ସଂକ୍ଷେପରେ ଆଜିର ତାଜା ଖବର - Friday, 06 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବଦନାମରୁ ବର୍ତ୍ତିଲା, କିନ୍ତୁ ବିବାଦ ତେଜିଲା, ଅଭିଯୋଗକାରୀଙ୍କ ବିରୋଧରେ ହୋଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ !

ବଦନାମରୁ ବର୍ତ୍ତିଲା କ୍ୟାପିଟାଲ୍ ହସ୍ପିଟାଲ୍। ହେଲେ ବିବାଦରୁ ନୁହେଁ। ଡିଏନ୍ଏ ରିପୋର୍ଟ ଧୋଇଲା ଶିଶୁବଦଳ କଳଙ୍କ । ହେଲେ ଧୋଇପାରିଲାନି ବିବାଦ । ପୁଣି ମୁହାଁମୁହିଁ ହସପିଟାଲ୍ କର୍ତ୍ତୃପକ୍ଷ, ଅଭିଯୋଗକାରୀ ପ୍ରାଣକୃଷ୍ଣ । More

ନିମ୍ବପତ୍ରରେ ଅଛି ବ୍ରେଷ୍ଟ୍ କ୍ୟାନସରର ରାମବାଣ, ଗବେଷଣା ପରେ ILS ଭୁବନେଶ୍ୱରର ବଡ଼ ଦାବି

ନିମ୍ବପତ୍ରରେ ରହିଛି ବ୍ରେଷ୍ଟ୍ କ୍ୟାନସରର ରାମବାଣ । କ୍ୟାନସର ଷ୍ଟେମ୍ ସେଲକୁ ଚୁଟକିରେ ମାରିଦେବ ନିମ୍ବପତ୍ର ଔଷଧ । ILS ଭୁବନେଶ୍ୱର କରିଛି ଏଭଳି ଚମକପ୍ରଦ ଆବିଷ୍କାର । ନିମ୍ବପତ୍ରରେ ଥିବା ନିମ୍ବୋଲାଇଡର ଏଭଳି ଆଶ୍ଚର୍ଯ୍ୟକାରୀ ଗୁଣ ଥିବା ନେଇ ILS ଭୁବନେଶ୍ୱରର ବଡ଼ ଦାବି More

ବିଜେଡିକୁ ଘାରିଛି ପଦଯାତ୍ରା ଟେନସନ୍, ଖୋଲା ମଂଚରେ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛନ୍ତି ସ୍ଥାନୀୟ ନେତା

ଧାମନଗରରୁ ଏଥର କିଏ ହେବେ ବିଜେଡି ବିଧାୟକ ପ୍ରାର୍ଥୀ ? ଉପ-ନିର୍ବାଚନରେ ହାରିଥିବା ଅବନ୍ତୀ ଦାସ ?ନା ଦଳକୁ ଫେରିବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ? More

ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କୁ ସମନ

ଅକ୍ଟୋବର ୩୧ରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। More

ଯଦି ଓଡ଼ିଶାରୁ ଲଢ଼ିବେ ତେବେ କେଉଁଠୁ ଲଢ଼ିବେ ଧର୍ମେନ୍ଦ୍ର ?

ଓଡ଼ିଶାରୁ ଲୋକସଭା ଲଢ଼ିବାକୁ ଧର୍ମେନ୍ଦ୍ର ଇଚ୍ଛା କରିଥିବା ସୂଚନା ରହିଛି । More

NSD ନିର୍ଦେଶକ ହେଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ

ଚିତ୍ତରଂଜନ ବହୁ ହିନ୍ଦି ସିରିଏଲ,ଫିଲ୍ମ, ୱେବ ସିରିଜରେ ଅଭିନୟ କରିଛନ୍ତି । ନେଟଫ୍ଲିକ୍ସର ସାକ୍ରେଡ ଗେମ୍‌ର ତ୍ରିବେଦୀ ଚରିତ୍ର ପାଇଁ ସେ ବେଶ ଜଣାଶୁଣା । More

ନକ୍ସଲ ମୁକାବିଲା ପାଇଁ କେନ୍ଦ୍ରକୁ ହେଲିକପ୍ଟର ମାଗିଲା ଓଡ଼ିଶା

ପୂର୍ବରୁ ରାଜ୍ୟର ୨୧ ଜିଲ୍ଲାରେ ନକ୍ସଲଙ୍କ ପ୍ରଭାବ ଥିବା ବେଳେ ଏବେ ଏହା ୧୦ ଜିଲ୍ଲାରେ ସୀମିତ ରହିଛି ବୋଲି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । More

ଓଡ଼ିଶାରେ ୱାନ୍‌ ହେଲ୍‌ଥ କାର୍ଯ୍ୟକ୍ରମ; ଆନ୍ଥ୍ରାକ୍ସ-ରାବିଜ-ସ୍କ୍ରବ ଟାଇଫସ-ନିପା ଭାଇରସଠୁ ମିଳିବ ମୁକ୍ତି !

ଏହାସହ ରାଜ୍ୟରେ ଜୁନୋଟିକ ରୋଗ ପରୀକ୍ଷା ଲାଗି ସେଣ୍ଟିନାଲ ଲାବୋରେଟରି ଓ ମେଡିକାଲ କଲେଜ ଲାବୋରେଟରୀ ଗୁଡ଼ିକୁ ଅଧିକ ସଶକ୍ତ କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।  More

ବଡ଼ ମେଡିକାଲ୍‌ର ବିଶ୍ୱସ୍ତରୀୟ ବ୍ୟବସ୍ଥା; ଠେଙ୍ଗାରେ ଝୁଲୁଛି ସାଲାଇନ୍‌ ବୋତଲ !

ରୋଗୀକୁ ସାଲାଇନ ଦେବା ସମୟରେ ତାକୁ ଏକ ଠେଙ୍ଗାରେ ଝୁଲା ଯାଇଛି । More

୫ ବର୍ଷ ହେଲା ଖୋଲୁନି ଡାକଘର, ଏବେ ଅବସ୍ଥା ନକହିବା ଭଲ

ଡାକଘର ଅଛି, ସାଇନ୍‌ବୋର୍ଡ ବି ଲଗାଯାଇଛି । ହେଲେ ଦିନକ ପାଇଁ ବି ଖୋଲୁନି । ଲୋକ ଏଠାକୁ ଆସୁଛନ୍ତି ଆଉ ଫେରିକି ଯାଉଛନ୍ତି । More

ପୁଅର ମାଡ଼ ଭୟରେ ଗଛ ତଳେ ଦିନ କାଟୁଛି ହତଭାଗା ବାପା

ବୁଢ଼ା ବରଗଛ ଯେବେ ପାଲଟେ ବୃଦ୍ଧଙ୍କ ସାହାରା । ଯାହାକୁ ଦୁଃଖ କଷ୍ଟରେ ଜନ୍ମ ଦେଇଥିଲେ, ଆଜି ତା’ରି ଡ଼ରରେ ଗଛ ତଳେ ଦିନ କାଟୁଛନ୍ତି । More

ସାଆରା ପାଲଟିଲା ବୋଝ; ସିନ୍ଦୂର-ଶଙ୍ଖା-ସନ୍ତାନ ପାଇଁ ସଂଘର୍ଷ କରୁଛନ୍ତି ପୁଷ୍ପଲତା

ଗୋଟେ ଘରେ ସ୍ୱାମୀ, ଆର ଘରେ ପୁଅ । ସ୍ୱାମୀଙ୍କୁ ଲିଭର ସିରୋସିସ୍ ଆଉ ପୁଅ ଜନ୍ମରୁ ଅଟିଜିମ । କେତେ ବେଳେ କାହାକୁ ସମୟ ଦେବେ କାହାର ଚିକିତ୍ସା କରିବେ ଜାଣି ପାରୁ ନାହାନ୍ତି । ସେହି ଅଭାଗିନୀ ମହିଳା ହେଉଛନ୍ତି ଭୁବନେଶ୍ୱର ବିଡିଏ କଲୋନୀ ବାସିନ୍ଦା ପୁଷ୍ପଲତା ମହାନ୍ତି । More

ରାଜଧାନୀରେ ମେଡିକାଲ ଛାତ୍ରୀଙ୍କ ଆତ୍ମହତ୍ୟା ! ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। ତାଙ୍କ ପରିବାର ମଧ୍ୟ ଆସି ପହଞ୍ଚିଛନ୍ତି। More

ଆଉ ବଦଳ ହୋଇପାରିବନି ! କ୍ୟାପିଟାଲ ହସ୍ପିଟାଲରେ ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ୍‌

ଯଦି ଶିଶୁଟି ଅସୁସ୍ଥ ଥିବ ତେବେ ଟ୍ୟାଗ ଛଡ଼ା ଅନ୍ୟ ସମସ୍ତ ପ୍ରକ୍ରିୟା କରାଯିବ । More

ଆଦର୍ଶ ବିଦ୍ୟାଳୟ ସ୍ୱପ୍ନର ବିକଳ ଚିତ୍ର ! କେଉଁଠି ବାତ୍ୟା ଆଶ୍ରୟସ୍ଥଳୀ, ଆଉ କେଉଁଠି ଗଛତଳେ କ୍ଲାସ୍

ବର୍ଷ ବର୍ଷ ଧରି ସରୁନି କୋଠା ତିଆରି କାମ । ହୀନସ୍ତା ଛାତ୍ରଛାତ୍ରୀ, ତାତିଲେ ଅଭିଭାବକ । More

ଦଶହରା ବେଳେ ଆସିବ କି ବାତ୍ୟା ? ଲୋକସେବା ଭବନରେ ବସିଲା ବଡ଼ ବୈଠକ...

