ସଂକ୍ଷେପରେ ଆଜିର ତାଜା ଖବର - Thursday, 01 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ତାତିରୁ ମିଳିବ ଆଶ୍ୱସ୍ତି ! ଆଉ ୫ ଦିନ କାଳବୈଶାଖୀ

ଗଜପତି, ଗଂଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । More

ପୁଣି ଅଧୁରା ରହିଗଲା କିଙ୍ଗ୍ କୋହଲିଙ୍କ ଆଇପିଏଲ୍ ମୁକୁଟ ସ୍ୱପ୍ନ

ଆଇପିଏଲ୍ ୨୦୨୩ର ଲିଗ୍ ରାଉଣ୍ଡ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷ ‘କର ବା ମର’ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ଶତକ ହାସଲ କରିଥିଲେ, କିନ୍ତୁ ତାହା ଯଥେଷ୍ଟ ନ ଥିଲା। ମ୍ୟାଚ୍ ହାରିଯିବାରୁ ବାଙ୍ଗାଲୋର ଟିମ୍ ପ୍ଲେଅଫ୍‌ରୁ ବଞ୍ଚିତ ହୋଇଥିଲା। ଏହା ସହିତ ପୁଣି ଥରେ ଅଧୁରା ରହିଯାଇଥିଲା କିଙ୍ଗ୍ କୋହଲିଙ୍କ ଆଇପିଏଲ୍ ମୁକୁଟ ଜିତିବାର ସ୍ୱପ୍ନ। More

ବିଜେପି ଲିଙ୍କ୍‌ରେ କେତେ ବିଜେଡି ବିଧାୟକ ? ଶଙ୍ଖଦଳ ଛାଡ଼ିବାକୁ ପ୍ରସ୍ତୁତ ୮୦ % ନେତା !

ମନମୋହନ ଓ ବିଶ୍ୱେଶ୍ୱରଙ୍କ ପରେ ଜୁଏଲଙ୍କ ମନ୍ତବ୍ୟ । ବିଜେପି ସହ ବହୁ ନେତା ଟଚରେ କହିଲେ ଜୁଏଲ୍ ଓରାମ୍ । ପୃଥ୍ୱୀରାଜଙ୍କ ବୀଭୀଷଣ ଉପାଖ୍ୟାନକୁ ନେଇ ଚର୍ଚ୍ଚା । More

ରାଜ୍ୟରେ ଅସହ୍ୟ ହେଲାଣି ବିଜୁଳି କାଟ୍ ! ଝଡ଼ବର୍ଷା ନ ଥାଇ ଘଣ୍ଟା ଘଣ୍ଟା କଟୁଛି ବିଜୁଳି...

ପ୍ରଚଣ୍ଡ ଖରାକୁ ବଳି ଯାଉଛି ଲାଇନ୍ କଟିବାର ଯନ୍ତ୍ରଣା । ହେଲେ ପାୱାର କଟକୁ ମାନିବାକୁ ନାରାଜ ଶକ୍ତି ମନ୍ତ୍ରୀ । ଯାନ୍ତ୍ରିକ ତ୍ରୁଟି ପାଇଁ ୨ରୁ ୪ ଘଣ୍ଟା କଟୁଛି ଲାଇନ୍ ବୋଲି କହିଲେ ଶକ୍ତି ମନ୍ତ୍ରୀ । More

ଟିଣ ଛପର ଘରେ ପଡ଼ି ରହିଛନ୍ତି ତିନି ରଥର ସାରଥୀ...

ପୂଜାର୍ଚ୍ଚନା ବଦଳରେ ପରିତ୍ୟକ୍ତ ପରିବେଶରେ ପଡି ରହିଛି ପ୍ରତିମୂର୍ତ୍ତି । ଫିଙ୍ଗା ଫୋପଡ଼ା ଅବସ୍ଥାରେ ଗଦା କରାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସରିବା ପରେ ନିଆଯିବ ପଦକ୍ଷେପ କହିଲେ ମୁଖ୍ୟ ପ୍ରଶାସକ । More

ମାମୁ ଘରକୁ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିଲେ, ଚାଲିଗଲା ୨ ନିରୀହ ଜୀବନ

ବର୍ତ୍ତିଗଲେ ଅନ୍ୟ ୪ ଜଣ ଛାତ୍ରୀ । ଏୟାରକ୍ରାଫ୍ଟ ଓ ବୋଟ ସହାୟତରେ ରେସ୍କ୍ୟୁ ଅପରେସନ୍ । ସୁରକ୍ଷା ଓ ସତର୍କତା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ । More

ସତୀଗୁଡ଼ା ଡ୍ୟାମ୍‌ରେ ୨ ଡଙ୍ଗା ବୁଡ଼ି ୨ ନିଖୋଜ

ମାଛ ଧରିବାକୁ ୨ ଜଣ ୨ଟି ଡଙ୍ଗାରେ ଜଳଭଣ୍ଡାରକୁ ଯାଇଥିଲେ More

କାଳବୈଶାଖୀ ତାଣ୍ଡବ; ଭାଙ୍ଗିଲା ଏୟାରଷ୍ଟ୍ରିପ୍ କାନ୍ଥ, ୨ ଗୁରୁତର

ବିଭିନ୍ନ ସ୍ଥାନରେ ବିଶାଳ କାୟ ଗଛ ଉପୁଡ଼ିପଡ଼ିଛି । ଏପରିକି ଜାତୀୟ ରାଜପଥରେ ଗଛ ପଡ଼ିବା ଯୋଗୁଁ ଗାଡ଼ି ଗୁଡ଼ିକ ଅଟକି ରହିଛି । ସେହିପରି ଟିଣ ଛପର ଗୁଡ଼ିକ ଉଡ଼ିଯାଇଥିବା ଦେଖିବାକୁ ମିଳିଛି । More

