ସଂକ୍ଷେପରେ ଆଜିର ତାଜା ଖବର - Sunday, 07 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରୂପାନ୍ତୀକରଣ ନାଁରେ ଧୂଆଁବାଣ; ୧୦ଟି ଶ୍ରେଣୀକୁ ଦୁଇ କ୍ଲାସରୁମ୍, ଶିକ୍ଷାଦାନର ବିଦ୍ରୁପ ଚିତ୍ର !   

ରୂପାନ୍ତରଣ ନାଁରେ ଭୂଆଁ ବୁଲାଣର ଭଣ୍ଡାଭୋଡ୍ । ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ନାଁରେ 5Tର ଧୂଆଁବାଣ । ବାହାରେ ଚମକୁଛି ସବୁଜ ରଙ୍ଗ । ଚକାଚକ୍ ଦିଶୁଛି ସରକାରୀ ସ୍କୁଲ୍ । ହେଲେ ଭିତରକୁ ଗଲେ ଶିକ୍ଷାଦାନର ବିକଳ ଚିତ୍ର ଦେଖି ମୁଣ୍ଡ ଘୁରେଇବ। More

ପୁଣି ସୁରଙ୍କୁ ସୋ' କଜ୍ ନୋଟିସ୍, ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ନିଜ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ରାଉତରାୟ କ୍ରମାଗତ କ୍ୟାମ୍ପେନ୍ କରୁଥିବା ନଜରକୁ ଆସିଥିଲା । More

ଘରକୁ ଫେରିଲେ ଲାଓସରେ ଫସିଥିବା ୧୭ ଓଡ଼ିଆ, ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଲାଗି ଚିଠି ଲେଖିଥିଲେ ବୈଜୟନ୍ତ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଓଡ଼ିଆ ଶ୍ରମିକମାନେ ଓଡ଼ିଶା ପହଁଚିଛନ୍ତି । More

ଭବାନୀପାଟଣା ଜେଲରୁ ୨ କଏଦୀ ଫେରାର, ଜେଲ୍ ପାଚେରୀ ଡେଇଁ ମାରିଲେ ଛୁ

ସିସିଟିଭି ଫୁଟେଜ୍ ଓ ପାଚେରୀ ନିକଟରେ ପଡ଼ିଥିବା ରକ୍ତଛିଟାକୁ ଆଧାର କରି, ପ୍ରାଥମିକ ତଦନ୍ତରୁ ଉଭୟ କଏଦୀ ଜେଲ୍ ପାଚେରୀ ଡେଇଁ ପଳାଇଥିବା ଜଣାପଡ଼ିଛି । More

ତାତିରୁ ମିଳିଲା ତ୍ରାହି, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଆଣିଲା ଆଶ୍ୱସ୍ତି

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨ ଦିନ ରାଜ୍ୟର କିଛି ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । More

ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ଗାଡ଼ି ଛାଡ଼ି ଡ୍ରାଇଭର ଚମ୍ପଟ୍

ପ୍ରାୟ ୧୨୦ କେଜି ଗଞ୍ଜେଇ ସହ ଏକ ପିକ୍-ଅପ୍ ଭ୍ୟାନ ଜବତ କରିଛି କୋରାପୁଟ ପୋଲିସ। More

ଜେଲ୍ ପାଚେରୀ ଡେଇଁ ୨ କଏଦୀ ଫେରାର

ସିକନ୍ଦର ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ନୀଳମଣି ଧର୍ମଗଡ ଅଞ୍ଚଳର ବୋଲି ଜଣାପଡ଼ିଛି। More

ଗାଁରେ ବସିଛି ପାଣିଟାଙ୍କି, କିନ୍ତୁ ଘରେ ପହଞ୍ଚି ପାରୁନି ପିଇବା ପାଣି

ମଙ୍ଗଳପୁରରେ ୭୦୦ ଘର ଥିବା ବେଳେ ବସୁଧା ଯୋଜନାରେ କେବଳ ୨୮୬ ଘରକୁ ପାନୀୟ ଜଳର ସଂଯୋଗ ହୋଇଛି । More

ଜେଜେଙ୍କ ଶୁଦ୍ଧିକ୍ରିୟା ବେଳେ ନଦୀରେ ବୁଡ଼ି ନାତି ମୃତ

କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକଙ୍କର ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। More

ମନ୍ଦିରରୁ କରୁଥିଲେ ଚୋରି, ଧରା ପଡ଼ିଲେ; ମୂଲ୍ୟବାନ ସାମଗ୍ରୀ ଜବତ

ମନ୍ଦିରରୁ ଚୋରି କରୁଥିବା ଏକ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଛି ବାଲେଶ୍ୱର ପୋଲିସ । ସେମାନଙ୍କଠାରୁ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରାଯାଇଛି । More

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଗଣେଶ୍ୱର। ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଲେ। More

ପାଣି ପାଇଁ ବିକଳ କେନ୍ଦ୍ରାପଡ଼ାବାସୀ, ଶୁଖିଲା ପଡ଼ିଛି ଲୁଣା ନଦୀ

ଶୁଖିଲା ପଡିଛି କେନ୍ଦ୍ରାପଡାର ଲୁଣା ନଦୀ । ପାଣି ଟୋପେ ପାଇଁ ନଦୀକୂଳିଆ ଲୋକେ ଏବେ ଡହଳ ବିକଳ ହେଉଛନ୍ତି । More

‘୫ ବର୍ଷର ଉପଲବ୍ଧି, ଜନତା ଏଥର ମୋ ପାଇଁ ନିର୍ବାଚନ ଲଢୁଛନ୍ତି’

‘ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ବର୍ଗର ଲୋକ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ମୋ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ବିଗତ ୫ ବର୍ଷର ଏହା ହେଉଛି ମୋର ଉପଲବ୍ଧି’। More

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର

ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ। କିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ। More

ବିଜେପି ଛାଡ଼ିଲେ ଲେଖାଶ୍ରୀ, ସୋସିଆଲ ମିଡିଆରେ ଦେଲେ ସୂଚନା

ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ସୋସିଆଲ ମିଡିଆ ଜରିଆରେ ଦେଲେ ସୂଚନା । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଲେଖିଲେ । ବିଜେପିର ଉପସଭାପତି ପଦରେ ଥିଲେ ଲେଖାଶ୍ରୀ । More

ଖସିବ ତାପମାତ୍ରା, ତାତିରୁ ମିଳିବ ଆଶ୍ୱସ୍ତି; ଝଡବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି

ଅସହ୍ୟ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆଜିଠୁ ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । More

ପୁଅ ପାଇଁ ମହାଭାରତ; ସୁରଙ୍କ ଶଙ୍ଖପ୍ରୀତିକୁ ନେଇ ଅକଳରେ ଦଳ !

ଚଟୁ ଆମିଷ, ବେଣ୍ଟ ନିରାମିଷ! ଏହି ନ୍ୟାୟରେ ନିଜର ରାଜନୈତିକ ଗୋଟି ଚାଳନା ଜାରି ରଖିଛନ୍ତି କି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ? More

ସବୁରି ମୁହଁରେ ଗୋଟିଏ କଥା; ବିଜେଡିକୁ ଭାରି ପଡ଼ିବ କି 'ଓଡ଼ିଆ ଅସ୍ମିତା' ଅସ୍ତ୍ର ?

ବିଜେପିର ଶୀର୍ଷ ସ୍ତରର ନେତା ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ବାରମ୍ବାର ଉଖାରି ଚାଲିଥିବାରୁ ଦଳ ଯୋଜନାବଦ୍ଧ ଭାବେ ବିଜେଡି ବିରୋଧରେ ଏହାକୁ ମୁଖ୍ୟ ଅସ୍ତ୍ର କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି। More

ବିଜେପି-ବିଜେଡି ଛକାଛକି ଖେଳ; ଝୁଲି ରହିଛି ୧୮ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ

ଟିକଟ୍ ଅଙ୍କକଷା ଭିତରେ ଚାଲିଛି ଛକା ଛକି ଖେଳ। ପାଦେ ପାଦେ ପରସ୍ପରକୁ ଜଗିଛନ୍ତି ବିଜେପି-ବିଜେଡି। ୧୮ ଟି ସିଟ୍ ରେ ଏଯାଏ ଦୁଇ ଦଳ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। More

ରାଜ୍ୟବ୍ୟାପି ଅଗ୍ନିବର୍ଷା; ୪ ସହରରେ ୪୩ ଛୁଇଁଲା ପାରଦ, ବଢିଲା ଅଂଶୁଘାତ ଡର...

ଆଜି ବି ରାଜ୍ୟବ୍ୟାପି ଅଗ୍ନିବର୍ଷା ସ୍ଥିତି । ୪ ସହରରେ ୪୩ ଛୁଇଁଲା ପାରଦ । ୪୩.୫ ଡିଗ୍ରୀ ତାପମାତ୍ରା ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ।ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ ସହର । More

ମୋ ବସ୍ ଦୁର୍ଘଟଣାରେ ଲାଗୁନି ଲଗାମ୍; ସ୍ପଷ୍ଟ ଦିବାଲୋକରେ କେମିତି ରାସ୍ତାରୁ ବାହାରି ପଶିଲା ନାଳରେ ?

ସରକାରୀ ବସ୍ ଚଳାଇ ନିଜକୁ ସରକାର ଭାବୁଛନ୍ତି କି 'ମୋ ବସ୍' ଡ୍ରାଇଭର୍ ? ମୋ ବସ୍ ଚାଳକଙ୍କ ପାଇଁ କଣ ସାତ ଖୁଣ୍ ମାଫ୍ ? ବେପରୁଆ ଓ ଦ୍ରୁତ୍ ଗାଡ଼ି ଚାଳନାରେ କାହିଁକି ଲାଗୁନି ଲଗାମ୍ ? More