ସଂକ୍ଷେପରେ ଆଜିର ତାଜା ଖବର - Wednesday, 26 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

'ତ୍ୱରିତ ନ୍ୟାୟ ଦେଇ ସାରା ଦେଶରେ ଉଦାହରଣ ସାଜୁ ଓଡ଼ିଶା ହାଇକୋର୍ଟ'

ରାଷ୍ଟ୍ରପତି କହିଥିଲେ, ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି, ବହୁ ନିର୍ଦ୍ଦୋଷଙ୍କ ଜୀବନର ମୂଲ୍ୟବାନ ସମୟ ଜେଲରେ କଟୁଛି। ଯାହା ଚିନ୍ତାର ବିଷୟ। More

ଦୁଇ ମାସ ଆଗରୁ ଜାଣିଥିଲେ ରାଷ୍ଟ୍ରପତି ଆସୁଛନ୍ତି, ତଥାପି କଲେନି ମରାମତି ! କାହିଁକି..?

କେବଳ ରାଷ୍ଟ୍ରପତି ନୁହଁନ୍ତି, ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ଭିଭିଆଇପି ନିଜର ଅଭିଭାଷଣ ରଖିଥିଲେ। ଏହାକୁ ନେଇ ବର୍ଷିଛନ୍ତି ହାଇକୋର୍ଟର ଆଇନଜୀବୀ। More

ପ୍ରାୟ ସବୁ ଜିଲ୍ଲାରେ ବିଜେଡି-ବିଜେଡି ଲଢ଼େଇ, ନେତା କରୁଛନ୍ତି ସମାନ୍ତରାଳ ସଂଗଠନ !

ସାଧାରଣ ନିର୍ବାଚନକୁ ଆଉ କମ୍ ସମୟ ଥିବାରୁ ବିଜେଡି ପାଇଁ ଦଳରେ ବିଦ୍ରୋହ ଏବେ ସବୁଠାରୁ ବଡ଼ ଚିନ୍ତା ହୋଇଛି। ଏହାକୁ ଠିକ୍  ରେ ମ୍ୟାନେଜ୍ କରିନପାରିଲେ ଦଳ ପାଇଁ ବଡ଼ ସମସ୍ୟା ଦେଖାଦେବ। More

'ନିଜ ରୋଜଗାରର କିଛି ଅଂଶ ଗରିବଙ୍କ ପାଇଁ ବିନିଯୋଗ କର'

ନ୍ୟାସନାଲ ଲ’ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବ ଅବସରରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗ କରିବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଇଛନ୍ତି। More

ପୋଲିସ୍‌ ବାବୁଙ୍କ ଆତ୍ମହତ୍ୟା ଉଦ୍ୟମ ! ନିଜ ଉପରକୁ ନିଜେ ଗୁଳି ଚଳାଇଲେ...

ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର ! କୋରାପୁଟ ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟର ନକ୍ସଲ ସେଲ୍‌ ଭିତରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। More

‘ଆଜି ବନକଲାଗି ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’

ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ସେମାନେ ମାନିବା କଥା । ନମାନିଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । More

ଜରିପାଲ ଘେରା ଛାତ ତଳେ ଭାଷଣ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ବ୍ୟାପକ ଅବ୍ୟବସ୍ଥା । More

ନବ ଦାସ ହତ୍ୟା ମାମଲା: ଗୋପାଳ କହିଲା- ‘ମୁଁ ଦୋଷ ସ୍ୱୀକାର କରିବାକୁ ରେଡ୍ଡି’

ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର କରାଯାଇଥିଲା। ଗୋପାଳ ଦୋଷ ସ୍ୱୀକାର କରିବି ବୋଲି କହିବା ସହ ମୁଣ୍ଡିଆ ମାରି କୋର୍ଟ ଭିତରକୁ ଯାଇଥିବା ଆଇନଜୀବୀ ସତ୍ୟ ବହିଦାର କହିଛନ୍ତି। More

‘ତ୍ୱରିତ ନ୍ୟାୟକୁ ଗୁରୁତ୍ୱ, ନିର୍ଦ୍ଦୋଷ ଲୋକଟି ଯେମିତି ଦଣ୍ତ ନ ପାଉ’

ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ । ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି । More

୨୪ ବର୍ଷ ପରେ ବି ମା’ ଆଖିରୁ ଶୁଖୁନି ଲୁହ, ଏବେବି ପଣତ କାନିରେ ପୋଛି ଦେଉଛି ପୁଅର ପ୍ରତିମୂର୍ତ୍ତି...

