ସଂକ୍ଷେପରେ ଆଜିର ତାଜା ଖବର - Monday, 14 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଡେଙ୍ଗୁ ହବ୍ ସାଜିଲାଣି ଭୁବନେଶ୍ୱର; ହୁ ହୁ ବଢୁଛି ରୋଗୀ ସଂଖ୍ୟା

ରାଜ୍ୟରେ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୫୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ। More

ଡାଟା ପ୍ରୋଟେକ୍ସନ ବିଲ୍‌କୁ ନେଇ ଦ୍ୱନ୍ଦ ! ଅଶ୍ୱିନୀ କହିଲେ ସ୍ୱାଧୀନତାରେ ଆସିବନି ଆଞ୍ଚ୍ 

ଅସ୍ପଷ୍ଟ ଓ ସନ୍ଦେହଜନକ ଦର୍ଶାଇ ହେବନି ତ ଡାଟା ସେନସର ? ତଥ୍ୟ ଅପବ୍ୟବହାର କଲେ କଂପାନୀ ଦେବେ ମୋଟା ଅଙ୍କର ଫାଇନ୍ । More

ସୈନିକ ହୋଇ ବି ଉପେକ୍ଷିତ ! ଜାଣନ୍ତୁ ଓଡ଼ିଶାର ଦୁଇ ସୈନିକଙ୍କ ଦୁଃଖ କାହାଣୀ...

୬୦ ଦଶକରୁ ଆଜି ଯାଏଁ ପାକିସ୍ତାନରେ ଯୁଦ୍ଧବନ୍ଦୀ ଭାବେ ଜୀବନ କାଟୁଛନ୍ତି ଭାରତ ମାଆର ଏହି ସାହସୀ ସନ୍ତାନ। More

ଗଳିକନ୍ଦିରୁ ପାୱାର୍ କରିଡର୍ ଯାଏଁ ‘ଆଗୁଆ ନିର୍ବାଚନ’ ଚର୍ଚ୍ଚା

ଗଳି କନ୍ଦିରୁ ଚା' ଖଟି..ରାଜନେତାଠୁ ପାୱାର୍ କରିଡର୍..ସବୁଠି ସମସ୍ତଙ୍କ ମନରେ, ଏବେ କେବଳ ଦୁଇଟି ପ୍ରଶ୍ନ । ବିଧାନସଭାକୁ ଭାଙ୍ଗି ଆଗୁଆ ନିର୍ବାଚନକୁ ଯିବେ କି ନବୀନ ? ବିଜେପି-ବିଜେଡି ଭିତରେ କିଛି ବୁଝାମଣା ହେବାକୁ ଯାଉଛି କି ? More

ବରଗଡ଼ ସାଂସଦ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଏକାଧିକ ବ୍ଲକେଜ୍ ପାଇଁ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଚିକିତ୍ସାଧୀନ More

ଚକା ଚକ ଘର, ପକ୍କା ଛାତ...ହେଲେ ୨ ବର୍ଷ ପରେ ବି କାମରେ ଲାଗୁନି ୪୦ ଲକ୍ଷ ଟଙ୍କାର ମାର୍କେଟ କମ୍ପ୍ଲେକ୍ସ

୪୦ ଲକ୍ଷ ଟଙ୍କା ଖର୍ଚ୍ଚରେ ମାର୍କେଟ କମ୍ପ୍ଲେକ୍ସ ହେଲା। ହେଲେ ନିର୍ମାଣର ଦୁଇ ବର୍ଷ ପରେ ବି କାମରେ ଲାଗି ପାରିଲାନି। ସବୁ କିଛି ଠିକ୍ ହେଲେ ସଟର୍ ପଡ଼ିଛି, ସବୁ ଦୋକାନ ଘରେ ତାଲା ଝୁଲୁଛି ? More

Viral ହେଉଛନ୍ତି ଦାସକାଠିଆ ଗୁପ୍‌ଚୁପ୍‌ ବାଲା; ଗୀତରେ ଗୀତରେ କିଣୁଛନ୍ତି ଗ୍ରାହକଙ୍କ ମନ

ବେଶ ଚର୍ଚ୍ଚାକୁ ଆସିଛି ଗୁପ୍‌ଚୁପ୍‌ବାଲା ଗୀତ । ଗୁପଚୁପ ଵାଲା ଆସିଚେ, ମା’ କେ ଝିଅ କହୁଚେ ,ଚାଉଳ କେ ପଇସା ମାଗୁଚେ । ଘରେ ନାଇଁନ କହିଲେ ଦୁଆରେ ଗଡ଼ ଗଡି ଯାଉଛେ । More

ମୁଣ୍ଡ ନେଉଛି ଚୁନାଘାଟି,୨ ଦିନ ବ୍ୟବଧାନରେ ୩ଟି ବଡ଼ ଦୁର୍ଘଟଣା

ଗତ ୮ ମାସରେ ଦୁର୍ଘଟଣାରେ ଗଲାଣି ୬ ଜୀବନ । ତ୍ରୁଟିପୂର୍ଣ୍ଣ ନିର୍ମାଣ ଶୈଳୀ ଯୋଗୁଁ ବେଶି ଦୁର୍ଘଟଣା ଅଭିଯୋଗ । More

ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଖୁବଶୀଘ୍ର ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା । More

Today Panchang 14th August: ଜାଣନ୍ତୁ ଆଜିର ଘାତ ଚନ୍ଦ୍ର ଓ ଘାତ ବାର

ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୪ ତାରିଖ ସୋମବାର। ଚନ୍ଦ୍ର- ମିଥୁନ ରାତ୍ରି ୦୪.୨୫ ଗତେ କର୍କଟ। ତିଥି – ୧୩ଶୀ ଦିବା ୧୦.୨୫ ଗତେ ୧୪ଶୀ। ଘାତ ଚନ୍ଦ୍ର –ନାସ୍ତି, ଘାତ ବାର – ମିଥୁନ More

ବିବାଦ ଘେରରେ ମିଶନ ଶକ୍ତି କାଫେ: ମଧ୍ୟାହ୍ନରେ ଉଦ୍‌ଘାଟନ କଲେ ବିଧାୟିକା, ସନ୍ଧ୍ୟାରେ ତାଲା ପକାଇଦେଲେ ସରପଞ୍ଚ

ଉଦ୍‌ଘାଟନୀ ଫଳକକୁ ନେଇ ବିବାଦ ଘେରରେ ମିଶନ ଶକ୍ତି କାଫେ। ମଧ୍ୟାହ୍ନରେ ଉଦ୍‌ଘାଟନ କଲେ ବିଧାୟିକା, ଆଉ ସନ୍ଧ୍ୟା ବେଳେ ତାଲା ପକାଇଦେଲେ ମହିଳା ସରପଞ୍ଚ। More

ବିଜେଡ଼ି ସରକାର ବିରୋଧରେ ବିଜେପିର ଦୁର୍ବାର ଲଢେଇ: ମେଣ୍ଟ ନୁହେଁ, ଏକାକୀ ଲଢିବୁ କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା 

ସଂସଦରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ, ପରେ ନବୀନ-ଶାହ ଭେଟଘାଟକୁ ନେଇ ଦୁଇ ଦଳର କର୍ମୀ ଓ ନେତା ଏବେ ଦ୍ୱନ୍ଦ୍ୱରେ। More

ରୋଡ୍ ଆକ୍ସିଡେଣ୍ଟ ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍: ୬୫ ହଜାର ଏନସିସି କ୍ୟାଡେଟଙ୍କୁ ମିଳିବ ତାଲିମ

ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍। ନେବେ ସଡ଼କ ସୁରକ୍ଷା ପ୍ରଶିକ୍ଷଣ। ଯୋଗାଇଦେବେ ଫାଷ୍ଟ ଏଡ୍ ସେବା ଏବଂ ସାଜିବେ ଦୁର୍ଘଟଣା ପରର ପ୍ରଥମ ସେବାକାରୀ। More

ଡାକ୍ତର ବନିବାର ସ୍ବପ୍ନ ଆଗରେ ହାର୍ ମାନିଛି ଦାରିଦ୍ର୍ୟ

କେନ୍ଦ୍ରାପଡ଼ାର ଶୁଭଲକ୍ଷ୍ମୀ ଓ ମୟୂରଭଞ୍ଜର ଜାମ୍ବିମଣୀ । ଜଣଙ୍କ ବାପା ଫେରିବାଲା, ଆଉ ଜଣଙ୍କ ମାଆ ରୋଷେୟା । More

ଆଗରୁ ଶୋଇଥିଲା, ଏବେ ଉଠିଲା ! ଅଧ ରାତିରେ ବାର ଉପରେ ରେଡ୍‌ ମାରୁଛି ଅବକାରୀ ଟିମ୍‌

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ପଶିଲା ଚେତା । ଆକ୍ସନ ମୋଡରେ ଅବକାରୀ ବିଭାଗ । ବାରରେ ନାବାଳିକାଙ୍କ ନିୟୋଜନ ନେଇ ରାଜଧାନୀରେ ଘନ ଘନ ଚଢ଼ାଉ । More

କଂଗ୍ରେସ କରୁଛି ନୂଆ ଷ୍ଟ୍ରାଟେଜି ! ପୁରୁଣାଙ୍କୁ ଆଣୁଛି, କନ୍ଦଳ ମ୍ୟାନେଜ୍‌ ପାଇଁ ଚେଷ୍ଟା କରୁଛି

ଗମାଙ୍ଗ ପରିବାରଙ୍କ ସମେତ କିଛି ପୂର୍ବତନ ବିଧାୟକ ମଧ୍ୟ ୨୪ ନିର୍ବାଚନ କଂଗ୍ରେସ ଟିକେଟ୍‌ରୁ ଲଢିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି । More