ସଂକ୍ଷେପରେ ଆଜିର ତାଜା ଖବର - Friday, 22 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଫିଟୁଛି ଡିସକାଉଣ୍ଟ ଗାଡ଼ି ରାକେଟର ଗୁମର, ଧରାପଡ଼ିଲା ଅଭିଯୁକ୍ତ ଗଞ୍ଜାମ ଦଂପତ୍ତିଙ୍କ ସହ ପୋଲିସ ଲିଙ୍କ୍

ଠକ ଦମ୍ପତ୍ତିଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ନୟାପଲ୍ଲୀ ପୋଲିସ। ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି। ଠକେଇ ଟଙ୍କାରେ ଅଭିଯୁକ୍ତ ଅକ୍ଷୟ ବହୁ ମୂଲ୍ୟବାନ ଜମି କିଣିଥିବା ଜଣାପଡ଼ିଛି। More

ପୁଣି ଲାଲବାହିନୀ ହାତକୁ ଚାଲିଯାଉଛି କି ଓଡ଼ିଶା ସୀମା ଇଲାକା, ହିଂସା ଭିଆଇ ଉପସ୍ଥିତି ଜାହିର ଚେଷ୍ଟାରେ ମାଓବାଦୀ

ଗତ କିଛିଦିନ ହେଲା, ଓଡ଼ିଶା ସୀମାନ୍ତ ରାଜ୍ୟ ଗୁଡ଼ିକରେ ହିଂସା ଭିଆଇ ନିଜର ଉପସ୍ଥିତି ଜାହିର କରିଆସୁଛନ୍ତି ମାଓବାଦୀ। ଛତିଶଗଡ଼ ସୁକମା ଅଞ୍ଚଳର ଚିତ୍ର ହିଁ ବୟାନ କରୁଛି ଓଡ଼ିଶା ସୀମାନ୍ତରେ କେତେ ସକ୍ରିୟ ମାଓବାଦୀ। More

ପଦ୍ମପୁର ଜିଲ୍ଲା ଗଠନକୁ ହାଇକୋର୍ଟ ଝଟ୍‌କା, କାଠଗଡ଼ାରେ ରାଜ୍ୟ ସରକାର

ତେବେ ଏଠି ପ୍ରଶ୍ନ ବିନା ଗାଇଡ୍ ଲାଇନ କିମ୍ବା କମିଟି ବିନା ଜିଲ୍ଲା ଗଠନ ସମ୍ଭବ ନୁହେଁ ବୋଲି ଅବଗତ ନ ଥିଲେ କି ସରକାର ? ନା ସବୁ ଜାଣି କେବଳ ଭୋଟ୍ ଭେଳିକି ପାଇଁ ତରବରିଆ ଘୋଷଣା ହୋଇଥିଲା। More

ମାତିଛି ହଇଜା ବେମାରୀ; ରାଉରକେଲାରେ ଜଣକ ପରେ ଜଣଙ୍କ ନେଉଛି ଜୀବନ

କିଛି ମାସ ତଳେ ବାପା ଚାଲିଗଲେ, କାଲି ମାଆକୁ ବି ଛଡ଼ାଇ ନେଲା ହଇଜା... ତିନି ଭଉଣୀଙ୍କ ମୁଣ୍ଡ ଉପରୁ ଛପର ଉଡ଼ିଯାଇଥିଲା, ଆଉ କାଲି ଭୁଶୁଡ଼ି ପଡ଼ିଲା ସୁରକ୍ଷାର ଚାରିକାନ୍ଥ... । ମଧୁସୂଦନପାଲିର ସାବିତ୍ରୀ ଗିରି ହଇଜାରେ ପ୍ରାଣ ହରାଇବା ପରେ, ଦୁନିଆ ଦୁଆରେ ବେସାହାରା ହୋଇଗଲେ ତାଙ୍କର ୩ ବଢ଼ିଲା ଝିଅ। ବଡ଼ ଓ ମଝିଆଁ ମୂଲ ମଜୁରୀ ଲାଗୁଥିବା ବେଳେ, ଦଶମରେ ପଢ଼ୁଥିବା ସାନ ଝିଅକୁ ଲାଗିଛି ସବୁଠୁ ବଡ଼ ଧକ୍କା । More

ଅଧପନ୍ତରିଆ ଆମ ପୋଖରୀ ନବୀକରଣ ଯୋଜନା; ୨ ବର୍ଷରେ ୫ଟିର ନବୀକରଣ, ଆହୁରି ୧୧ଟି ବାକି

ଆବର୍ଜନାରେ ଭର୍ତ୍ତି ଜଳାଶୟ । ପୋଖରୀରେ କେଉଁଠି ଦଳ ଭର୍ତ୍ତି ତ କେଉଁଠି ଗଛଲତା । ଅପରିଷ୍କାର ପାଣି, ପୁତ୍ତି ଗନ୍ଧମୟ ପରିବେଶ । ସବୁଠି ଅଧପନ୍ତରିଆ କାମ, ଦରଖଣ୍ଡିଆ ସୌନ୍ଦର୍ଯ୍ୟକରଣ । More

ASO ଚୟନ ଅନିୟମିତତା ମାମଲା: ୧୧୦୪ ଜଣଙ୍କ ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

ସୂଚନା ଅନୁସାରେ ୨୦୨୨ ମସିହାରେ ୭୯୬ଟି ASO ପଦବୀ ପାଇଁ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଆବେଦନ କରିଥିବା ୧ ଲକ୍ଷ ୪୮ ହଜାର ୮୮୮ ଆବେଦନକାରୀଙ୍କ ମଧ୍ୟରୁ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିଲେ । More

ବନେଇମୁଣ୍ଡା ପେକ୍ସରେ ଘୋଟଲା, ଜବତ ହେଲା ବ୍ଲାଙ୍କ ଚେକ୍ ଓ ପାସବୁକ୍

ମଣ୍ଡି ଖୋଲୁ ଖୋଲୁ ଚାଷୀଙ୍କୁ ମାଡ ! କଟନୀ ଛଟନୀରେ ତ୍ରାହି ତ୍ରାହି ଚାଷୀ । କିନ୍ତୁ ଏତିକିରେ ବି, ମଣ୍ଡି ଅଧିକାରୀଙ୍କ ମନମାନୁନି । ମିଲର୍ସଙ୍କ ସହିତ ମଧୁଚନ୍ଦ୍ରିକାର ପ୍ରମାଣ ମିଳିଛି ମଣ୍ଡି ଭିତରୁ । More

Panchang Today 22nd Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୧୦ମୀ ଦିବା ୦୮.୧୬ ଗତେ ୧୧ଶୀ । ଘାତଚନ୍ଦ୍ର- ମେଷ ରାଶିର । ଅହୋରାତ୍ର ,ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି । More

ହାଇକୋର୍ଟଙ୍କ ରାୟ, ବିନା ଅନୁମତିରେ ହୋଇ ପାରିବନି ନୂଆ ଜିଲ୍ଲା ଗଠନ

ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି, ଜଗତଗୁରୁଙ୍କୁ ନିମନ୍ତ୍ରଣ

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟନୀ ଯାତ୍ରା କରିବେ । More

ପ୍ରବଳ ଶୀତ, କେମିତି ଶୋଇଛି ଭୁବନେଶ୍ବର ?

ରାଜଧାନୀରେ ଏବେ ରାଜ କରୁଛି ଶୀତ । ପ୍ରବଳ ଶୀତରେ କେମିତି ଶୋଇଛି ରାଜଧାନୀ । କେମିତି ଶୋଇଛି ରାଜଧାନୀର ରାସ୍ତାଘାଟ, ଆଉ କେମିତି ଶୀତ ସହ ସଂଘର୍ଷ କରୁଛନ୍ତି ବାସହରା । ଦିନ ସାରାର ଖଟଣି ପରେ ରାତିରେ ମୁଣ୍ଡ ଗୁଞ୍ଜିବା ବହୁ କଷ୍ଟକର ହେଉଛି ବାସହରାଙ୍କ ପାଇଁ । More

ମନୋହରପୁରରେ ରେଳ ଲାଇନ ଉଡାଇଲେ ମାଓବାଦୀ, ଟ୍ରେନ ଚଳାଚଳ ପ୍ରଭାବିତ

ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇଛନ୍ତି ମାଓବାଦୀ । ବିଳମ୍ବିତ ରାତିରେ ରେଳ ଧାରଣା ଉଡ଼ାଇଛନ୍ତି ନକ୍ସଲ । ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । More

ରାଜ୍ୟ ବୁଲୁଛନ୍ତି ରାଜ୍ୟପାଳ; ଲୋକଙ୍କ ଦୁଃଖ ବୁଝୁଛନ୍ତି, ମୁଖ୍ୟମନ୍ତ୍ରୀ ଚିଠିରେ ଜଣାଉଛନ୍ତି..

ଜିଲ୍ଲା ବୁଲୁଛି ରାଜ୍ୟପାଳଙ୍କ ଦରବାର। ଲୋକଙ୍କଠୁ ଅଭିଯୋଗ ବି ସଂଗ୍ରହ ହେଉଛି ଓ ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଲେଖାଯାଉଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନାର ସଫଳ ରୂପାୟନ ନେଇ ଡିଣ୍ଡିମ ପିଟା ଉପରେ ଉଠିଛି ପ୍ରଶ୍ନ। More

ହଇଜାର ବାହକ ସାଜିଛି ‘ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌’ ! ମୃତ୍ୟୁ ସଂଖ୍ୟା ଲୁଚାଉଛି ସରକାର, ଗ୍ରାଉଣ୍ତ ସ୍ଥିତି ପରଖିଲା ଓଟିଭି..

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ସହରବାସୀଙ୍କୁ ପାଣି ଯୋଗା ଯାଉଥିଲା ବେଳେ, ରକ୍ଷଣାବେକ୍ଷଣରେ ଅବ୍ୟବସ୍ଥାରୁ ସରକାରୀ ପାଣି ହିଁ ଏବେ ହଇଜାର ବାହକ ସାଜିଥିବା ଅଭିଯୋଗ ହେଉଛି । More

କାମିୟାଙ୍କୁ ମନ୍ଦିରକୁ ନେଲେ, ମହାପ୍ରସାଦ ଖୁଆଇଲେ ! ସତ ହୋଇଥିଲେ ସାଙ୍ଘାତିକ..

ତେଜୁଛି ହିନ୍ଦୀ ବ୍ଲଗର କାମିୟା ଜାନି ଜଗନ୍ନାଥ ଦର୍ଶନ ବିବାଦ। କାମିୟାଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଅବଢା ଖୁଆଇବାକୁ ନେଇ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛି ବିଜେପି। ଦଳ ଅଭିଯୋଗ କରିଛି, କାମିୟା ପୂର୍ବରୁ ଗୋଂମାସ ଖାଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବା ସହ ମହାପ୍ରସାଦ ଖୁଆଇ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛନ୍ତି ପାଣ୍ଡିଆନ । More

ପୋଷ୍ଟ ଅଫିସରେ ମିଳୁନି ୧୦ ଟଙ୍କିଆ ଆଇପିଓ, RTIରେ ତଥ୍ୟ ଆବେଦନପାଇଁ ଅଧିକ ଖର୍ଚ୍ଚାନ୍ତ ଆବେଦନକାରୀ

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକଘର ସହ ଜିଲ୍ଲାର କୌଣସି ପୋଷ୍ଟ ଅଫିସର ୧୦ ଟଙ୍କିଆ ଆାଇ.ପି.ଓ. ମିଳୁନି। ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା। More

ରାଜ୍ୟରେ ଅସହ୍ୟ ଜାଡ଼ରେ କଲବଲ ଜନଜୀବନ, ୧୦ ଡିଗ୍ରୀ ତଳେ ୧୬ ସହର

ଟ୍ୱିନସିଟିରେ ବି ସମାନ ଅବସ୍ଥା । ଗତ ୪ ଦିନ ହେଲା ଦୁଇ ମହାନଗରର ତାପମାତ୍ରା ଚଳିତ ବର୍ଷର ସର୍ବନିମ୍ନ ରେକର୍ଡ ହୋଇଛି । ୨୪ ଘଣ୍ଟାରେ ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୪ ଡିଗ୍ରୀ ଓ କଟକରେ ୧୨.୮ ଡିଗ୍ରୀ ରହିଛି । More