୨୪ ବର୍ଷ ପରେ ଆଜି ବି ସହିଦ ପୁଅର ପ୍ରତିମୂର୍ତ୍ତିରେ ଫୁଲ ଦେବାବେଳେ ମାଆ ଆଖିରେ ଆସିଯାଏ ଲୁହ। ସିମେଣ୍ଟ ପ୍ରତିମୂର୍ତ୍ତି ହେଉ ପଛେ ପୁଅ ମୁହଁକୁ ପିନ୍ଧା ଲୁଗା କାନିରେ ପୋଛିଲା ବେଳେ ଅନୁଭବ ହୁଏ ସତେ ଯେମିତି ପୁଅ ବଞ୍ଚିଛି, ତା ପାଖରେ ଅଛି। More

ସାମ୍ନାରୁ ଧକ୍କା ଦେଲା ଗାଡ଼ି, ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର...

ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର। କୋଇଲା ବୋଝେଇ ଟ୍ରକ୍‌ ଏବଂ ମିନି ଟ୍ରକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଯୋଗୁ ମିନି ଟ୍ରକ୍‌ ଜଳି ଯାଇଛି। More

Panchang Today 26th July 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର ଚନ୍ଦ୍ର – କନ୍ୟା ଦିବା ୧୧.୧୧ ଗତେ ତୁଳା । ତିଥି – ୮ମୀ ଦିବା ୦୩.୫୨ ଗତେ ୯ମୀ । ଘାତ ଚନ୍ଦ୍ର – ନାସ୍ତି ଘାତ ବାର – ମକର । ପୁଷ୍କର ଦୋଷ – ରାତ୍ରି ୦୧.୦୮ ଗତେ ୧ପାଦ କୁଟୁମ୍ଭହାନି- ତିଳକାଞନ ଦାନ । More

ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। More

ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିବେ ରାଷ୍ଟ୍ରପତି

୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ରାଷ୍ଟ୍ରପତି ପ୍ରଥମେ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯିବେ। More

ଗୁରୁବାର ନୁହେଁ, ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

ଆସନ୍ତା ଗୁରୁବାର ବନକଲାଗି କରାଯିବ ବୋଲି ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ସୂଚନା ଦେଇଥିଲେ। ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି । More

କାର୍ଗିଲ ବିଜୟ ଦିବସ; ଏବେ ବି ବୀର ଓଡ଼ିଆ ପୁଅଙ୍କୁ ଝୁରୁଛି ମା, ମାଟି ଓ ପରିବାର

୧୯୯୯ ଜୁନ ମାସର କଥା । ବିବାହର ମାତ୍ର ୬ ଦିନ ଯାଇନି କାଶ୍ମୀରରୁ ଆସିଥିଲା କର୍ତ୍ତବ୍ୟର ଡାକରା । ନବବଧୂକୁ ଘରେ ଛାଡ଼ି ରଣଭୂଇଁରେ ଝାସ ଦେଇଥିଲେ ଶ୍ରୀନିବାସ । More

ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍ ? ଚାଲିଛି କି ‘ଟଙ୍କା ଦିଅ ଚାକିରି ନିଅ’ ସ୍କିମ୍ ?

ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ । More

ବଢ଼ିଲା ସର୍ପ ଦଂଶନ ଟେନସନ୍ ! ଗୋଟିଏ ଦିନରେ ୫ ମୃତ

ସ୍ଥିତି ଉଦବେଗଜନକ ହେବା ପରେ ସରକାରୀ ଗାଇଡଲାଇନ୍ । ସଚେତନତା ପାଇଁ ସ୍କୁଲ ଓ ହଷ୍ଟେଲ ଯିବ ସ୍ୱାସ୍ଥ୍ୟ ଟିମ୍ । More

ନବୀନ ଓଡ଼ିଶା ସ୍କିମ୍‌କୁ ନେଇ ଗାଁ ଗାଁରେ ଝାମେଲା, ବଢ଼ିଲାଣି ଦଳୀୟ କନ୍ଦଳ

ନବୀନ ଓଡ଼ିଶା ସ୍କିମକୁ ନେଇ ଗାଁ ଗାଁରେ ଝମେଲା । ସରପଞ୍ଚରୁ ବିଧାୟକ ଯାଏଁ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରକଳ୍ପ ତାଲିକା । More