ସଂକ୍ଷେପରେ ଆଜିର ତାଜା ଖବର - Wednesday, 12 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଉ ଚଳିବନି ମନମାନି, ଟାଟା ପାୱାରକୁ କଡ଼ା ତାଗିଦ୍ କଲେ OERC 

ଏବର୍ଷର ପାୱାରକଟ୍ ସମସ୍ୟା ଆସନ୍ତାବର୍ଷ ନହେଉ କହିଲେ OERC । ନିର୍ଦ୍ଦିଷ୍ଟ ସମୟ ଭିତରେ ଭିତ୍ତିଭୂମି ସୁଧାରିବାକୁ ନିର୍ଦ୍ଦେଶ । More

ଲଗାତର ବିରୋଧ ପରେ, ବଦଳିଲା କି ପାଣ୍ଡିଆନ୍‌ଙ୍କ ଜିଲ୍ଲା ଗସ୍ତ ଷ୍ଟାଇଲ୍ !

ପାଣ୍ଡିଆନଙ୍କ ପଲିଟିକାଲ ଷ୍ଟାଇଲ୍ ଗସ୍ତକୁ ନେଇ ଥମୁନି ବିରୋଧ । ତୀବ୍ର ବିରୋଧ ପରେ ରାଜ୍ୟ ସରକାରଙ୍କ ନୂଆ ଚାଲ୍ । More

Bahanaga Train Tragedy: ଗିରଫ ୩ କର୍ମଚାରୀ ଓ ଷ୍ଟେସନ୍ ମାଷ୍ଟରଙ୍କ ସହ ୭ ସସପେଣ୍ଡ

ସିବିଆଇ ତଦନ୍ତ ରିପୋର୍ଟ ଆସିଲେ ଆହୁରି ହେବ କାର୍ଯ୍ୟାନୁଷ୍ଠାନ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ୩ ଅଭିଯୁକ୍ତଙ୍କୁ ଘାଣ୍ଟୁଛି CBI । More

ଶ୍ରାବଣରେ ଜମି ଫାଟି ଆଁ କରିଛି,ରାଜ୍ୟର ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଶ୍ରାବଣ ଅଧାରେ ପ୍ରାୟ ୪୦ % ଜମିରେ ଆରମ୍ଭ ହୋଇନି ଧାନଚାଷ । ସ୍ୱଳ୍ପ ମିଆଦୀ ଧାନ ଚାଷ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ । ରାଜ୍ୟ ସରକାର କହିଲେ, ଏଯାଏଁ ଆସିନି ମରୁଡ଼ି ସ୍ଥିତି । ସ୍ଥିତି ଉପରେ ନଜର ରଖିଛୁ, ଆବଶ୍ୟକ ହେଲେ ପଦକ୍ଷେପ ନିଆଯିବ । More

ବୁର୍ଲା ଭିସୁଟ୍ କ୍ୟାମ୍ପସରେ ଚାଲିବନି ଗାଡ଼ି

ନିୟମ ଉଲ୍ଳଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। More

ପ୍ରେମ ପାଇଁ ଗଲା ଜୀବନ ! ହତ୍ୟା କରି ରେଳଧାରଣରେ ଫିଙ୍ଗି ଦେଲେ..

ବଲାଙ୍ଗିର ଜିଲ୍ଲା ଅଏଁଲାଚୁଆଁ ଗାଁର ରଜତ ପ୍ରଧାନ ମୃତ୍ୟୁ ଘଟଣା ନୂଆମୋଡ଼ ନେଇଛି। ରଜତଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବରଂ ଏହା ହତ୍ୟା ବୋଲି ଜଣାପଡ଼ିଛି। More

ବାହାନଗା ଟ୍ରେନ୍ ଟ୍ରାଜେଡିରେ ୭ ରେଳ କର୍ମଚାରୀ ନିଲମ୍ବିତ

ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣ ସସ୍‌ପେଣ୍ଡ କରାଯାଇଛି । More

ନ୍ୟୁଡ୍‌ ଭିଡିଓ କଲ୍‌ରୁ ବ୍ଲାକ୍‌ମେଲିଙ୍ଗ୍‌; ଲୋକଲଜ୍ଜା ଭୟରେ ପେଟରେ ୨୫ ଥର କଇଁଚି ଭୁସିଲେ

ବ୍ଲାକମେଲିଙ୍ଗର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ପେଟରେ ୨୫ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଥିଲେ । More

ମଣିଷ ଖାଇଲା ମଣିଷ ମାଂସ: ଜଳନ୍ତା ଜୁଇରୁ ଅଧା ପୋଡ଼ା ଶବ ମାଂସ କାଟି ଖାଇଲେ...

ଏମିତି ମଦ ନିଶା ଯେ, ଭୁଲିଗଲେ ହିତାହିତ ଜ୍ଞାନ। ଜଳନ୍ତା ଜୁଇରୁ ଅଧା ପୋଡ଼ା ଶବ ମାଂସ ଖାଇବାକୁ ମଧ୍ୟ ପଛାଇଲେ ନାହିଁ। More

ବଢ଼ୁଛି BJDର ଆୟ: ଚାନ୍ଦା ଆକାରରେ ସର୍ବାଧିକ ମିଳିଛି ୬୨୨ କୋଟି ଟଙ୍କା

ଦେଶରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡିକୁ ମିଳିଛି ସର୍ବାଧିକ ଇଲେକ୍ଟୋରାଲ୍‌ ବଣ୍ଡ୍‌। ୨୪ ଆଞ୍ଚଳିକ ଦଳ ମଧ୍ୟରୁ ବିଜେଡିକୁ ସର୍ବାଧିକ ୬୨୨ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଛି। More

Panchang Today 12th July 2023: ଆଜିର ପଞ୍ଚାଙ୍ଗ, ଜାଣିନିଅନ୍ତୁ ଶୁଭ ଓ ଅଶୁଭ ସମୟ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

କୁଆଖାଇରେ ବୁଡ଼ିଗଲେ ୪ ସାଙ୍ଗ, ଭୋଜି କରିବାକୁ ଆସିଥିଲେ...

କୁଆଖାଇ ନଦୀରେ ବୁଡ଼ିଗଲେ ୪ ଛାତ୍ର। କାଲିଠୁ ଖୋଜାଖୋଜି ପରେ ଆଜି ସକାଳୁ ଆଉ ୨ ମୃତଦେହ ଉଦ୍ଧାର ହୋଇଛି। More

ବଦଳିବ ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ; ନୀଳ ପ୍ୟାଣ୍ଟ-ଧଳା ସାର୍ଟ ବଦଳରେ ହଣ୍ଟର ଗ୍ରୀନ ପ୍ୟାଣ୍ଟ-ଚେକ୍ ସାର୍ଟ

ଛାତ୍ରଙ୍କ ପାଇଁ ହ୍ୱାଇଟ ଗ୍ରୀନ ଚେକ୍ ସାର୍ଟ , କଳା ଜୋତା ଏବଂ ଧଳା ମୋଜା । ସେହିପରି ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା । More

ବିରୋଧ ସତ୍ତ୍ୱେ ବନ୍ଦ ହେଉନି ପାଣ୍ଡିଆନଙ୍କ ଗସ୍ତ,ପଲିଟିକାଲ୍ ଷ୍ଟାଇଲରେ ରାଜ୍ୟ ବୁଲୁଛନ୍ତି 5T ସଚିବ

ଢେଙ୍କାନାଳରେ ବିଜେପିର ଜୋରଦାର ପ୍ରତିବାଦ । ବିଜେଡି କାର୍ଯ୍ୟକ୍ରମରେ 5T ସଚିବଙ୍କ ଆବିର୍ଭାବ More

ନବୀନ ଓଡ଼ିଶା ସ୍କିମ୍ ନାଁରେ ଭୋଟ୍ ନେବାକୁ ଉଦ୍ୟମ, ଗ୍ରାମାଂଚଳ ଭୋଟ୍ ଉପରେ ବିଜେଡିର ଆଖି

ଗ୍ରାମାଞ୍ଚଳ ଭୋଟ୍ ଟାଣିବାକୁ ରାଜ୍ୟ ସରକାରଙ୍କ 'ଆମ ଓଡିଶା ନବୀନ ଓଡ଼ିଶା' ଯୋଜନା । ପୂର୍ବରୁ ପ୍ରଚଳିତ ଆମ ଗାଁ, ଆମ ବିକାଶ ଯୋଜନାକୁ ସଂଶୋଧନ କରି ଏହି ନୂଆ ଯୋଜନା ଅଣାଯାଇଛି । ଯେଉଁଥିରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ । ଯାହାକୁ ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ଆମ ଓଡ଼ିଶା, ୫୦ ପ୍ରତିଶତ ପିସି ଓଡ଼ିଶା ବୋଲି କହି କଡା ସମାଲୋଚନା କରିଥିବା ବେଳେ କଂଗ୍ରେସ କହିଛି ନିର୍ବାଚନକୁ ଦୃଷ୍ଟି ରଖି ଏହି ଯୋଜନା ଆସିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ସ୍କିମ୍ ର ନାଁ ନବୀନ ଓଡ଼ିଶା ହୋଇଥିବାରୁ ନବୀନ ବ୍ରାଣ୍ଡକୁ ଆଗକୁ ନେବାକୁ ଉଦ୍ୟମ କରାଯାଇଛି।... More

କାହିଁକି ଦୁର୍ଦ୍ଦିନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ-ଝିଅ ?

କଟକ ଆନନ୍ଦ ଭବନରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପା ପୁଅ ଦିଲୀପ ଓ ଝିଅ ରେଖାଙ୍କ ଦୟନୀୟ ସ୍ଥିତିକୁ ନେଇ ରାଜ୍ୟବ୍ୟାପି ଏବେ ଏଭଳି ଚର୍ଚ୍ଚା ହେଉଛି। More

ସରିନି ଫ୍ଲାଏ ଓଭର ବ୍ରିଜ୍‌ କାମ; ହେଲେ ଉଦ୍‌ଘାଟନ କରିଦେଲେ ସୁର

ଦୀପ-ଧୂପ ଜଳିଲା, ନଡିଆ ବି ବାଡା ହେଲା । ଉଦଘାଟିତ ହୋଇଗଲା ଜଟଣୀର ବହୁ ପ୍ରତୀକ୍ଷିତ ବ୍ରିଜ୍ । ସ୍ଥାନୀୟ ବିଧାୟକ ସୁର ରାଉତରାୟ ଦମ୍ଭରେ ଘୋଷଣା କରିଦେଲେ, ୭ ବର୍ଷର ଅପେକ୍ଷା ସରିଲା । ଏଣିକି ବର୍ଷା ହେଲେ ରେଲୱେର ଅଣ୍ଡରପାସ୍ ନୁହେଁ ବରଂ ଏହି ବ୍ରିଜ ଦେଇ ଲୋକେ ଯାତାୟାତ କରିବେ । More