ନିଖୋଜ ଥିଲେ..ସମୁଦ୍ରରୁ ଉଦ୍ଧାର ହେଲା ପ୍ରଜ୍ଞାଙ୍କ ମୃତଦେହ

ନିଖୋଜ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ବି ଉଦ୍ଧାର ହୋଇଛି । More

ଆସନ୍ତାକାଲି ପ୍ରକାଶ ପାଇବ OJEE ରେଜଲ୍ଟ

ପୂର୍ବାହ୍ନ ୧୧ଟାରେ OJEE ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । OJEE ୱେବସାଇଟ ଜରିଆରେ ରେଜଲ୍ଟ ଦେଖିହେବ । More

କାହିଁକି କଟୁଛି ବିଦ୍ୟୁତ ? ବୁଝାଇଦେଲେ ମନ୍ତ୍ରୀ..

ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଆହୁରି କହିଛନ୍ତି ଯେ, ପାୱାର କଟ ଶବ୍ଦ ଓଡ଼ିଶାର ଗଣମାଧମ ବ୍ୟବହାର କରିବା ହିଁ ଭୁଲ । More

ନୃଶଂସ ପୁଅ !! ଏତେ ନିଶା ଯେ, ବାପାକୁ କୁରାଢ଼ୀରେ ହାଣିଦେଲା

ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅଦଳି ସହିଥିଲା।। ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ। More

ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ IT ରେଡ୍

ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। More

ଆଜି ଏହିସବୁ ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା, ରୁହନ୍ତୁ ସତର୍କ...

ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।  More

୫୦ ହଜାର ଦେଲେ ୬୦ ହଜାର ପାଇଲେ, ତା’ପରେ ଚାଲିଗଲା ୧୪ ଲକ୍ଷ...

ମହଙ୍ଗା ପଡ଼ିଲା ବିନା ପରିଶ୍ରମରେ ଘରେ ବସି ଟଙ୍କା ରୋଜଗାର କରିବା। ଚାହୁଁଚାହୁଁ ୧୪ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା। More

ଶାସକ ଦଳରେ ରହି ସରକାରଙ୍କ ଅପାରଗତା ବଖାଣିଲେ ବିଜେଡି ନେତା !

ଶାସକ ଦଳରେ ରହି ସରକାରଙ୍କ ଅପାରଗତା ବଖାଣିବା ପରେ ଅଡ଼ୁଆରେ ବିଜେଡି ନେତା ପ୍ରଦୀପ ମାଝୀ। More

ପାଣ୍ଡିଆନଙ୍କୁ ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ’ କହିଲେ ପ୍ରମିଳା ବିଶୋୟୀ

ପାଖରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବି ଉପସ୍ଥିତ ଅଛନ୍ତି। ଅଥଚ କିଛି କହୁନାହାଁନ୍ତି। More

୨୪ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ଲାନ: 'ବିଜେଡିମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ'

ଆଜିଠୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ କୋଟି ପରିବାର ଓ ରାଜ୍ୟର ୩୭ ହଜାର ୬୦୬ ବୁଥ୍‌ରେ ପହଞ୍ଚିବ ଦଳ। ପ୍ରାୟ ୫ଲକ୍ଷ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। More

ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ ! ମେୟର ଓ କମିଶନରଙ୍କୁ ଘେରି ଜବାବ ମାଗିଲେ ଲୋକେ

ଉଦବେଗ ବଢ଼ାଇଛି କଟକ ସହରରେ ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ। ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ । ପ୍ରଶାସନ ବିରୋଧରେ ଲୋକଙ୍କ ଆକ୍ରୋଶର । ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଆଜି ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ । More

ବିଶ୍ୱ ତମାଖୁ ବର୍ଜନ ଦିବସ; ‘ଆମକୁ ଖାଦ୍ୟ ଲୋଡ଼ା, ତମାଖୁ ନୁହେଁ’

ତମାଖୁ ରାକ୍ଷସ କାହାର ସ୍ୱପ୍ନ ଉଜାଡ଼ିଦେଉଛି ଆଉ କାହାର ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ, ତ ଆଉ କିଏ ଯେମିତି ପୂରା ପରିବାରକୁ ଭସାଇ ଦେଇଯାଇଛି ଅଥଳ ସମୁଦ୍ର ମଝିରେ । More

ଭୁବନେଶ୍ୱରରେ ଚନ୍ଦା-ବାୱରିଆ ଲୁଟେରା ଗ୍ୟାଙ୍ଗକୁ ନେଇ ଚିନ୍ତାରେ କମିଶନରେଟ୍ ପୋଲିସ୍

ଗତ ୮ ଦିନ ମଧ୍ୟରେ ୮ଟି ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ସମସ୍ତ ଚୋରି ପଛରେ ରହିଛି ଏହି ଚନ୍ଦା ଗ୍ୟାଙ୍ଗ। ପୋଲିସ ସୂଚନା ଅନୁସାରେ, ଗ୍ୟାଙ୍ଗରେ ୫ ରୁ ୬ଜଣ ସଦସ୍ୟ ରହିଛନ୍ତି। ଗ୍ୟାଙ୍ଗର ସଦସ୍ୟ ଦିନ ବେଳା ବାଇକରେ ଆସି ରେକି କରନ୍ତି ଏବଂ ରାତିରେ ଲୁଟପାଟ କରୁଛନ୍ତି। More