ସଂକ୍ଷେପରେ ଆଜିର ତାଜା ଖବର - Wednesday, 19 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କୋଡ୍ ୱାଡ୍ ବାବାରେ ଚାଲୁଥିଲା 'ବାବା ସିଗାରେଟ୍' ବେପାର: ଗ୍ରାହକ ସାଜି ବେପାରୀଙ୍କୁ ଧରିଲା ଅବକାରୀ ଟିମ୍

କୋଡ୍ ୱାଡ୍ ବାବାରେ ଚାଲୁଥିଲା ବେଧଡକ୍ ନିଶା ସିଗାରେଟ୍ ବେପାର। ରାସ୍ତା କଡ଼ରେ ଦୋକାନ ଖୋଲି ବିକୁଥିଲେ ବି ଧରାପଡୁନଥିଲେ। ଆଉ ଆଜି ଅବକାରୀ ବିଭାଗ ପଞ୍ଝାରେ ପଡ଼ିବା ପରେ ଖୋଲାଖୋଲି କହୁଛନ୍ତି ତାଙ୍କ ବସ୍ତି ସାରା ଅନେକ ଏଇ ବେପାରରେ ମାତିଛନ୍ତି। More

ଦକ୍ଷିଣ ଓଡିଶାରେ ବର୍ଷା ବିତ୍ପାତ: ଉବୁଟୁବୁ ଉପାନ୍ତ ମାଲକାନଗିରି

ଉବୁଟୁବୁ ଉପାନ୍ତ ମାଲକାନଗିରି। ତିନି ଦିନ ହେଲାଣି ନନଷ୍ଟପ ବର୍ଷା କାଚୁଛି। ଗତ ୨୪ ଘଣ୍ଟାରେ ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ କୋରୁକୁଣ୍ଡାରେ ୧୮୫ ଓ ମାଲକାନଗିରିରେ ୧୮୩ ମିମି ବର୍ଷା ହୋଇଛି। More

BJD ନେତାଙ୍କ ଗ୍ୟାଙ୍ଗଷ୍ଟର ଲିଙ୍କ, ଦଳରେ ଆରମ୍ଭ ହେଲା ଦୋଷ ଲଦାଲଦି

ଜ୍ୟୋତିଙ୍କୁ ନେଇ ଏବେ ବିଜେଡି ଦଳରେ କମ୍ପନ । ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କଲେ ବିଧାୟକ ସମ୍ବିତ ରାଉତରାୟ । More

ପାର୍ଲାମେଣ୍ଟରେ ବି ଉଠିବ 5T ପ୍ରସଙ୍ଗ, ସର୍ଭିସ୍ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ନେଇ ପ୍ରଶ୍ନ କରିବ କଂଗ୍ରେସ

ବିଜେପି ବି ଉଠାଇବ ସଚିବଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ବିଜେଡି କହିଲା ଫାଇଭ୍-ଟି ମଡେଲ୍‌ର ହେବ ପ୍ରଚାର । More

ଯୁବ ଭୋଟରଙ୍କ ଉପରେ ବିଜେଡିର ଛଞ୍ଝାଣ ଆଖି: କଲେଜ-ୟୁନିଭରସିଟିରେ ଖୋଲିଲା ହେଲ୍ପ ଡେସ୍କ

ଖାଲି ସେତିକି ନୁହେଁ ଟିଫିନ୍ ଓ ପାନୀୟ ଜଳ ବି ବଣ୍ଟା ଯାଉଛି। ହେଲ୍ପ ଡେସ୍କରେ ଛାତ୍ରଛାତ୍ରୀ ବି ନିୟୋଜିତ ଅଛନ୍ତି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଯଦି କ୍ୟାମ୍ପସ୍ ଗୁଡିକରେ ଦଳ ହେଲ୍ପ ଡେସ୍କ ଖୋଲୁଛି, ତେବେ ଛାତ୍ର ସଂସଦ ନିର୍ବାଚନକୁ କାହିଁକି ବାତିଲ୍ କରାଯାଇଛି ଓ ଛାତ୍ର ବିଜେଡି ଏନେଇ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠିଛି। More

