ସଂକ୍ଷେପରେ ଆଜିର ତାଜା ଖବର - Sunday, 25 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନାଗାବାବା ବେଶରେ ଆସି ଲୁଟିନେଲେ ସୁନା ଗହଣା

କୌଣସି ଅଲୌକିକ କି ଦିବ୍ୟ ଚମତ୍କାର ନୁହେଁ, ଦେଖାଇଛନ୍ତି 'ଚୌର୍ଯ୍ୟ ବୃତ୍ତିରେ ଚମତ୍କାରିତା'। ନାଗା ସାଧୁ ବେଶରେ ଆସି ଲୁଟିନେଲେ ସୁନାଗହଣା। More

ନୀତି ବିଭ୍ରାଟରେ ନୋ ବ୍ରେକ୍: ଜନ୍ମବେଦିରେ ବି ରାତିଅନିଦ୍ରା ଚତୁର୍ଦ୍ଧାମୂରତି

ଖାଲି ହେରାପଞ୍ଚମୀ ନୁହେଁ ତା ପୂର୍ବଦିନ ବି ନୀତି ବିଳମ୍ବ କାରଣରୁ ଠାକୁରଙ୍କ ରାତି ପହୁଡ଼ ହୋଇପାରିନି। ଏମିତିକି ଆଜି ଭୋର ୪ଟାରେ ହେବାକୁ ଥିବା ଠାକୁରଙ୍କ ମଙ୍ଗଳ ଆଳତି ସକାଳ ୯ଟା ୨୦ରେ ହୋଇଥିଲା। ଦୀର୍ଘ ୫ଘଣ୍ଟା କାଳ ଭକ୍ତ ଏହାକୁ ଦେଖିବାକୁ ଅପେକ୍ଷା କରି ବିରକ୍ତ ହୋଇଯାଇଥିଲେ। More

ଶାସନ କଳକୁ ଚରିଗଲାଣି କି ଦୁର୍ନୀତିର ଚେର ?

ଭୁବନେଶ୍ୱର କାନନ ବିହାର ଘରୁ ଯେଉଁ ୫ ପେଟି ଟଙ୍କା ମିଳିଥିଲା, ତାକୁ କୁଆଡ଼େ ନବରଙ୍ଗପୁରରୁ ଇନୋଭା କାରରେ ସିଧା ଏଠାକୁ ଅଣାଯାଇଥିଲା। କିନ୍ତୁ, ତାହାରି ଭିତରେ କ’ଣ ଘଟିଗଲା କେଜାଣି, ହଠାତ୍ ମାଡ଼ିବସିଲା ଭିଜିଲାନ୍ସ। More

ପୁଣି ସରକାରଙ୍କୁ ଟାର୍ଗେଟ୍‌ କଲେ ସୌମ୍ୟରଂଜନ : ସିଧା ପଚାରିଲେ, 5T ସଚିବଙ୍କ କ୍ଷମତା ଉପଭୋଗ ନେଇ କାହିଁକି ମୁଖ୍ୟମନ୍ତ୍ରୀ ଚୁପ୍ ?

ପୁଣି ସୌମ୍ୟଙ୍କ ସଂପାଦକୀୟ ତୀର । ଜନ ପ୍ରତିନିଧିଙ୍କ ବଦଳରେ ସଚିବଙ୍କ ରାଜୁତି ବଢୁଥିବାରୁ କଲମ ମୁନରେ କଲେ ଟାର୍ଗେଟ୍ । 5T ସଚିବ ଉପଭୋଗ କରୁଥିବା କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ ନା ନାହିଁ ମାଗିଲେ ସ୍ପଷ୍ଟୀକରଣ, ସମର୍ଥନ କଲେ ବିରୋଧୀ More

'ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି'

5T ସଚିବଙ୍କ ପାଇଁ କାହିଁକି ଏତେ ସୁରକ୍ଷା ବ୍ୟବସ୍ଥା? 5T ସଚିବଙ୍କୁ ଘାରିଛି କାହା ଭୟ? More

ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ! ମୂଳରୁ ମୌସୁମୀ କୋପ ଦେଖାଇନି, କଟକରେ ଜଳବନ୍ଦୀ ସ୍ଥିତି

ମକରାବାଗ ଅଞ୍ଚଳରେ ଜାଇକା କାମ ଯୋଗୁଁ ଲୋକେ ରାତି ଅନିଦ୍ରା । ସାହି ଗଳିରେ ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚ ପାଣି More

ଅଙ୍ଗଦାନ କରି ଅମର ! ନିଜେ ଚାଲିଗଲେ ସିନା, ୪ ଜଣଙ୍କୁ ଦେଇଗଲେ ନୂଆ ଜୀବନ

ଏକାଧିକ ଅଙ୍ଗଦାନ କରିଗଲେ ଭୁବନେଶ୍ୱରର ପ୍ରସନ୍ନଜିତ ମହାନ୍ତି । ଦୁର୍ଘଟଣାରେ ବ୍ରେନ୍ ଡେଡ୍ ପରେ ଶେଷ ଇଚ୍ଛା ପୂରଣ କଲେ ପତ୍ନୀ । More

ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ; ଦକ୍ଷିଣ ମୋଡ଼ ନେଉଛି ମହାପ୍ରଭୁଙ୍କ ତିନି ରଥ

ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ରଥକୁ ଦକ୍ଷିଣ ମୋଡ଼ କରାଉଛନ୍ତି । More

ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା! ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କେଉଁ କେଉଁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି, ଦେଖି ନିଅନ୍ତୁ ତାଲିକା... More

ମନ୍ତ୍ରୀ ହେବା ଲାଳସାରେ ସୌମ୍ୟ ବାବୁ ଏଭଳି ମନ୍ତବ୍ୟ ଦେଉଛନ୍ତି: ବିଜେଡି ନେତା ଅନୁଭବ ପଟ୍ଟନାୟକ

ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟ ଲେଖାକୁ ନେଇ ଟାର୍ଗେଟ୍‌ର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ। ସେ କହିଛନ୍ତି, ପୁଣି ଥରେ ସେ(ସୌମ୍ୟରଞ୍ଜନ ପଟ୍ଟନାୟକ) ବିଜେପିକୁ ଯିବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି। ମନ୍ତ୍ରୀ ହେବା ଲାଳସାରେ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି। More

5T ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି ? ପ୍ରଶ୍ନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ...

5T ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି ? ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପରୋକ୍ଷରେ ପୁଣି 5T ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି। More

ମୁଖ୍ୟମନ୍ତ୍ରୀ ଯଦି ସଚିବଙ୍କୁ ଦାୟିତ୍ୱ ଦେବେ, ଏଥିରେ ତାଙ୍କର ଦୋଷ କ’ଣ ?

ଅପରାଜିତାଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟରଂଜନଙ୍କ ତେରଛା ବାଣ । ବିଜେଡିକୁ ପରୋକ୍ଷରେ ସୌମ୍ୟରଂଜନ ଟାର୍ଗେଟ୍ କରିଛନ୍ତି । More

ମାଡ଼ି ଗଲାଣି ଗଛ, ଭାଙ୍ଗି ଯାଇଛି ଘର...ଭୂତ କୋଠି ପାଲଟିଛି ଓଡ଼ିର ପ୍ରଥମ କୃଷକ ବଜାର

ପରିଚୟ ଖୋଜୁଛି ରାଜ୍ୟର ପ୍ରଥମ କୃଷକ ବଜାର। କେତେ ଆଶା ନେଇ ତିଆରି ହୋଇଥିବା ଏହି ବଜାର ଏବେ ଭୂତ କୋଠି ପାଲଟି ଯାଇଛି।  More

ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଭାତ ଓ ତରକାରୀ ବଦଳରେ ଦିଆଗଲା ମୁଢ଼ି

ଛାତ୍ରଛାତ୍ରୀଙ୍କୁ ଭାତ ବଦଳରେ ମୁଢି ଓ ଡାଲି ଖାଇବାକୁ ଦିଆଯିବାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । More

ବର୍ଲିନରେ ଚମକିଲେ ବଲାଙ୍ଗିର ପୁଅ; ଦେଶ ପାଇଁ ଆଣିଲେ ସିଲଭର୍‌ ମେଡାଲ୍‌

ଏଥର ବର୍ଲିନ ଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ ବିଶ୍ୱକ୍ରୀଡାରେ ଭାରତ ପାଇଁ ସର୍ଟପୁଟରେ ସିିଲଭର ମେଡାଲ ଆଣିଛନ୍ତି ବୈଷ୍ଣବ ରାଜପଲିଆ । More

ଡକାୟତଙ୍କ ଡକାୟତି ସମ୍ପର୍କରେ ଜାଣିଦେଲେ ଠିକାଦାର, ସବୁଦିନ ରାସ୍ତାରୁ ହଟାଇ ଦେଲେ...

ଖୋର୍ଦ୍ଧା ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକରେ ଠିକାଦାରଙ୍କୁ ଗୁଳି କରି ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। More

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୩ ଘଣ୍ଟା ଯାଏ ବର୍ଷିବ !

ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍‌ ସିଟିରେ ବର୍ଷା ଲାଗି ରହିବ। More

Panchang Today 25th June 2023: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ମୁହୂର୍ତ୍ତ କରନ୍ତୁ ଗୃହଶାନ୍ତି ପୂଜା

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଯଦି ଆପଣ ଆଜିର ଦିନରେ କିଛି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଜାଣିନିଅନ୍ତୁ ଶୁଭ-ଅଶୁଭ ସମୟ । More

ମହାପ୍ରଭୁଙ୍କ ଦର୍ଶନ ପାଇଲେନି ମା’ ଲକ୍ଷ୍ମୀ, ରାଗରେ ଭାଙ୍ଗିଲେ ନନ୍ଦିଘୋଷ ରଥ

ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମା’ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଥିଲେ। More

ଶିଖରଚଣ୍ଡୀ ପାହାଡ଼ ଲଣ୍ଡା କରିବାକୁ ଥିଲା ତ ପରିବେଶ ମଂଜୁରୀ ?

ପ୍ରଶାସନ ଯେଉଁ ସ୍ଥାନରୁ ବହୁ ସଂଖ୍ୟାରେ ଗଛ କାଟି ପାହାଡ଼କୁ ଲଣ୍ଡା କରିଛି, ସେଠି ନୂଆ ଗଛ ପୋତି ଆନ୍ଦୋଳନକୁ ଆହୁରି ଜୋରଦାର କରିଛି ମା ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି। More

ବାଟବଣା କି ମହାପ୍ରୟାଣ ଯୋଜନା? ଟ୍ରଲିରେ ତ ପୁଣି ସାଇକେଲରେ ବୁହା ହେଉଛି ମୃତଦେହ 

ଶବ ବୁହା ଗାଡ଼ି ଏବେ ଶବ ପାଲଟିଯାଇଛି। ସରକାରଙ୍କ ମହାପ୍ରୟାଣ ଯୋଜନା ଅନ୍ତର୍ଗତ ଗାଡ଼ି ଦୀର୍ଘଦିନ ହେଲାଣି ପଡ଼ି ରହି ଖତ ଖାଉଛି । More

ମାତ୍ର ସାଢେ ୩ ବର୍ଷରେ କୁଆଡୁ ଆସିଲା ୫ କୋଟିର ସଂପତ୍ତି ?

ସାଢେ ୩ ବର୍ଷରେ ୫ କୋଟିର ସଂପତ୍ତି..ସେଥିରୁ ନଗଦ କେବଳ ୩ କୋଟି ଟଙ୍କା..ଆୟର ୫ ଶହ ପ୍ରତିଶତରୁ ଅଧିକ ସଂପତ୍ତି । କାହା ପୃଷ୍ଠ ପୋଷକତାରେ ଲୁଟୁଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ? More

ଏଣିକି ଦିନକୁ ତିନି ପ୍ରକାର ବିଜୁଳି ଦେୟ ଦେବେ ଉପଭୋକ୍ତା

ସୋଲାର, ପିକ୍ ଓ ନର୍ମାଲ ଆୱାର ଆଧାରରେ ଲାଗୁ ହେବ ଦେୟ ...କେନ୍ଦ୍ରର ନୂଆ ନିୟମକୁ ଗ୍ରାହକଙ୍କ ନାପସନ୍ଦ More

ଓଡ଼ିଶା ସରକାର ଉପରେ ବର୍ଷିଲେ ନଡ୍ଡା; ନିର୍ବାଚନ ଜିତିବା ଲାଗି ବାଟ ବତେଇଲେ

ନଡ୍ଡାଙ୍କ ଗସ୍ତ ପରେ ଚଳଚଞ୍ଚଳ ରାଜ୍ୟ ବିଜେପି । ଦୁଇଦିନିଆ ଗସ୍ତରେ ରାଜ୍ୟ ସରକାରଙ୍କ ଉପରେ ମନଖୋଲି ବର୍ଷିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । More