ସଂକ୍ଷେପରେ ଆଜିର ତାଜା ଖବର - Friday, 08 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପୂର୍ବରୁ ୧୪ରେ ବଡ଼ ନିଷ୍ପତ୍ତି ନେଇପାରେ ବିଜେଡି

ବୈଠକରେ ଯେକୌଣସି ବଡ଼ ନିଷ୍ପତ୍ତି ସଭାପତିଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ । More

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ରାଜସ୍ଥାନରୁ ୬ କ୍ୱିଣ୍ଟାଲ ଗୁଆ ଘିଅ ଧରି ପହଞ୍ଚିଲା ରଥ

୩ ହଜାର ଆବେଦନ ଆସିଥିଲା, ୨ଶହ ନାଁ ସର୍ଟଲିଷ୍ଟ ପରେ ସରିଛି ଚୟନ। ଅଯୋଧ୍ୟାରେ ସମସ୍ତଙ୍କ ରହଣୀ ପାଇଁ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ନଗର । More

କ୍ୟାମ୍ପସରେ ରାଜନୀତି ତାତି ! ‘ନୂଆ ଓଡ଼ିଶା’ ବନାମ ୟୁଜିସିର ‘ମୋଦି ସେଲ୍ଫି ପଏଣ୍ଟ’

କ୍ୟାମ୍ପସରୁ ନେତା ତିଆରି ବାଟ ବନ୍ଦ କରି ଭିନ୍ନ ଉଦ୍ୟମ । ଛାତ୍ରଙ୍କୁ ରାଜନୈତିକ ଦଳଙ୍କ ଗୋଡ଼ାଣିଆ ଉଦ୍ୟମକୁ ନେଇ ପ୍ରଶ୍ନ । More

ମହୁଆଙ୍କୁ ମହଙ୍ଗା ପଡ଼ିଲା କ୍ୟାଶ୍ ଫର୍ କ୍ୱେରି ମାମଲା

ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍ସିର ମହୁଆ ମୈତ୍ର । ଏଥିକ୍ସ କମିଟି ରିପୋର୍ଟ ଆଧାରରେ ହରାଇଲେ ସାଂସଦ ପଦ । More

ନୋଟ୍ ଗଣି ଗଣି ହାଲିଆ, ନିଅଣ୍ଟ ପଡୁଛି ମେସିନ୍

ଯେତେ ଖୋଳିଲେ, ସେତେ ବାହାରୁଛି । ଯେତେ ଗଣିଲେ, ସେତେ ଲମ୍ବୁଛି । ମଦ ବ୍ୟବସାୟୀଙ୍କ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ । More

ଓଡ଼ିଶାରେ ରେଡ୍, ଦେଶବ୍ୟାପି ହଇଚଇ ! ମଦ ବ୍ୟବସାୟୀଙ୍କ ଘରୁ ୨ଶହ କୋଟି ନଗଦ ଜବତ

ଚେତାବନୀ ଶୁଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଡ଼ାଗଣ୍ଡା କରି ଆଦାୟ କରାଯିବ ଜନତାଙ୍କଠୁ ଲୁଟ୍ ଟଙ୍କା କହିଲେ ପ୍ରଧାନମନ୍ତ୍ରୀ । More

Forest Department Recruitment: ଓଡ଼ିଶାରେ ବନ ବିଭାଗରେ ଚାକିରି; ଦରମା ୪୦ ହଜାର

କେନ୍ଦୁଝର ବନ ବିଭାଗ ନିକଟରେ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସୋସିଓଲୋଜିଷ୍ଟ୍ (ୱାଇଲ୍ଡ ଲାଇଫ୍‌) ପଦବୀ ପୂରଣ ହେବ। ୱାଲ୍-ଇନ୍ ମୋଡ୍‌ରେ ପ୍ରାର୍ଥୀ ଚୟନ ହେବ। More

ବାଲିଯାତ୍ରାରେ ମହାଦୁର୍ନୀତି ! ବାଉଁଶ ଓ କାଗଜ ବୋର୍ଡରେ ତିଆରି ତୋରଣର ମୂଲ୍ୟ ୧୬ ଲକ୍ଷ

ବାଲିଯାତ୍ରା ପାଇଁ ହୋଇଥିବା ଅସ୍ଥାୟୀ କେବଳ ବାଉଁଶ ଓ କାଗଜ ବୋର୍ଡରେ ତିଆରି ହୋଇଥିବା ତୋରଣର ମୂଲ୍ୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜାଣନ୍ତୁ.. More

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ବନ୍ଦ

ଶ୍ରୀମନ୍ଦିର ନୀତି ସବ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତା’ଛଡ଼ା ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଲାଗୁ ହେବ । More

ରାଜଧାନୀରେ ଥମୁନି ଲୁଟେରାଙ୍କ ଉତ୍‌ପାତ୍‌; ଜଜ୍‌ଙ୍କ ଘରେ ବୁଲାଇଲେ କଳାକନା

ଜଜ୍ ବିଦେଶକୁ ଯାଇଥିବା ବେଳେ ତାଙ୍କ ଘରକୁ ବି ଛାଡିଲେନି ଅପରାଧୀ । More

ପରିବାର ଲୋକଙ୍କ ମାଡ଼ ଭୟରେ ମହାନଦୀକୁ ଡେଇଁଲେ ଯୁବକ

ମହାନଦୀରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି । More

ଆଗକୁ ବଢ଼ିବ ଶୀତ, ଖସିବ ତାପମାତ୍ରା !

କୋହଲା ପାଗ, ମେଘୁଆ ଆକାଶ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ରୁ ୩ ଡିଗ୍ରୀ ଅଧିକ ରହୁଛି । More

Today Panchang 8th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଶୁକ୍ରବାର ଚନ୍ଦ୍ର- କନ୍ୟା ରାତ୍ରି ୦୯.୫୨ ତୁଳା ତିଥି- ୧୧ଶୀ ଅହୋରାତ୍ର More

ମିଳିଲାଣି ୨୦୦ କୋଟି ଟଙ୍କା, ଆଗକୁ ଆହୁରି କେତେ ?

ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି । More

ଓଡ଼ିଶା ହେବ ବୟସ୍କଙ୍କ ରାଜ୍ୟ, ରାଜ୍ୟର ପ୍ରଜନନ ହାର ଯଥେଷ୍ଟ କମ୍

ଆସନ୍ତା କିଛି ବର୍ଷ ମଧ୍ୟରେ ଓଡ଼ିଶା ହେବାକୁ ଯାଉଛି ବୟସ୍କଙ୍କ ରାଜ୍ୟ । କାହିଁକି ନା ଟୋଟାଲ୍ ଫର୍ଟିଲିଟି ରେଟ୍ - TFR ବା ରାଜ୍ୟର ସମୁଦାୟ ପ୍ରଜନନ ହାର ଏବେ ଜାତୀୟ ହାରଠାରୁ ଯଥେଷ୍ଟ କମ୍ ରହିଛି । More

ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର ଏୟାରପୋର୍ଟରୁ ପୁରୀ ଓ କଟକ ଏବଂ କେନ୍ଦୁଝର ଓ ବ୍ରହ୍ମପୁର ରୁଟ୍‌ରେ ବସ ଚଳାଚଳ ଯୋଜନାର ପ୍ରତିବାଦ କରିଛି ସଂଘ । ସଂଘ ଅଭିଯୋଗ କରିଛି, ବିଭିନ୍ନ ରୁଟର ମୋ ବସ୍ ଓ ଲକ୍ଷ୍ମୀ ବସ୍‌ ଚଳାଚଳ ଯୋଗୁ ଘରୋଇ ବସ୍ ମାଲିକଙ୍କୁ କ୍ଷତି ପହଞ୍ଚାଇବ । More

ସଂଘବଦ୍ଧ ଆକ୍ରମଣରେ ଆହତ ଯବାନଙ୍କ ମୃତ୍ୟୁ, ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଡିଲେଶ୍ୱରଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ କରୁଛି। ଘଟଣାରେ ୪ ଅଭିଯୁକ୍ତ ସଂପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଜଣକୁ ଅଟକ ରଖିଛି ପୋଲିସ । More

ବିରୋଧ ପରେ ସଜାଗ; ଜଗାଦାଣ୍ତରେ ଆରମ୍ଭ ହେଲା ଟନେଲ୍‌, ପ୍ରଥମରୁ କେଁ

ମରିଚିକୋଟ ଛକର ଏଇ ଧର୍ମଜ୍ୟୋତି ଲଜିଂଠୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବିବ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ । ୧୨ ମିଟର ଚୌଡ଼ା, ୮୪ ମିଟର ଲମ୍ବ । More

ଘରେ ବିରୋଧ, ଦିଲ୍ଲୀରେ ଦରଦ; ଆଦିବାସୀଙ୍କୁ ନେଇ ଡବଲ୍ ଷ୍ଟାଣ୍ତାଡ୍‌ ପଲିଟିକ୍ସ କରୁଛି BJD !

ରାଜ୍ୟରେ ଆଦିବାସୀ ବିରୋଧ ନୀତି ! ଦିଲ୍ଲୀରେ କିନ୍ତୁ ଆଦିବାସୀକୁ ଦରଦ । ବିଜେଡିର ଏଭଳି ଡବଲ୍ ଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ । More

ଟଙ୍କା ଦେଖିବ ଯଦି ବଲାଙ୍ଗିର ଆସ; ସକାଳୁ ରାତି ହେଲାଣି ଟଙ୍କା ଗଣା ସରୁନି

ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ । More