ସଂକ୍ଷେପରେ ଆଜିର ତାଜା ଖବର - Friday, 16 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାହିଁକି ନିଶାଖୋର ହେଉଛନ୍ତି ଯୁବପିଢ଼ି ?

ରାଜ୍ୟରେ ବଢ଼ୁଛି ନିଶାଡ଼ିଙ୍କ ସଂଖ୍ୟା । ବିଭିନ୍ନ ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ର ହାଉସଫୁଲ୍ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରାୟ ଶହେ କେନ୍ଦ୍ର ଫୁଲ୍ ପଡ଼ିଛି । ନିଶା ସେବନ ବଦଭ୍ୟାସ ନୁହେଁ ବରଂ ରୋଗ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ । More

ବାହାନଗା ଟ୍ରେନ ଟ୍ରାଜେଡିକୁ ପୁରିଲା ୨ ସପ୍ତାହ, ଏବେବି ପରିଚୟ ଖୋଜୁଛି ୮୧ ଶବ

ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର । More

ଅଧା ଆଷାଢ଼ରେ ଜଳୁଛି ରାଜ୍ୟ ! ୧୪ ବର୍ଷର ରେକର୍ଡ ଭାଙ୍ଗିଲା, ଭୁବନେଶ୍ୱର ୪୪.୬ଂ

୪୫.୬ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର । ଆହୁରି ୪ ଦିନ ନିସ୍ତାର ନାହିଁ: ପାଣିପାଗ ବିଭାଗ । More

ଜଗା ପ୍ରେମରେ କାରିଗର; କିଏ ଗଢ଼ୁଛି ସୋଲଫୁଲ, କିଏ ବୁଣୁଛି ଗୀତଗୋବିନ୍ଦ ଖଣ୍ଡୁଆ ପାଟ..

ଶ୍ରୀକ୍ଷେତ୍ରଠୁ ଯୋଜନ ଦୂରେ ଥାଇ କାଳିଆ ସେବାରେ ସମର୍ପିତ । କିଏ ଗଢ଼ୁଛି ସୋଲଫୁଲ, କିଏ ବୁଣୁଛି ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ପିଢ଼ି ପରେ ପିଢ଼ି ମହାପ୍ରଭୁଙ୍କ ସେବାରେ ସମର୍ପିତ ଦୁଇ ପରିବାର । More

ବିଶ୍ୱସ୍ତରୀୟ ଆୟୋଜନକୁ ଫ୍ୟୁଜ୍ କରିଦେଲା ବିଜୁଳି ବିଭ୍ରାଟ !

ଅନ୍ତର୍ମହାଦେଶୀୟ ଫୁଟବଲ ମ୍ୟାଚ ବେଳେ ବିଦ୍ୟୁତ ବିଭ୍ରାଟ । କଳିଙ୍ଗ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ପାଇଁ ଲଜ୍ଜିତ ହେଲା ରାଜ୍ୟ । More

‘ମୋ ଘର’ ପାଇଁ ତରତର, ହେଲେ ପିଏମ୍ ଆବାସ ପାଇଁ କୁନ୍ଥକୁନ୍ଥୁ ରାଜ୍ୟ ସରକାର

ଆରମ୍ଭ ହେଲା ‘ମୋ ଘର’ ପାଇଁ ରାଜ୍ୟ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟା । ଆଜିଠୁ ବିଧିବଦ୍ଧ ଭାବେ ଅନଲାଇନରେ ପଞ୍ଜିକରଣ କରୁଛନ୍ତି ଆଶାୟୀ ହିତାଧିକାରୀ । More

ଶଙ୍ଖ ଦଳକୁ ଲୋକସଭା ସିଟ୍‌ ଟେନ୍‌ସନ; MP ନୁହେଁ MLA ହେବାକୁ ନେତାଙ୍କ ଇଚ୍ଛା !!

ବିଜେଡିକୁ ଘାରିଛି କି ଲୋକସଭା ନିର୍ବାଚନର ଭୟ ? ମୋଦି ଲହର ନା ଭୋଟ୍ ବିଭାଜନ ଡର ? ସାଧାରଣ ନିର୍ବାଚନ ପାଇଁ ବର୍ଷକରୁ ବି କମ୍ ସମୟ ରହିଲା । ସେଥିପାଇଁ ସବୁ ଦଳ ଏବେ କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ । ଆଉ ସମସ୍ତଙ୍କ ଫୋକସରେ ରହିଛି ସଙ୍ଗଠନ । More

ପିଲାଙ୍କର ବଢ଼ିଲା ଖରା ଛୁଟି

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି । More

ଜଳୁଛି ରାଜଧାନୀ; ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୪.୪ ଡିଗ୍ରୀ

ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ଜିଲ୍ଲା ବୋଲି କୁହାଯାଇଛି । ଆଜି ଝାରସୁଗୁଡ଼ାରେ ୪୪.୬ ଡିଗ୍ରୀ ତାପମାତ୍ରା ରହିଥିଲା । ଭୁବନେଶ୍ୱର ଭଳି ସମ୍ବଲପୁର ତାପମାତ୍ରା ମଧ୍ୟ ୪୪.୪ ଡିଗ୍ରୀ ରହିଥିବା ସୂଚନା ଦିଆଯାଇଛି । More

ଭକ୍ତଙ୍କ ବିଶ୍ୱାସ ସହ ଖେଳ ! ମହାପ୍ରଭୁଙ୍କ ଅବଢ଼ା ନାଁରେ ପୁରୀରେ ମିଳୁଛି ଭେଜାଲ ଅବଢ଼ା

ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। More

ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା, ବାହାରିଲାଣି ରୁପା ହାତୀ ସହ ୬୦ଲକ୍ଷ ବ୍ୟାଙ୍କ ଡିପୋଜିଟ୍‌

ନିମାପଡ଼ାରେ ୨ ହଜାର ବର୍ଗଫୁଟର ଗୋଟିଏ ହଲ, ୬୦ ଲକ୍ଷର ବ୍ୟାଙ୍କ ଡିପୋଜିଟ, ଗୋଟିଏ କାର, ଦୁଇଟି ବାଇକ ଠାବ କରିଛି ଭିଜିଲାନ୍ସ ଟିମ୍ । ଆଜି ସକାଳୁ ବ୍ରଜେନ୍ଦ୍ରଙ୍କ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । More

ଚାଲିଥିଲା ମ୍ୟାଚ୍‌, ହଠାତ୍‌ ହେଲା ପାୱାରକଟ୍‌...ଅନ୍ଧାର ହୋଇଗଲା ଡ୍ରେସିଂ ରୁମ୍

ମ୍ୟାଚ୍‌ ଚାଲିଥିବା ବେଳେ ହଠାତ୍‌ ହେଲା ପାୱାରକଟ୍‌। ଆଉ ଅନ୍ଧାର ହୋଇଗଲା ଡ୍ରେସିଂ ରୁମ୍। ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଏଭଳି କିଛି ବିଦ୍ୟୁତ୍‌ ବିଭ୍ରାଟ ଘଟିଥିଲା।  More

ଆଜି ସରିବ ରଜ ମଉଜ, କାଲି ହେବ ବସୁମତୀ ସ୍ନାନ

ଗାଁ ଗାଁ ରଜ ମହୋତ୍ସବ ଲାଗି ବିଶେଷ ଆୟୋଜନ ହୋଇଥିବାରୁ ଶେଷ ରଜକୁ ବେଶ ଆନନ୍ଦ ଉଲ୍ଲାସର ପାଳିବା ପାଇଁ ଆଶା ରଖିଛନ୍ତି ଝିଅବୋହୁ। More

NHରେ ମୃତ୍ୟୁଦୂତ ସାଜିଛି ଅଘୋଷିତ ଟ୍ରକ୍ ଟର୍ମିନାଲ; କାହିଁକି ଚୁପ୍ ବସିଛି ପ୍ରଶାସନ ?

ସାଂଘାତିକ କଥା ହେଲା ଏହି ଗୋଟିଏ ଘଟଣା ନୁହେଁ, NHରେ ଟ୍ରକ ଛିଡା ହେବା ଯୋଗୁଁ ଘଟୁଛି ନିତି ଦୁର୍ଘଟଣା । ଟିକେ ଦେଖନ୍ତୁ ଏ ଚିତ୍ରକୁ । ବଲାଙ୍ଗୀରକୁ ସବୁ ଏଣ୍ଟ୍ରି ପଏଣ୍ଟରେ ଜାତୀୟ ରାଜପଥରେ ଠିଆ ହୋଇ ରହିଛି ଟ୍ରକ । More

ଜମିଲା ମଝିରଜ ମଉଜ; ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ପାଳିଲେ ରଜ

ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ବି ରଜ ପାଳିଛନ୍ତି । ପରସ୍ପରକୁ ପିଠା, ମିଠା ଓ ପାନ ଖୁଆଇ ଜଣାଇଛନ୍ତି ରଜ ଶୁଭେଚ୍ଛା । More

ଦୁଇ ବାଇକ୍‌ ମଧ୍ୟରେ ଧକ୍କା; ୩ ମୃତ, ୨ ଗୁରୁତର

ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । More

ଏତେ ତରତର କାହିଁକି ? କାମ ସରିନି, ରଥଯାତ୍ରା ପୂର୍ବରୁ ଖୋଲିଦେଲେ

ଦୀର୍ଘ ପ୍ରତୀକ୍ଷା ଓ ବାରମ୍ବାର ପ୍ରତିଶ୍ରୁତିର ଅବସାନ ଘଟିଲା । ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆଉଟର ଆକ୍ସେସ ରୋଡ୍ । ତରତର ହୋଇ ସିନା ରାସ୍ତା ଖୋଲିଦେଲେ, ହେଲେ ଖୋଳା ପୋତା କାମ କିନ୍ତୁ ସରିନି । More

ଆବାସ ଯୋଜନା; ମାଇଲେଜ୍‌ ପାଇଁ ଟଣାଓଟରା

ପୁଣି ତେଜିଲା ବିଜେଡି-ବିଜେପି ଘର କଳି । ପ୍ରଧାନମନ୍ତ୍ରୀ ଆବାସ ବନାମ୍ ମୋ ଘର ଯୋଜନା । ଟାର୍ଗେଟରେ ଗ୍ରାମାଂଚଳ ଭୋଟ୍ । More