍ରାହକ କରିବେ ତ କଣ କରିବେ, ଯିବେ ତ କୁଆଡ଼େ ଯିବେ। ଖରାରେ ସିଝି ସହର ସାରା ବୁଲି ବୁଲି ନୟାନ୍ତ ହେଉଛନ୍ତି ଅନେକ । More

ନିର୍ବାଚନୀ ପ୍ରଚାର ବେଳେ ଦାଦନ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ

ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର। ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୈଜୟନ୍ତ। More

ଭୁବନେଶ୍ୱରରୁ ଧରାପଡ଼ିଲା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ, କେଜିଏ ସୁନା ସହ ୪ ଲକ୍ଷ ଜବତ

୫ ଜିଲ୍ଲା ପୋଲିସ ପାଇଁ ମୋଷ୍ଟ୍ ୱାଣ୍ଟେଡ ଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । More

ପ୍ରଚଣ୍ଡ ଖରାରେ ଜଳିଲା ରାଜ୍ୟ, ୩୮ ଡିଗ୍ରୀରେ ଭାଜି ହେଲା ରାଜଧାନୀ

ଆଜି ଦିନ ୨ଟା ୩୦ ସୁଦ୍ଧା ଚାନ୍ଦବାଲି, ଭୁବନେଶ୍ୱର, ବାଲେଶ୍ୱରରେ ତାପମାତ୍ରା ବଢ଼ିଛି । More

ପଦ୍ମ ଧରିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ

ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିବା ଅଜୟ ଆଜି ବିଜେଡିରୁ ଇସ୍ତଫା ଦେବା ସହ ପଦ୍ମ ଧରିଛନ୍ତି । More

ବିଜେଡିକୁ ବିଜେପିର କଟାକ୍ଷ, ମୁଖ୍ୟମନ୍ତ୍ରୀ କେବେ ଓଡ଼ିଆ ଫିଲ୍ମ ଦେଖିଛନ୍ତି କି ?

କରୋନା ବେଳେ ନବୀନ ବାବୁ କଳାକାରମାନଙ୍କୁ ସହାୟତା କରିନଥିଲେ, ମୋଦି କଳାକାର ମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ। More

କେବେ ଖାଇଛନ୍ତି ‘ରାବିଡ଼ି ମାଲପୁଆ’

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ପଣା ସଂକ୍ରାନ୍ତିରେ ଆମେ ବନେଇବା ସୁଆଦିଆ ମିଠା ‘ରାବିଡ଼ି ମାଲପୁଆ’। More

ତାତିରେ ଲାଗୁନି ବ୍ରେକ୍; ହିଟୱେଭ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି। More

ନିୟମ ମାନିଲେନି ମାଡାମ୍; ରାଜନୈତିକ ଦଳର ରାଲିରେ ଯୋଗଦେଇ ହେଲେ ସସପେଣ୍ଡ

କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପଲଶପାଟଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା l ଏହି ରାଲିରେ ବୌଦ୍ଧ ବ୍ଲକ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଘମିତ୍ରା ମଲ୍ଲିକ ଯୋଗଦେଇଥିବା ନେଇ ଅଭିଯୋଗ ହୋଇଥିଲା l More

ଆଜି ଆସିବ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା!

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ବିଜେପି ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିଲା ବେଳେ, ପ୍ରଥମ ପର୍ଯ୍ୟାୟରେ ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। More

ଆଜି ଭୁବନେଶ୍ୱର ପ୍ରତିଷ୍ଠା ଦିବସ; ୭୬ବର୍ଷରେ ପାଦ ଥାପିଲା ଏକାମ୍ର କ୍ଷେତ୍ର

ହଜାର ବର୍ଷର ଐତିହ୍ୟ ନଗର କଟକର କଳ୍ପିତ କଳେବର ବୃଦ୍ଧି ସମ୍ଭବ ନ ହେବାରୁ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ନୂତନ ରାଜଧାନୀ କରିବାର ପ୍ରସ୍ତାବ ରଖାଯାଇ ୧୯୪୮ ଏପ୍ରିଲ ୧୩ ତାରିଖ ଦିନ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରାଗଲା । ସେହିଦିନଠାରୁ ବୟସ ବଢ଼ିବା ସହ ନୂଆ ରାଜଧାନୀର କଳେବର ଆଶାତୀତ ଭାବେ ବଢ଼ି ବଢ଼ି ଚାଲିଛି । More

ଦୁର୍ଘଟଣା ହେଲା; ପାଖରୁ ଛୁଇଁ ଚାଲିଗଲା ମୃତ୍ୟୁ...ଦେଖନ୍ତୁ ଭିଡିଓ

ଦୁଇ ଜଣ ମହିଳା ରାସ୍ତାର ଗୋଟିଏ କଡ଼ରେ ଛିଡ଼ା ହୋଇଥିଲେ। ହେଲେ ହଠାତ୍ ପଛପଟୁ ଏକ ଦ୍ରୁତଗତିରେ ହାଇୱା ମାଡ଼ି ଆସିଥିଲା। କେହି କିଛି ବୁଝିବା ପୂର୍ବରୁ, କିଛି ସତର୍କ ହେବା ପୂର୍ବରୁ ହାଇୱା ଧକ୍କା ଦେଇଥିଲା। More

ବିଧାୟକ ପଦ ରଦ୍ଦ ଘଟଣା; କୋର୍ଟର ଦ୍ବାରସ୍ଥ ହେବେ ଅରବିନ୍ଦ ଢାଲି !

