ସଂକ୍ଷେପରେ ଆଜିର ତାଜା ଖବର - Thursday, 07 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର ଏୟାରପୋର୍ଟରୁ ପୁରୀ ଓ କଟକ ଏବଂ କେନ୍ଦୁଝର ଓ ବ୍ରହ୍ମପୁର ରୁଟ୍‌ରେ ବସ ଚଳାଚଳ ଯୋଜନାର ପ୍ରତିବାଦ କରିଛି ସଂଘ । ସଂଘ ଅଭିଯୋଗ କରିଛି, ବିଭିନ୍ନ ରୁଟର ମୋ ବସ୍ ଓ ଲକ୍ଷ୍ମୀ ବସ୍‌ ଚଳାଚଳ ଯୋଗୁ ଘରୋଇ ବସ୍ ମାଲିକଙ୍କୁ କ୍ଷତି ପହଞ୍ଚାଇବ । More

ସଂଘବଦ୍ଧ ଆକ୍ରମଣରେ ଆହତ ଯବାନଙ୍କ ମୃତ୍ୟୁ, ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଡିଲେଶ୍ୱରଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ କରୁଛି। ଘଟଣାରେ ୪ ଅଭିଯୁକ୍ତ ସଂପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଜଣକୁ ଅଟକ ରଖିଛି ପୋଲିସ । More

ବିରୋଧ ପରେ ସଜାଗ; ଜଗାଦାଣ୍ତରେ ଆରମ୍ଭ ହେଲା ଟନେଲ୍‌, ପ୍ରଥମରୁ କେଁ

ମରିଚିକୋଟ ଛକର ଏଇ ଧର୍ମଜ୍ୟୋତି ଲଜିଂଠୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବିବ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ । ୧୨ ମିଟର ଚୌଡ଼ା, ୮୪ ମିଟର ଲମ୍ବ । More

ଘରେ ବିରୋଧ, ଦିଲ୍ଲୀରେ ଦରଦ; ଆଦିବାସୀଙ୍କୁ ନେଇ ଡବଲ୍ ଷ୍ଟାଣ୍ତାଡ୍‌ ପଲିଟିକ୍ସ କରୁଛି BJD !

ରାଜ୍ୟରେ ଆଦିବାସୀ ବିରୋଧ ନୀତି ! ଦିଲ୍ଲୀରେ କିନ୍ତୁ ଆଦିବାସୀକୁ ଦରଦ । ବିଜେଡିର ଏଭଳି ଡବଲ୍ ଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ । More

ଟଙ୍କା ଦେଖିବ ଯଦି ବଲାଙ୍ଗିର ଆସ; ସକାଳୁ ରାତି ହେଲାଣି ଟଙ୍କା ଗଣା ସରୁନି

ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ । More

ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷୀର ଅଣ୍ଟା, ପାଣିରେ ଭାସୁଛି ଅମଳ ଫସଲ

ବାତ୍ୟା ମିଗଜୋମ୍ ତ ଚାଲି ଯାଇଛି, ପାଗ ପୁରାପୁରି ସଫା ହୋଇ ନଥିଲେ ମଧ୍ୟ ବର୍ଷା ପରିମାଣ କମିଯାଇଛି। ଏଇଠୁ ଆରମ୍ଭ ହୋଇଛି ଚାଷୀଙ୍କ ଦୁର୍ଦ୍ଦଶା। କି ଧାନ, କି ପରିବା, ସବୁ କିଛି ବରବାଦ। More

High Court Recruitment: ଓଡିଶା ହାଇକୋର୍ଟରେ ବାହାରିଲା ଚାକିରି; ମାସକୁ ମିଳିବ ୬୩ ହଜାର

ଓଡିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନିକଟରେ ଓଡିଶା ହାଇକୋର୍ଟ ଏକ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଡାଟା ଏଣ୍ଟ୍ରି ଅପରେଟର / ଜୁନିଅର ଗ୍ରେଡ୍ ଟାଇପିଷ୍ଟ (ଗ୍ରୁପ୍ ସି) ପଦବୀ ପୂରଣ ହେବ। More

ବରଯାତ୍ରୀ ପାଲଟିଲା ମରଣଯନ୍ତା; ନିଆଁରେ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ

ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ । ଏହି ନିଆଁରେ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ । ଘଟଣାରେ ୨ଜଣ ଗୁରୁତର ଅଛନ୍ତି । More

Vastu Tips: ଗୃହ ନିର୍ମାଣ ବେଳେ ସାବଧାନ! ଏହି କୋଣକୁ ବନ୍ଦ କଲେ ମହାବିପଦ

ଗୃହ ନିର୍ମାଣ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଦରକାର। ତେଣୁ ଗୃହ ନିର୍ମାଣ କଲାବେଳେ କେଉଁ ଦିଗରେ କ’ଣ ନିର୍ମାଣ କରିବା ଦରକାର ତାହା ସ୍ଥିରିକୃତ କରିସାରିଲା ପରେ ହିଁ ଗୃହ ନିର୍ମାଣ ଆରମ୍ଭ କରିବା ସବୁଠାରୁ ଭଲ। ଅନ୍ୟଥା ପରେ ଭଙ୍ଗାରୁଜା କରିବାକୁ ପଡିପାରେ। More

'ତେଲେଙ୍ଗାନା ଭଳି ଓଡ଼ିଶାରେ ବି ୩ରୁ ୧ ନମ୍ବରକୁ ଉଠିବ କଂଗ୍ରେସ'

ତେଲେଙ୍ଗାନାରେ ଦଳ ଯେଉଁ ସ୍ଥିତିରେ ଥିଲା ସେଠି ଯେଉଁଭଳି ନମ୍ବର ୱାନ୍ ହୋଇପାରିଲା, ଓଡ଼ିଶାରେ ବି ତାହା ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । More

‘ସତକଥା କହେ ବୋଲି ସରକାର ମୋ ଉପରେ ଅସନ୍ତୁଷ୍ଟ’ : ପୁଣି ବାଣ ମାରିଲେ ଖଣ୍ଡପଡ଼ା ବିଧାୟକ

କିଛି ଦିନର ବ୍ୟବଧାନ ପରେ ମୁହଁ ଖୋଲିଲେ ସୌମ୍ୟ ପଟ୍ଟନାୟକ.... More

ଆଜି ବି ରାଜ୍ୟରେ ଜାରି ରହିବ ସ୍ୱଳ୍ପରୁ ମଧ୍ୟମ ବର୍ଷା

ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷୟକ୍ଷତି...ଧାନ ଓ ପନିପରିବା ଫସଲ କ୍ଷତିଗ୍ରସ୍ତ, ଚିନ୍ତାରେ ଚାଷୀ...ମିଗଜୋମ’ କ୍ଷୟକ୍ଷତିର ଆକଳନ ପାଇଁ SRCଙ୍କ ନିର୍ଦ୍ଦେଶ.. More

ଆଳୁ ଖୋଳୁ ଖୋଳୁ ମହାଦେବ ! ଆଇଟି ରେଡ୍ ବେଳେ ମିଳିଲା ନଗଦ ୧୫୦ କୋଟି ଟଙ୍କା

ବଲାଙ୍ଗିରରେ ଆୟକର ଫାଙ୍କି ଅଭିଯୋଗରେ ଚଢ଼ାଉ...ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ ଅଫିସରେ ରେଡ୍...ଆଲମିରା ଭିତରେ ଥାକମାରି ରଖାଯାଇଥିଲା ୧୫୦ କୋଟି... ମଦ ପ୍ରସ୍ତୁତକାରୀ କଂପାନୀ ଉପରେ ବଡ଼ ଧରଣର ରେଡ୍ ... More

Today Panchang 7th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ଗୁରୁବାର ଚନ୍ଦ୍ର- କନ୍ୟା ଅହୋରାତ୍ର ତିଥି- ୧୦ମୀ ନିଶାନ୍ତ ୦୫.୦୬ ଗତେ ୧୧ଶୀ ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ପ୍ରାତଃ ୦୬.୨୮ ପର୍ଯ୍ୟନ୍ତ More

BIG BREAKING : କଟକ ଷ୍ଟେସନରେ ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ More

ଧର୍ମଘଟ କି ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତ କର୍ମଚାରୀ, ଏସମା ଲାଗୁ କଲେ ରାଜ୍ୟ ସରକାର

ଆଜିଠୁ ଏହି ନିର୍ଦ୍ଦେଶନାମା ଆସନ୍ତା ୬ ମାସ ଯାଏଁ ବଳବତ୍ତର ରହିବ ବୋଲି ଦର୍ଶାଯାଇଛି ନୋଟିସରେ। ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ବୋଲି ଗୃହବିଭାଗ ପକ୍ଷରୁ ଏସମା ଲାଗୁ କରାଯାଇଛି। More

କ୍ଷୋଭ ପ୍ରକାଶ କଲେ ପୁରୀ ଶଙ୍କରାଚାର୍ଯ୍ୟ, କହିଲେ ‘ମୋ ଠାରୁ ସମସ୍ତେ ଦୂରତା ଅବଲମ୍ବନ କରୁଛନ୍ତି’

ରଥଯାତ୍ରାରେ ରଥ ଉପରକୁ ଯିବା ଛଡ଼ା ମୋର ଆଉ କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ଜଗତଗୁରୁ। ଶ୍ରୀମନ୍ଦିର ୪ ଦ୍ୱାର ପ୍ରସଙ୍ଗରେ ମତ ରଖି କହିଛନ୍ତି, ଦକ୍ଷିଣ ଦ୍ୱାର କେବଳ ମୋ ପାଇଁ ଖୋଲିପାରେ। More

ପାଖେଇ ଆସୁଛି ଲୋକାର୍ପଣ ଡେଡଲାଇନ୍, ହେଲେ ସରି ପାରୁନି ପ୍ରକଳ୍ପ କାମ

୨୪ ନଭେମ୍ବର ୨୦୨୧। ୩୩୧ କୋଟି ୨୮ ଲକ୍ଷ ଟଙ୍କା ବଜେଟ୍‌ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ବେଳେ ଡିଜାଇନ୍ ଯାହା ଥିଲା, ସେଥିରେ ମାତ୍ରାଧିକ ପରିବର୍ତ୍ତନ ଘଟି ସାରିଛି। More

ଚୀନରେ ନିମୋନିଆ, ଓଡ଼ିଶାରେ ଛନକା; ଆଲାରାମ୍‌ ଘଣ୍ଟି ବଜାଇଲା ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟର ବିଭିନ୍ନ ହସପିଟାଲରେ ବଢୁଛି ରୋଗୀଙ୍କ ସଂଖ୍ୟା । ଔଷଧ ସେବନ ପରେ ବି ଦୀର୍ଘଦିନ ଯାଏଁ ଲାଗି ରହୁଛି କାଶ, କଫ । More

ନୂଆବର୍ଷ ପୂର୍ବରୁ ବଞ୍ଜରା ଗ୍ୟାଙ୍ଗର ଉତ୍‌ପାତ୍‌; ନଜର ହଟିଲେ ବୁଲାଉଛନ୍ତି କଳାକନା

ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ପାର୍ବଣ ବେଳେ ଲୁଟିଲେ ଏବେ ବିବାହ ଋତୁକୁ ଟାର୍ଗେଟ୍ । More