ସଂକ୍ଷେପରେ ଆଜିର ତାଜା ଖବର - Thursday, 14 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନୂଆଁଖାଇକୁ ଅଣଦେଖା କରୁଛନ୍ତି ସରକାର ! ବାଚସ୍ପତି ନିର୍ବାଚନକୁ କଂଗ୍ରେସର ବଏକଟ୍

ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି । More

ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର-ବ୍ରହ୍ମପୁର ! ରାସ୍ତାରେ ଅଣ୍ଟାଏ, ଘରେ ଆଣ୍ଠୁଏ

ଜଳ ନିଷ୍କାସନ ସମସ୍ୟାରୁ ଉବୁଟୁବୁ ସହର । ବୁଡିଲା ରାସ୍ତାଘାଟ, ଲୋକେ ଘରେ ଜଳବନ୍ଦୀ । More

ସ୍କୁଲକୁ ଯାଉନାହାନ୍ତି ଶିକ୍ଷକ ! ଶ୍ରେଣୀରେ ବିଧାୟକ ପଢ଼ାଇଲେ ପାଠ...

ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। More

ଅର୍ଚ୍ଚନା ପରେ ଇରାନୀର ମାୟଜାଲ... ଫସୁଥିଲେ ଡାକ୍ତର, ବ୍ୟବସାୟୀ; ବେଡ୍‌ ରୁମ୍‌ରେ ସୁଟିଂ ହେଉଥିଲା ଭିଡିଓ

ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ । More

ଛାତ୍ର ସଂସଦ ନିର୍ବାଚନ ନେଇ ତେଜୁଛି ଅସନ୍ତୋଷ; ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼

ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ । More

ବିଧାୟକ ରଘୁରାମଙ୍କୁ ଧମକ ! କହିଲେ.. ସିଧା ସୁଟ୍‌ କରିଦେବି...

ଭୟଭୀତ ହୋଇ ବିଧାୟକ ଥାନାରେ ଏତଲା ଦେଇଥିଲେ । More

‘ପ୍ରବଳ ବର୍ଷା ସତ୍ତ୍ୱେ ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ’

ଲଘୁଚାପ ଯୋଗୁ ପ୍ରବଳ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ସରକାର ଆଶ୍ୱାସନା ଦେଇଛନ୍ତି। ଉପକୂଳରେ ବର୍ଷା ପରିମାଣ କମିବା ସହ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। More

ମାଛଧାରା ହେଲା କାଳ, ଭାସିଗଲେ ଗୋଟିଏ ପରିବାରର ୩ ଜଣ

ଆଗଲପୁର ଥାନା ପିପିଲିପାଲି ଗାଁର ୩ ଜଣ ଭାସିଗଲେ । ଅଗ୍ନିଶମ ବାହିନୀ ଦ୍ୱାରା ଜଣଙ୍କୁ ମୃତ, ଜଣଙ୍କୁ ଜୀବିତ ଉଦ୍ଧାର । More

ଅଭିନେତା ଗୋବିନ୍ଦାଙ୍କୁ ହେବ ଜେରା

ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଜେରା କରିବ ଓଡ଼ିଶା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ୧ ହଜାର କୋଟି ଅନ୍‌ଲାଇନ୍‌ ପଞ୍ଜି ସ୍କାମ୍‌ ମାମଲାରେ ହେବ ଜେରା। More

ବିଜେଡି ନେତାଙ୍କୁ ହତ୍ୟା ଘଟଣା: ବନ୍ଧା ହେଲେ ସରପଞ୍ଚ

ବିଜେଡି ନେତା ମଧୁସୂଦନ ବିଷୋୟୀଙ୍କ ହତ୍ୟାର ଅଭିଯୁକ୍ତ ସରପଞ୍ଚଙ୍କୁ ଗିରଫ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସରପଞ୍ଚ ଏହି ଘଟଣା ଘଟାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। More

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ତାତିଲା କଂଗ୍ରେସ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ। More

ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି ! ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ...

