ସଂକ୍ଷେପରେ ଆଜିର ତାଜା ଖବର - Saturday, 02 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମାଟ୍ରିକ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ କାର୍ଯ୍ୟଦକ୍ଷ କରିବାକୁ ବ୍ଲୁ ପ୍ରିଣ୍ଟ

ଉପାନ୍ତରୁ ଉପକୂଳ, ସବୁଠି ଡ୍ରପ ଆଉଟ୍ ହାର ବଢ଼ିବା ପରେ ଗଣଶିକ୍ଷା ବିଭାଗକୁ ଘାରିଛି ସେମାନଙ୍କ ଚିନ୍ତା। ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ CTTC ସହ ସହଭାଗିତା କରିବାକୁ ନିଷ୍ପତ୍ତି ନେଇଛି ବିଭାଗ। More

OSSC ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍

ବାଲେଶ୍ୱର OSSC ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତର ମୁଖ୍ୟ ଦିଗ ରହିବ କିଏ ସେହି ଗୃହ ଶତ୍ରୁ? ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । More

ଥରହର ଟ୍ୱିନ୍‌ସିଟି; ଢୁ ଢୁ ବର୍ଷା ସାଙ୍ଗକୁ ଭୟଙ୍କର ଘଡ଼ଘଡ଼ି

କମ୍ପି ଉଠିଲା ଗଗନ ପବନ । ବର୍ଷା ଆଉ ପବନ ମାଡ଼ରେ ଥରହର ଚତୁର୍ଦ୍ଦିଗ । ଘଡ଼ଘଡ଼ିର ଗର୍ଜନରେ ତାବଦା ହୋଇଯାଉଛି କାନ ମୁଣ୍ଡ । ପାତାଳଭେଦୀ ବଜ୍ରପାତରେ ଥରି ଉଠୁଛି ଶରୀରର ସର୍ବାଙ୍ଗ । More

Big Breaking : ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋ

ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ More

ବାହାନଗା ଟ୍ରେନ୍‌ ଟ୍ରାଜେଡି: ୩ ଅଧିକାରୀଙ୍କ ନାଁରେ ସିବିଆଇର ଚାର୍ଜସିଟ୍ ଦାଖଲ

୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ୍ ଦାଖଲ ହୋଇଛି । More

ବଜ୍ରପାତରେ ୪ ମୃତ, ଏପଟେ ଘଣ୍ଟାଏ ଭିତରେ ରାଜଧାନୀରେ ୪୨ ହଜାରରୁ ଅଧିକ ଥର ବିଜୁଳି ମାରିଲା

ପୃଥକ୍‌ ପୃଥକ୍ ସ୍ଥାନରେ ବଜ୍ରପାତରେ ୪ ମୃତ, ୩ ଗୁରୁତର...କଟକ ଏବଂ ଭୁବନେଶ୍ୱରରେ ଅତିପ୍ରବଳ ବର୍ଷା More

ଭୟଙ୍କର ବଜ୍ରପାତ ସହ କାଚୁଛି ବର୍ଷା, ଟ୍ୱିନ୍ ସିଟିକୁ ୨ ଘଣ୍ଟା ପାଇଁ ଆଲର୍ଟ

ଟ୍ୱିନ୍ ସିଟିକୁ ବର୍ଷା ଆଲର୍ଟ...ଢ଼ାଳୁଛି, କାଚୁଛି.. More

Today Panchang 2nd September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More

ଆସିଥିଲେ ପାଣ୍ଡିଆନ୍‌ ବାବୁ... ଦେଇଥିଲେ ପ୍ରତିଶ୍ରୁତି, ହେଲେ ୧୨ ଦିନ ପରେ ବି ଆସୁନି ପାଣି

ଦୁଇ ଦିନରେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଫାଇଭ୍ ଟି ସଚିବ । ଆଉ ଏହା ହେଉଛି ତାର ରିୟଲିଟି ଚେକ୍ । ୧୨ ଦିନ ପରେ ଏହା ହେଉଛି ପ୍ରକୃତ ସ୍ଥିତି । More

ନବବଧୂଙ୍କୁ ହତ୍ୟା ! ଦେଢଶୁର, ଭାଉଜ, ଶାଶୁ ଓ ଶ୍ୱଶୁରଙ୍କ ନାଁରେ ଅଭିଯୋଗ

ସହଦେବଖୁଣ୍ଟାର କାର୍ତ୍ତିକ ପଣ୍ଡାଙ୍କ ପୁଅ ରାଜେଶ ପଣ୍ଡାଙ୍କୁ ବିବାହ କରିଥିଲେ ଇତିଶ୍ରୀ । ତାଙ୍କର ଦୁଇ ଦୁଇ ଥର ଗର୍ଭ ନଷ୍ଟ ହେବାପରେ ତାଙ୍କ ଯାଆ ଅକଥନୀୟ ମାନସିକ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ତାଙ୍କ ବାପଘର ଲୋକେ । More