ମାସିକିଆ ବଟି ନେବାବେଳେ IIC, ASIଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ବଟି ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଛି। More

+୨ ଦ୍ୱିତୀୟ ମେରିଟ ଲିଷ୍ଟ, ମୋଟ ୭୦,୧୦୫ ପିଲା ମନୋନୀତ

କଳାରେ ୪୯,୦୭୦; ବାଣିଜ୍ୟରେ ୩,୧୮୨ ଜଣ ମନୋନୀତ More

‘ବାବା’ କୋଡ୍‌ ୱାର୍ଡରେ ରାଜଧାନୀରେ ଚାଲୁଥିଲା ବେଧଡ଼କ ଗଞ୍ଜେଇ କାରବାର

ଗଦା ଗଦା ଗଞ୍ଜେଇ ସିଗାରେଟକୁ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ବିଶ୍ୱେଶ୍ୱର ବସ୍ତିରୁ ଜବତ କରିଛି ଅବକାରୀ ବିଭାଗ । More

ଅକ୍ଷୟ ତୃତୀୟାରେ ଆସନ୍ତି, ଦୀପାବଳିରେ ବାହୁଡ଼ି ଯାଆନ୍ତି

ଏମିତି ଗଲା ଅକ୍ଷୟ ତୃତୀୟାରୁ ଆସିଛନ୍ତି ଏବେ କିନ୍ତୁ ଗାଁ ଲୋକଙ୍କ ସ୍ନେହ ଯତ୍ନ ଓ ସୁରକ୍ଷା ପାଇଁ ଏତେ ଦିନ ଧରି ରହିଯାଇଛନ୍ତି । More

୧୦ ବର୍ଷ ବିତିଗଲା, ସରକାର ଶୁଣିଲେନି : ନିଜେ ପାହାଡ଼ କାଟି ଚାଷ ଜମିକୁ ପାଣି ମଡ଼ାଇଲେ ଚାଷୀ

ମୁଣ୍ଡ ଝାଳ ତୁଣ୍ଡରେ ମାରି ପାହାଡକୁ ଚିରି ନାଳ ଖୋଳିଛନ୍ତି । ଆଉ ତା‘ପାରେ ନିଜ ଜମି ପାଖରେ ପାଣି ପହଞ୍ଚାଇବା ପାଇଁ ହାଡ ଭଙ୍ଗା ପରିଶ୍ରମ କରିଛନ୍ତି ଗାଁ ଲୋକ। More

Today Panchang 19th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରକୁ ଆଣନ୍ତୁ ଜିନିଷ

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ, ବୁଧବାର। ଚନ୍ଦ୍ର – କର୍କଟ ଅହୋରାତ୍ର, ତିଥି – ୨ୟା ନିଶାନ୍ତ ୦୪.୩୦ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – କର୍କଟ, ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ନିଶାନ୍ତ ୦୪.୩୦ ପର୍ଯ୍ୟନ୍ତ। ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ... More

ଭାଲୁ ଆକ୍ରମଣରେ ବନବିଭାଗ କର୍ମଚାରୀ ମୃତ

ଭାଲୁ ଆକ୍ରମଣରେ ଜଣେ ବନ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ରେଞ୍ଜରେ। ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଦୁଣ୍ଡି । More

ଆସୁଛି ବଡ଼ ବର୍ଷା ! ଘଡ଼ଘଡ଼ି ସହ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କିଛି ଜିଲ୍ଲାରେ ପ୍ରବଳ ବର୍ଷାରୁ ଅକସ୍ମାତ ବନ୍ୟା ସ୍ଥିତିର ଆଶଙ୍କା ମଧ୍ୟ ରହିଛି । More

ନୀଳାଦ୍ରି ବିଜେ ପରେ ବି ହୋଇନି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର, ଶ୍ରୀମନ୍ଦିର ସତ୍ତ୍ୱଲିପିକୁ ଖୋଲାଖୋଲି ଅଣଦେଖା

ନକଲି ସାମଗ୍ରୀ ଦିଆଯାଉଥିବା ଦତ୍ତମହାପାତ୍ର ସେବକଙ୍କ ଅଭିଯୋଗ । କାଲି ବନଲାଗି ହେବ କହି ପ୍ରସଙ୍ଗ ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ। More

ରାଜ୍ୟରେ ଦାରିଦ୍ର୍ୟତା କମୁଛି ହେଲେ, ରାଜ୍ୟ ଅଧିକ ଗରିବ ହେଉଛି

ନୀତି ଆୟୋଗ ରିପୋର୍ଟ କହୁଛି, ଗତ ୫ ବର୍ଷରେ ଦେଶର ଦାରିଦ୍ର୍ୟ ହାର ୨୪.୮୫ । ପ୍ରତିଶତରୁ ଖସି ୧୪.୯୬ ପ୍ରତିଶତରେ ପହଞ୍ଚିଥିବା ବେଳେ ସାଢ଼େ ୧୩ କୋଟି ଲୋକ । More

ଓଡ଼ିଶାରେ ବି ପଡୁଛି ଜାତୀୟ ରାଜନୀତିର ପ୍ରଭାବ ! କ’ଣ କରିବ BJD ?

NDA କ୍ୟାଂପରେ ୩୮, INDIA କ୍ୟାଂପରେ ୨୬ ଦଳ । ଜୟରାମ ରମେଶଙ୍କ ତ୍ରିଶଙ୍କୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି । More

ଯାଜପୁର କୁଆଖିଆ ନିକଟରେ ଟଳିଲା ବଡ଼ ଦୁର୍ଘଟଣା, ନିର୍ମାଣ ତ୍ରୁଟିରୁ ଅଘଟଣ ମାନିଲେ NHAI କର୍ତ୍ତୃପକ୍ଷ

ନିରାପଦ ରାଜପଥରେ ଆସନ୍ନ ବିପଦର ସ୍ପଷ୍ଟ ଚିହ୍ନ, କିନ୍ତୁ ସୌଭାଗ୍ୟକୁ ଅଳ୍ପକେ ଟଳିଯାଇଛି ବଡ଼ ଦୁର୍ଘଟଣା More

ଅନ୍ତବସ୍ତ୍ର ପିନ୍ଧି, ମୁହଁକୁ ଢାଙ୍କି ଚୋରି କରୁଥିଲେ, ଧରାପଡ଼ିଲା ଗଞ୍ଜି-ଚଡ୍ଡି ଗ୍ୟାଙ୍ଗ

ପୋଲିସକୁ ଚକମା ଦେଇ ଲୋକଙ୍କ ଘରେ କଳା କନା ବୁଲାଉଥିବା ଗଞ୍ଜି-ଚଡ୍ଡି ଗ୍ୟାଙ୍ଗ ଶେଷରେ ଧରାପଡ଼ିଛନ୍ତି। ଅନ୍ତବସ୍ତ୍ର ପିନ୍ଧି, ମୁହଁକୁ ଢାଙ୍କି ରାଜଧାନୀରେ ଚୋରି କରୁଥିବା ଏହି ଗ୍ୟାଙ୍ଗର ୧୧ ଜଣଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍। ଦିନରେ ଏମାନେ ବାରବୁଲାଙ୍କ ଭଳି ଜୀବନ କାଟୁଥିବା ବେଳେ ଗୋଟିଏ ଗୋଟିଏ ରାତିରେ ୨ରୁ ୩ଟି ସ୍ଥାନରେ ଚୋରୀ କରୁଥିଲେ। More