ସଂକ୍ଷେପରେ ଆଜିର ତାଜା ଖବର - Saturday, 06 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଅ ପାଇଁ ମହାଭାରତ; ସୁରଙ୍କ ଶଙ୍ଖପ୍ରୀତିକୁ ନେଇ ଅକଳରେ ଦଳ !

ଚଟୁ ଆମିଷ, ବେଣ୍ଟ ନିରାମିଷ! ଏହି ନ୍ୟାୟରେ ନିଜର ରାଜନୈତିକ ଗୋଟି ଚାଳନା ଜାରି ରଖିଛନ୍ତି କି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ? More

ସବୁରି ମୁହଁରେ ଗୋଟିଏ କଥା; ବିଜେଡିକୁ ଭାରି ପଡ଼ିବ କି 'ଓଡ଼ିଆ ଅସ୍ମିତା' ଅସ୍ତ୍ର ?

ବିଜେପିର ଶୀର୍ଷ ସ୍ତରର ନେତା ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ବାରମ୍ବାର ଉଖାରି ଚାଲିଥିବାରୁ ଦଳ ଯୋଜନାବଦ୍ଧ ଭାବେ ବିଜେଡି ବିରୋଧରେ ଏହାକୁ ମୁଖ୍ୟ ଅସ୍ତ୍ର କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି। More

ବିଜେପି-ବିଜେଡି ଛକାଛକି ଖେଳ; ଝୁଲି ରହିଛି ୧୮ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ

ଟିକଟ୍ ଅଙ୍କକଷା ଭିତରେ ଚାଲିଛି ଛକା ଛକି ଖେଳ। ପାଦେ ପାଦେ ପରସ୍ପରକୁ ଜଗିଛନ୍ତି ବିଜେପି-ବିଜେଡି। ୧୮ ଟି ସିଟ୍ ରେ ଏଯାଏ ଦୁଇ ଦଳ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। More

ରାଜ୍ୟବ୍ୟାପି ଅଗ୍ନିବର୍ଷା; ୪ ସହରରେ ୪୩ ଛୁଇଁଲା ପାରଦ, ବଢିଲା ଅଂଶୁଘାତ ଡର...

ଆଜି ବି ରାଜ୍ୟବ୍ୟାପି ଅଗ୍ନିବର୍ଷା ସ୍ଥିତି । ୪ ସହରରେ ୪୩ ଛୁଇଁଲା ପାରଦ । ୪୩.୫ ଡିଗ୍ରୀ ତାପମାତ୍ରା ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ।ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ ସହର । More

ମୋ ବସ୍ ଦୁର୍ଘଟଣାରେ ଲାଗୁନି ଲଗାମ୍; ସ୍ପଷ୍ଟ ଦିବାଲୋକରେ କେମିତି ରାସ୍ତାରୁ ବାହାରି ପଶିଲା ନାଳରେ ?

ସରକାରୀ ବସ୍ ଚଳାଇ ନିଜକୁ ସରକାର ଭାବୁଛନ୍ତି କି 'ମୋ ବସ୍' ଡ୍ରାଇଭର୍ ? ମୋ ବସ୍ ଚାଳକଙ୍କ ପାଇଁ କଣ ସାତ ଖୁଣ୍ ମାଫ୍ ? ବେପରୁଆ ଓ ଦ୍ରୁତ୍ ଗାଡ଼ି ଚାଳନାରେ କାହିଁକି ଲାଗୁନି ଲଗାମ୍ ? More

କେନ୍ଦ୍ରାପଡ଼ା ବିଜେଡିରେ ତେଜିଲା ବିଦ୍ରୋହ ! ଟିକେଟ ବଣ୍ଟନ ପ୍ରସଙ୍ଗକୁ ନେଇ ବଢିଲା ଅସନ୍ତୋଷ

ରାଜ୍ୟବ୍ୟାପି ଲାଗିରହିଥିବା ଅସନ୍ତୋଷ, ବିଦ୍ରୋହ ଓ ଇସ୍ତଫା ରାଜନୀତି ଭିତରେ କେନ୍ଦ୍ରାପଡ଼ା ବିଜେଡିରେ ତେଜିଛି ଅସନ୍ତୋଷ। More

ଗାଡ଼ି ଚେକିଂ ବେଳେ କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା

ଗାଡ଼ି ଚେକିଂ ବେଳେ କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା । କଲେଜ ଛକରେ ଗାଡ଼ି ଚେକିଂ ବେଳେ ଜବତ କଲା ପୋଲିସ । କାର୍‌ରେ ଡ୍ରାଇଭର ସମେତ ୬ ଜଣ ଥିଲେ, ଆନ୍ଧ୍ର କାକିନାଡ଼ା ଯାଉଥିଲେ । More

ତାତିରୁ ମିଳିବ ଆଶ୍ୱସ୍ତି; କାଲି ଏବଂ ପରଦିନ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା !

କାଲି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ଘଡ଼ଘଡ଼ି ଜନିତ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। More

ଖରାରେ ଖେଳିବା ମନା, ତାତିକୁ ଦେଖି ଆଉଟ୍‌ଡୋର ଗେମ୍‌ ଉପରେ କଟକଣା

ସାରା ରାଜ୍ୟରେ କଲବଲ କରୁଛି ଖରା । ଗରମ ଏତେ ହେଉଛି କି ଘରେ ରହି ହେଉନି କି ବାହାରକୁ ଯାଇ ହେଉନି । ଦିନ ସାଢ଼େ ୧୧ ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି। More

ନାଳକୁ ଖସିଲା ମୋ-ବସ୍ , ୨୦ ଯାତ୍ରୀ ଆହତ...

ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସିଲା ମୋ-ବସ୍ । ୨୦ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । More

ଶୁଖିଲା ପଡ଼ିଛି ୱାଟର ଷ୍ଟାଣ୍ଡ, ଚୁଆ ପାଣି ଭରସାରେ ଜୀବନ

କେଉଁଥିରେ ଟ୍ୟାପ୍‌ ନାହିଁ ତ କେଉଁଠି ହୁଗୁଳି ଗଲାଣି ପାଇପ୍ । ଭଲ ପାଣି ଟିକ ନ ମିଳିବାରୁ ମାଧ୍ୟ ହୋଇ ଚୁଆ ପାଣି ସଂଗ୍ରହ କରି ଘରକୁ ନେଇଛନ୍ତି ଲୋକେ । More

ତାଳଚେର କଣିହାଁ NTPCରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ

ପ୍ଲାଣ୍ଟ ଭିତରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ୫ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ହୋଇଛି । More

ବିଜେଡିର ଛିଡ଼ୁନି କି ବାଲେଶ୍ୱର ଗଣିତ ? ପ୍ରତାପ ଷଡଙ୍ଗୀଙ୍କ ବିରୋଧରେ କାହାକୁ ଓହ୍ଲାଇବ ଦଳ ?

ବିଜେପିରୁ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ କିଏ ? ବାଲେଶ୍ୱର ଲୋକସଭା ସହ ସେଠାର ୩ ବିଧାନସଭା ଆସନରେ ବି ବିଜେଡିର ସଂଗୀନ ସ୍ଥିତି । More

ଆଜି ମହାବାରୁଣି ସ୍ନାନ, ବୁଡ଼ ପକାଇବା ପାଇଁ ଦଶ୍ୱାଶମେଧ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣି ଯୋଗ ହୋଇଛି । More

କଲବଲ କରୁଛି ଖରା, ଆଜି ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା । ତେବେ ସରକାର ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି । More

ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଚାଲିଗଲା ୨ ଜୀବନ

ଗଞ୍ଜାମ ପାଇଲପଡ଼ା ପଞ୍ଚାୟତ ଦହିମୁଣ୍ଡଳୀ ଗାଁର ଦଣ୍ଡୁଆମାନେ ବ୍ରହ୍ମପୁରରୁ କ୍ଷେତ୍ରି ବ୍ରହ୍ମପୁରକୁ ୨ଟି ପିକପ୍ ଭ୍ୟାନରେ ଯାଉଥିଲେ। ତେବେ ଗୋଟିଏ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । More

Panchang Today 5th April 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୬ ତାରିଖ ଶନିବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର। ତିଥି- ଦ୍ୱାଦଶୀ ଦିବା ୧୦.୧୯ ଗତେ ତ୍ରୟୋଦଶୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର।ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। More

ରେକର୍ଡ କଲା ରାଜଧାନୀ ତାତି; ଏସିଆର ୬ଷ୍ଠ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

ଭୁବନେଶ୍ୱରରେ ଡହ ଡହ ଖରା। କାନମୁଣ୍ଡ ଝାଇଁ ମାରିଯାଉଛି। ଅସହ୍ୟ ତାତି, ଅସମ୍ଭାଳ ଗରମ। ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ମିଳିସାରିଥିଲା ପ୍ରଚଣ୍ଡ ତାତିର ଆଭାସ। More

ବଲାଙ୍ଗିରରେ ସ୍ପଷ୍ଟ ଲଢ଼େଇର ଚିତ୍ର, ଦୁଇ ଭେଟେରାନଙ୍କ ଦାୟାଦଙ୍କୁ ଟକ୍କର ପାଇଁ ନୂଆ ମୁହଁ

୨୪ ମହାସଂଗ୍ରାମ ପାଇଁ ପ୍ରାର୍ଥୀ ବଛା କସରତ୍ ଭିତରେ ପୂରା ସ୍ପଷ୍ଟ ହୋଇଯାଇଛି ବଲାଙ୍ଗିର ବିଧାନସଭା କ୍ଷେତ୍ରରେ ଲଢ଼େଇର ଚିତ୍ର । More

କୋରେଇରୁ ଶଙ୍ଖ ଦଳର ଯୋଦ୍ଧା କିଏ ? ତେଜିଲାଣି ଘଡ଼େଇ ଓ ଦାସ ପରିବାର ଲିଗାସି ୱାର୍

ଜିଲ୍ଲାର ଦୁଇ ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ଓ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁ ସୁକିନ୍ଦା ବିଧାନସଭା ଆସନ ପାଇଁ ଘୋଷଣା ହେବା ପରେ ଏବେ ଚର୍ଚ୍ଚା କିଏ ହେବେ କୋରେଇରୁ ଶଙ୍ଖ ଦଳର ଯୋଦ୍ଧା ? More

ଅନ୍ଧ କରିଦେଲା ପୁତ୍ର ମୋହ, ପର ହୋଇଗଲା ନିଜ କଅଁଳ ଶିଶୁକନ୍ୟା

ଯେତେଦିନ ଯାଏଁ ସେ ଗର୍ଭରେ ଥିଲା...ମାତୃତ୍ୱର ଉଷ୍ମ ସ୍ପର୍ଶ ପାଇ ବେଶ ସୁରକ୍ଷିତ ଥିଲା...ହେଲେ ସିଏ କ’ଣ ଜାଣିଥିଲା ଦୁନିଆରେ ପାଦ ଥାପୁ ଥାପୁ, ତାକୁ ବି ଯେ ଅପରାଧୀଙ୍କ ଶୀକାର ହେବାକୁ ପଡ଼ିବ ବୋଲି More

ବିଜେଡିର ମୁଣ୍ଡବିନ୍ଧା; ଟିକଟକୁ ନେଇ ଅଙ୍କ ଛିଡୁନି..ଏବେବି ବାକି ରହିଛି ୩୯ ବିଧାନସଭା ସିଟ୍‌

ଅଙ୍କ ଛିଡୁନି, ଅକଲ ଗୁଡୁମ୍। ବଳକା ୩୯ ବିଧାନସଭା ଆସନକୁ ନେଇ ବିଜେଡିର ଏବେ ବେଶି ମୁଣ୍ଡବିନ୍ଧା। ୨୦ରୁ ଅଧିକ ଆସନରେ ନିଷ୍ପତ୍ତି ଟଳମଳ। More