ବର୍ଷା ହୋଇ ଛାଡ଼ିଗଲା, ହେଲେ ଆସିଲାନି କରେଣ୍ଟ

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରେଣ୍ଟ ନାହିଁ । ଦୀର୍ଘ ସମୟ ଲାଇନ୍ କଟିଥିବାରୁ ସାଧାରଣ ଲୋକେ ନୟାନ୍ତ ହେଲେଣି । More

ମିଶନ୍ ଆଦିତ୍ୟ ପାଇଁ କାଉଣ୍ଟଡାଉନ୍; ଚନ୍ଦ୍ରଯାନ ଭଳି ସୂର୍ଯ୍ୟଯାନରେ ବି ଲାଗିଛି ଓଡ଼ିଶା ଯନ୍ତ୍ର

ଲଞ୍ଚପ୍ୟାଡରେ ତୟାର ଇସ୍ରୋର ୱାର୍କହର୍ସ PSLV-C 57 । ଏବେ କେବଳ ଅପେକ୍ଷା- ଶନିବାର ଦିନ ୧୧ଟା ୫୦କୁ । ଠିକ୍ ଏହି ସମୟରେ ଭୂପୃଷ୍ଠକୁ ଛାଡ଼ିବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ୍ ସ୍ପେଶ ସେଣ୍ଟରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଆକାଶ ଚିରିବ PSLV-XL କ୍ଲାସ୍ ରକେଟ୍ । More

ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଟିକେଟ୍ ଦର୍ଶନ; ଆପତ୍ତି ଉଠାଇଲେଣି ଭକ୍ତ

ପୂର୍ବରୁ ଶ୍ରୀମନ୍ଦିରରେ ନିର୍ଦ୍ଦିଷ୍ଟ ସମୟରେ ଦିନକୁ ୫ ଥର ପରିମାଣିକ ଦର୍ଶନ ସହ ୬ ଥର ସାହାଣମେଲା ଦର୍ଶନ ଚାଲୁଥିଲା । ହେଲେ କେତେକ କାରଣରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୬ ଜାନୁଆରୀ ୨୭ରୁ ପରିମାଣିକ ଟିକେଟ୍ ଦର୍ଶନ ବନ୍ଦ ରହିଛି । More

ବିଜେଡିକୁ ମହଙ୍ଗା ପଡ଼ିବ ଗୋଷ୍ଠୀ କନ୍ଦଳ ! ବିପିନଙ୍କ ଖେଳ ଖତମ୍‌, ପୁରୀରେ ପାଟିତୁଣ୍ଡ

ବୁଧବାର ବିଦ୍ରୋହ କରିଥିଲେ, ଗୁରୁବାର ଦଳରୁ ବିଦା ହୋଇଗଲେ । ଦଳ ବିରୋଧୀ କାର୍ଯ୍ୟ କରିଥିବା ଦର୍ଶାଇ ବିଜେଡିରୁ ବହିଷ୍କାର ଗଞ୍ଜାମ ଜିଲ୍ଲା ତଥା ଦିଗପହଣ୍ଡିର ଅନ୍ୟତମ ତୁଙ୍ଗ ନେତା ବିପିନ ପ୍ରଧାନ । More

ଖଣ୍ଡା ଓ ମାର୍ତୁଲ ଧରି ଆତଙ୍କ ଖେଳାଇଲେ ଯବାନ; ପୋଲିସ ହେଲା ନାକେଦମ

ଗୋଟିଏ ହାତରେ ଖଣ୍ଡା, ଅନ୍ୟ ହାତରେ ହାତୁଡି । ବିଚ୍ ରାସ୍ତାରେ ଘଂଟା ଘଂଟା ଧରି ଆତଙ୍କ ଖେଳାଇ ଚାଲିଲେ ଜଣେ ଅବସରପ୍ରାପ୍ତ ଯବାନ । ବାଙ୍କୀ କଲେଜ ଛକରୁ କଚେରୀ ଛକ ଯାଏଁ, ମାରଣାସ୍ତ୍ର ଧରିଥିବା ଅବସରପ୍ରାପ୍ତ ଯବାନଙ୍କୁ ଯିଏ ଦେଖୁଥିଲା, ଆତଙ୍କିତ ହୋଇପଡୁଥିଲା । More