ସଂକ୍ଷେପରେ ଆଜିର ତାଜା ଖବର - Wednesday, 06 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପବିତ୍ର ପଙ୍କୋଦ୍ଧାର ଏକାଦଶୀ; ବର୍ଷକରେ ଥରେ ଗମ୍ଭୀରାରେ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାବା ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ। ଗମ୍ଭୀରା ଭିତରୁ ରୀତିନୀତି ଅନୁଯାୟୀ କରାଗଲା ପଙ୍କୋଦ୍ଧାର। ମହାସ୍ନାନ ପରେ ସର୍ବସାଧାରଣର ସୁଯୋଗ ପାଇଲେ ଶ୍ରଦ୍ଧାଳୁ। More

ସରକାରୀ ହସପିଟାଲରେ ନକଲି ନର୍ସ ! କିଏ ଦେଇଥିଲା ନିଯୁକ୍ତି ?

ରାଉରକେଲା ସରକାରୀ ହସପିଟାଲରେ ନକଲି ନର୍ସ ! ୨୦୨୦ ମସିହାରୁ କରି ଆସୁଥିଲେ ଡ୍ୟୁଟି। କିଏ ନିଯୁକ୍ତି ଦେଲା ଉଠିଲା ପ୍ରଶ୍ନ। More

ୟୁପି ଲକ୍ଷ୍ନୌରେ ଟିକଟ୍ କସରତ; ବୈଜୟନ୍ତଙ୍କ ନେତୃତ୍ୱରେ ବସିବ ବୈଠକ

ବିଜେପି ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଓ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଆଜି ଲକ୍ଷ୍ନୌ ଗସ୍ତରେ ଯାଉଛନ୍ତି। More

ନୂଆ ନୁହେଁ ମେଣ୍ଟ; ୧୯୯୮ରୁ ୨୦୦୯ ଭିତରେ ଏକାଠି ଲଢ଼ିଛନ୍ତି ବିଜେଡ଼ି-ବିଜେପି

ବିଜେପି- ବିଜେଡି ଭିତରେ ମେଣ୍ଟ ନୂଆ ନୁହେଁ କି ଅସମ୍ଭବ ବି ନୁହେଁ। ୧୯୯୮ରୁ ୨୦୦୯ ଦୁଇ ଦଳ ଏକାଠି ଥିଲେ, ମିଳିମିଶି କ୍ଷମତା ମହୁକୁ ବି ଚାଖୁଥିଲେ। More

ବିଜେପି ନେତାଙ୍କୁ ଦିଲ୍ଲୀ, ବିଜେଡି ନେତାଙ୍କୁ ନବୀନ ନିବାସ; ହେଇଯିବ BJP-BJD ମେଣ୍ଟ !

୧୫ ବର୍ଷ ପରେ ପୁଣି ଏକ୍ ହେବାକୁ ଯାଉଛନ୍ତି କି ବିଜେଡି-ବିଜେପି ? ଏନଡିଏକୁ ଫେରିବ କି ବିଜେଡି? ଦୁଇ ରାଜଧାନୀ ଭୁବନେଶ୍ୱର ଓ ଦିଲ୍ଲୀରେ ଦୁଇ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନେଇ ବଢିଲା ଚର୍ଚ୍ଚା। More

ରାଜ୍ୟରେ ବିଜେପି-ବିଜେ଼ଡି ମେଣ୍ଟ ! ମୌନେ ସମ୍ମତିର ଲକ୍ଷଣ..

ଏକାଠି ହେଉଛନ୍ତି କି ବିଜେପି- ବିଜେଡି। କଣ NDAକୁ ବାହୁଡିବେ କି ନବୀନ? More

ଆରମ୍ଭ ହେଲା ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟି ସିଷ୍ଟମ; ତଦାରଖ କରିବ AI...

ରାଜ୍ୟରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । ୬ଟି ସ୍ଥାନରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । କମ୍ପ୍ୟୁଟର, କ୍ୟାମେରା ଓ AI ଦ୍ବାରା ହେବ ତଦାରଖ ।  More

OAVS Recruitment 2024: ଆଦର୍ଶ ବିଦ୍ୟାଳୟରେ ପୂରଣ ହେବ ଶିକ୍ଷକ ପଦବୀ; ଦରମା ୩୦ ହଜାର

ଓଡ଼ିଶାରେ ଶିକ୍ଷକ ପଦବୀରେ ନିଯୁକ୍ତି ଅନେକ ଯୁବପିଢିଙ୍କ ସ୍ୱପ୍ନ। ଆପଣ ଯଦି ଶିକ୍ଷକ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁଯୋଗ ଆସିଛି। More

ବିଜେପି-ବିଜେଡି ହେବ କି ମେଣ୍ଟ ? ୧୫ ବର୍ଷ ପରେ ପୁଣି ହେବ କି ଏକାଠି ? 

ହେଇଯିବ କି ମେଣ୍ଟ ? ବିଜେପି ବିଜେଡି ଭିତରେ ପୁଣି ଥରେ ମେଣ୍ଟ ହେବ କି ? ୧୫ ବର୍ଷ ପରେ ପୁଣି ଏକାଠି ହେବେ କି ବିଜେପି-ବିଜେଡି ? More

ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ କଙ୍କଡ଼ା କୋର୍ମା

ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ କଙ୍କଡ଼ାର ଏକ ସୁଆଦିଆ ରେପିପି ବିଷୟରେ କହିବୁ । ଏହି ରେସିପି ର ନାଁ ହେଉଛି ‘କଙ୍କଡ଼ା କର୍ମା ’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

୧୫ଶହ ଟଙ୍କା ଦେଇ ୯୦ ହଜାର ଲୁଟିଲେ, କୋଲଡ୍ରିଙ୍କସରେ ମିଶାଇଥିଲେ ନିଶା!

ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ନିଶା ଦେଇ ଲୁଟ୍ । ୧୫ଶହ ଟଙ୍କା ଆଡଭାନ୍ସ ଦେଇ ବିଶ୍ୱାସ ଜନ୍ମାଇଲେ, ସିଗାରେଟ୍ ଓ କୋଲଡ୍ରିଙ୍କସ୍ ପିଆଇଲେ, ତା ପରେ ବସରୁ ୯୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । More

Panchang Today 6th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ପୁଷ୍କର ଦୋଷ- ଦିବା ୦୨.୫୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୧୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ। More

ପ୍ରୟାସକାନ୍ତିଙ୍କୁ ରାତିସାରା ଘାଣ୍ଟିଲା ଇଡି; ୧୮ ଘଣ୍ଟାର ମାରାଥନ ଜେରା, ଗୁଡ଼ାଇତୁଡ଼ାଇ ପ୍ରଶ୍ନ

ଦିନସାରା ଜେରା, ରାତି ତମାମ୍ ଜେରା । ୧୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ । ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ରାତିସାରା ଘାଣ୍ଟିଲା ଇଡି । ୧୮ ଘଣ୍ଟାର ଜେରା ପରେ ଭୋର ସାଢ଼େ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ପ୍ରୟାସକାନ୍ତି । More

ଯେବେ ରକ୍ଷକ ସାଜେ ଭକ୍ଷକ; ଦୋଷ ନ ଥାଇ ବି ଭୋଗିଲେ ୮ବର୍ଷ କାରଦଣ୍ତ

ବର୍ଷ ବର୍ଷର ଆଇନର ଲଢେଇ ପରେ ଏବେ ଛାତିଫଟା ଖୁସି ବି ନିଅଣ୍ଟ ପଡୁଛି। ୮ ବର୍ଷରେ ଘଟିଥିବା ଗୋଟି ଗୋଟି କାହାଣୀ କହୁଛନ୍ତି ଜୟପୁରର ନିରଞ୍ଜନ ଦାଶ। More

ପୁଣି ପଦାରେ ପଡ଼ିଲା ସ୍ୱାସ୍ଥ୍ୟ ବିଭାଗର ସତ; ହୁତୁହୁତୁ ଜ୍ୱଳାରେ ହନ୍ତସନ୍ତ ରୋଗୀ

ଯୁଆଡେ ଦେଖିବେ ଖାଲି ବଡ ବଡ କୋଠା। ହେଲେ ନାହିଁ ବର୍ଣ୍ଣ କେୟାର ୟୁନିଟ୍। ଦକ୍ଷିଣ ଓଡ଼ିଶାର ସବୁଠାରୁ ସବୁଠାରୁ ପ୍ରମୁଖ MKCG ମେଡିକାଲରେ ପରିତାପର ବିଷୟ। More

ଆଉ ଚଳିବନି ଠକେଇ ଚାଲାକି, ସାଇବର ଲୁଟେରାଙ୍କୁ ଚେକ୍ ଦେବାକୁ ‘ଚକ୍ଷୁ’ ପୋର୍ଟାଲ

ଏଣିକି ଆଉ ବର୍ତ୍ତି ପାରିବେନି ସାଇବର୍ ଠକ। ଲୋକଙ୍କୁ ଭୁଆଁ ବୁଲେଇ କଲ୍, ମେସେଜ୍ କିମ୍ବା ହ୍ବାଟସ୍ ଆପ୍ ମାଧ୍ୟମରେ ଠକୁଥିବା ସାଇବର ଲୁଟେରାଙ୍କୁ ଚେକ୍ ଦେବ ଟେଲିକମ୍ ବିଭାଗ। More

ଚଇନି ଚିକ୍କଣ ହୋଇ ଆସିଲେ; ଗିଫ୍ଟ ସୁନା ଗହଣା ଧରି ଛୁ ମାରିଲେ..

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ। More

ବିଜେଡି ଟିକଟ ପାଇଁ ବିକଳ ନେତା.. ଧମକ ଦେଲେଣି, ପ୍ରାର୍ଥୀ ନକଲେ ଦଳକୁ ବାଏ ବାଏ କରିବୁ !

ନିର୍ବାଚନ ଯେତିକି ପାଖଉଛି, ବିଜେଡି ଟିକେଟ୍ କଳି ସେତିକି ବଢୁଛି। ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। ରାଜଧାନୀରେ ତ ଟିକେଟ କଳି ତୀବ୍ର ରୂପ ଧାରଣ କଲାଣି। More