କିଛି ଦିନ ପୂର୍ବରୁ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରାଯାଇଛି। ତେଲକୋଇରୁ ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ ପ୍ରେମାନନ୍ଦ ନାୟକ। ସେ ମଧ୍ୟ କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। More

୫ବର୍ଷ ବୟସରେ ଘୋଡ଼ାଚଢ଼ା ନିଶା; ଦୁଇ ଭଉଣୀ ସାଉଁଟିଲେଣି ଅନେକ ମେଡାଲ

କୁନି ପିଲା। ନାଁ ରିଧି ସାମନ୍ତରାୟ। ବୟସ ମାତ୍ର ୫ ବର୍ଷ। ୟୁକେଜିରେ ପଢୁଛି କୁନି ଝିଅ। ହସ ହସ ମୁହଁ। କଥା ଠିକ ସେ କହି ପାରୁନି। ତଥାପି ଏହି ବୟସରେ ଘୋଡାକୁ ଦୌଡାଇବା ସହ ତାକୁ ଆୟତ୍ତ କରିପାରିବାରେ ମାହିର ରିଧି। More

ରାଜଧାନୀରେ ଲୁଟେରାଙ୍କ ଆତଙ୍କ; ମାଲିକଙ୍କୁ ବାହାର ପଟୁ ତାଲା ଦେଇ କରୁଛନ୍ତି ଲୁଟ୍

ରାଜଧାନୀରେ ଥରହର କଲେଣି ଲୁଟେରା। ଆପାର୍ଟମେଣ୍ଟ ହେଉ ଅବା ଘର। କାହାକୁ ଯେଭଳି ଖାତିର ନାହିଁ। More

କାମ ଦେବ ତ BJD ର ନମ୍ବର 9 ଥିଓରୀ..ଆଣିଦେବ କି ଶୁଭ ଫଳ ?

ଦଳ ଏବେ ଟିକେଟ ପାଇଁ ଯେତିକି ଅଙ୍କ କଷୁଛି ତାଠୁ ବେଶି ଗୁରୁତ୍ୱ ଦେଉଛି ୯ ସଂଖ୍ୟାକୁ। ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା। ସାତରେ ଦୁଇ ମିଶାଇଲେ ଫଳ ଆସୁଛି ୯। More

BJD କ୍ୟାମ୍ପରେ ନାହାନ୍ତି ଷ୍ଟାର ପ୍ରଚାରକ.. ହିରୋ-ହିରୋଇନ୍‌ଙ୍କ ଭରସାରେ ସୁପ୍ରିମୋ !

ପଦ୍ମ ପାଖୁଡ଼ାରେ ଓଡ଼ିଆ ତାରକା। ତାରକା ଶୂନ୍ୟ ଶଙ୍ଖ ଦଳ! ବିଜେଡିକୁ ବାଏ ବାଏ କଲେ ଅନ୍ୟତମ ଓଲିଉଡ୍ ଷ୍ଟାର ସିଦ୍ଧାନ୍ତ ମହାପାତ୍ର। ପରେ ପରେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ। ଆଉ ପଛକୁ ପଛ ଅନୁଭବ ମହାନ୍ତି। ମାତ୍ର ଦିନ କେଇଟା ଭିତରେ ଆଗପଛ ହୋଇ ଏକପ୍ରକାର ତାରକା ଶୂନ୍ୟ ହୋଇଗଲା ବିଜେଡି। More

ଚାହୁଁଥିଲେ ରେଢ଼ାଖୋଲ, ମିଳିଛି ସମ୍ବଲପୁର ଟିକେଟ୍; ଲଢିବାକୁ ଅନିଛୁକ କି ପ୍ରସନ୍ନ ?

ଆଗେ ଲୋକସଭା ପାଇଁ ଯାଜପୁରରୁ ନେତା ଆଣି ଥୋପିଲେ, ଆଉ ଏବେ ବିଧାନସଭା ପାଇଁ ଜଣେ ଅନିଚ୍ଛୁକ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ବିଜେଡି । ସମ୍ବଲପୁର ସିଟ୍ ରେ ଭେଟେରାନ୍ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ସେ କୁଆଡ଼େ ଖୁସିନଥିବା ଚର୍ଚ୍ଚା ହେଉଛି । More