ଆନ୍ଦୋଳନରତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ରାଜ୍ୟ ସରକାରଙ୍କ ନାଲି ଆଖି ! ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। More

Panchang Today 14th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର – ସିଂହ ଅହୋରାତ୍ର, ତିଥି – ଅମାବାସ୍ୟା ଅହୋରାତ୍ର, ଘାତ ଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର, ଘାତ ବାର –  ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ନିଶାନ୍ତ ୦୪.୫୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ  More

ଏ କି ପ୍ରକାରର ମାନସିକତା ? ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି...କାନ୍ଧ ଦେଲେନି ଜାତି ଭାଇ

ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମଲା ବେଳକୁ ବି ପାଖ ମାଡ଼ିଲେନି ଜାତି ଭାଇ। ଶେଷରେ ମୃତଦେହକୁ ଚାରିକାନ୍ଧରେ ନେଇ ମଶାଣିକୁ ନେଇ ଦାହ କଲେ ସ୍ୱେଚ୍ଛାସେବୀ। More

ପ୍ରବଳ ବର୍ଷା: ଆଜି ଏହି ଜିଲ୍ଲାରେ ସବୁ ସ୍କୁଲ୍‌ ଛୁଟି ଘୋଷଣା

ରାଜ୍ୟରେ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ଆଜି ବଲାଙ୍ଗିରରେ ସବୁ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି।  More

ବଙ୍ଗୋପସାଗରରେ ଲଘୁଚାପ: ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷିବ !

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୁଦୃଶଃ ଲଘୁଚାପରେ ପରିଣତ ହୋଇଛି। ଲଘୁଚାପ ସକ୍ରିୟ ଥିବାରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଆସନ୍ତା ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। More

ଲଘୁଚାପ ବର୍ଷାରେ ବେହାଲ ଆଭ୍ୟନ୍ତରୀଣ ଓଡ଼ିଶା, ଟ୍ରାକ୍ ଉପରେ ଗଛ ପଡ଼ି ରେଳସେବା ପ୍ରଭାବିତ

ନବରଙ୍ଗପୁର ସହରରେ ଘରେ ଘରେ ପଶିଲା ବର୍ଷା ପାଣି । ସମ୍ଭାବ୍ୟ ବଡ଼ ବର୍ଷା ପାଇଁ ପାଣିପାଗ ବିଭାଗର ରେଡୱାର୍ଣ୍ଣିଂ । More

ଘନେଇଲା ସୌମ୍ୟ- 5T ସଚିବ ବିବାଦ ! ପଦରୁ ବିଦା ପରେ ବି ସୌମ୍ୟଙ୍କୁ ଶଙ୍ଖସୈନ୍ୟଙ୍କ ଘେରାବନ୍ଦୀ

ଦଳରୁ ବିଦା କରିବାକୁ କାହିଁକି ସାହସ କୁଳେଇ ପାରୁନି ବିଜେଡି ? ସୌମ୍ୟଙ୍କୁ ସାମ୍ନାରେ ରଖି ପାଣ୍ଡିଆନଙ୍କୁ ଘେରିଲେ ବିରୋଧୀ । More

ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ, ଗତ ୫ ବର୍ଷ ଧରି ହେଉ ନାହିଁ ନିର୍ବାଚନ

ଗଣତାନ୍ତ୍ରିକ ଅଧିକାରକୁ କାହିଁକି ଗୁରୁତ୍ୱ ଦେଉନାହାନ୍ତି ସରକାର ? କୋର୍ଟ ଯିବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ । More

ପ୍ରାଥମିକ ଶିକ୍ଷାରେ ବଡ଼ ଅଚଳାବସ୍ଥା ! ଛୁଟିରେ ପଳେଇଲେ ୫୬ ହଜାର ପ୍ରାଥମିକ ସ୍କୁଲର ଶିକ୍ଷକ

୪ ଦିନ ବ୍ଲକ୍ ଅଫିସରେ ବସିବା ସତ୍ତ୍ବେ ପୂରଣ ହେଲାନି ଦାବି । ଶେଷରେ ଚରମ ପଦକ୍ଷେପ ନେଇଛନ୍ତି ପ୍ରାଥମିକ ଶିକ୍ଷକ । More

ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍‌ ! ବିଷାକ୍ତ ପୋକ କାମୁଡ଼ା ସଂକ୍ରମଣରୁ ୬ ମୃତ୍ୟୁ

ବରଗଡ଼ରେ ୫ ଓ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ । ଅନ୍ୟ ଜିଲ୍ଲାକୁ ବି ବ୍ୟାପୁଥିବା ସୂଚନା । More