ବାତ୍ୟା ମୁକାବିଲା ପାଇଁ ଲୋକସେବା ଭବନରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ । More

Today Panchang 6th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More

ଆଜି ଜନ୍ମମାଟିରେ ପହଞ୍ଚିବ ସହିହ ଯବାନ ସରୋଜଙ୍କ ପାର୍ଥିବ ଶରୀର

ଆଜି ପହଞ୍ଚିବ ସରୋଜଙ୍କ ପାର୍ଥିବ ଶରୀର । କେନ୍ଦୁଢିପ ଗାଁରେ ପାର୍ଥିବ ଶରୀରକୁ ନେଇ ଶୋଭାଯାତ୍ରା ହେବ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ । More

ଅନୁଭବ କହିଲେ- ‘ବର୍ଷା, ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଏ’

ସୋସିଆଲ ମିଡିଆ ଏକ୍ସରେ ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି। ‘ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଏ’ ବୋଲି ଅନୁଭବ ବର୍ଷାଙ୍କୁ କହିଛନ୍ତି। More

ରାଜ୍ୟରେ କାହିଁକି ବନ୍ଦ ଛାତ୍ର ସଂସଦ ନିର୍ବାଚନ ? ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ସପ୍ତାହେ ଭିତରେ ଉତ୍ତର ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏବିଭିପି ଛାତ୍ର ସଂଗଠନର ଆବେଦନ ଆଧାରରେ କୋର୍ଟ ନୋଟିସ୍ । More

ରାସ୍ତାରେ ଶୁଖୁଥିଲା ବାଣ ! ଚଢ଼ିଗଲା ଡାକ୍ତରଙ୍କ କାର୍, ବିସ୍ଫୋରଣ ପରେ ୧୫ ଫୁଟ ଉଚ୍ଚରୁ ପଡ଼ିଲା

ପୁଣି ବେଆଇନ୍ ବାଣ ତିଆରି ପାଇଁ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ଖଣ୍ଡିଆବନ୍ଧ ଗାଁର ଘଟଣାକୁ ନେଇ ଉଦବେଗ । More

ସୋମାଲିକା ନୁହେଁ, ଅନ୍ୟ ଜଣଙ୍କୁ ବାହା ହେବେ ବିଧାୟକ ବିଜୟ ଶଙ୍କର

ଜଣଙ୍କୁ ଧୋକ୍କା ଅନ୍ୟ ଜଣଙ୍କ ସହ ବିବାହ ଆବେଦନ ! ବାହା ହେବେ ବିଧାୟକ ବିଜୟ ଶଙ୍କର ଦାସ । ହେଲେ ପୂର୍ବତନ ବାନ୍ଧବୀ ସୋମାଲିକାଙ୍କୁ ନୁହେଁ, ଆଉ ଜଣଙ୍କୁ । କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ବିଜୟ ଶଙ୍କର ଓ ସଂପୃକ୍ତ ଯୁବତୀ ଏଥିପାଇଁ ଗତ ୨୧ ତାରିଖରେ ଆବେଦନ କରିଛନ୍ତି । More

କିଏ ହେବେ ରାଜ୍ୟ ପୋଲିସର ପରବର୍ତ୍ତୀ ମୁଖିଆ, ମହିଳା କାର୍ଡ ପାଇଁ ରେସରେ ଆଗରେ ବି. ରାଧିକା

ପାଖାପାଖି ୬ ମାସ ପରେ ନିର୍ବାଚନ । ତା ପୂର୍ବରୁ ଆସନ୍ତା ଡିସେମ୍ବରରେ ପୂରି ଯାଉଛି ଏବେକାର ପୋଲିସ୍ ଡିଜି ତଥା ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁନିଲ ବଂଶଲଙ୍କ କାର୍ଯ୍ୟକାଳ । ନୂଆ ବର୍ଷରେ ନୂଆ ଡିଜିପି ଦେଖିବ ରାଜ୍ୟ । ତେବେ କାହା ଉପରେ ଭରସା କରିବେ ସରକାର ? More

ସଂସାର ଉଜାଡ଼ି ଦେଲା ସିକ୍କିମ୍ ବନ୍ୟା, ବିବାହକୁ ୭ ମାସ ପୂରିନି, ସ୍ତ୍ରୀ ମଥାରୁ ସିନ୍ଦୂର ନେଇଗଲା କ୍ରୁର ନିୟତି

ମୁର୍ଛା ଯାଉଛି ମାଆ, ବାଉଳି ହେଉଛନ୍ତି ବାପା । ଆଉ ପାଗଳି ପ୍ରାୟ ପତ୍ନୀ । ଅମାନିଆ ଲୁହରେ ଅହରହ ଭିଜୁଛି ସମ୍ପର୍କୀୟ, ସାହି ପଡ଼ିଶା ଓ ସାଙ୍ଗସାଥୀଙ୍କ ଆଖି । ମଙ୍ଗଳବାର ବିଳମ୍ବିତ ରାତିରେ ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିବା More