ସଂକ୍ଷେପରେ ଆଜିର ତାଜା ଖବର - Monday, 29 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଆପାର୍ଟମେଣ୍ଟ ମାଲିକାନା ଆଇନ୍

ଆପାର୍ଟମେଣ୍ଟ ମାଲିକାନା ଅଧ୍ୟାଦେଶକୁ ବାସଗୃହ କ୍ରେତାଙ୍କ ବିଜୟ ବୋଲି କହିଛନ୍ତି ରିଅଲ ଇଷ୍ଟେଟ୍ କର୍ମୀ। ସେମାନଙ୍କ ମତରେ, ୪୦ ବର୍ଷ ପରେ ଏବେ ଘରକ୍ରେତା ସେମାନଙ୍କ ବାସ୍ତବ ଅଧିକାର ପାଇବେ। More

ଗଞ୍ଜାମରେ ବଦଳିବ କି ବିଜେଡିର ରାଜନୈତିକ ଦୃଶ୍ୟପଟ୍ଟ? ଗୋପାଳପୁରରେ ଗୋପବନ୍ଧୁଙ୍କ ଅନ୍ତର୍ଦ୍ଧାନ, ସିଦ୍ଧାନ୍ତଙ୍କ ଆବିର୍ଭାବ

ହଟଚମଟ ଗୋପାଳପୁର ପଲିଟିକାଲ ମୈଦାନ। ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଏ ଓ କେମିତି ଦେବେ ଚେକ୍, ବିଜେଡି ଚଳାଇଛି ଗୋଟି ଚାଳନା। More

ପୁରୀରେ ହାଇ ରେଟ୍ ହୋଟେଲ ରୁମ୍, ୪୫ ହଜାର ଛୁଇଁଲାଣି ପ୍ୟାକେଜ୍...!

ସ୍ନାନ ଓ ରଥଯାତ୍ରା ପାଇଁ ଚଢା ଦର କଷୁଛନ୍ତି ମାଲିକ । ଗତବର୍ଷ ଅପେକ୍ଷା ଏଥର ୪୦% ଅଧିକ । ଅଫଲାଇନ୍ ବୁକିଂକୁ ଟୁର ଅପରେଟରଙ୍କ ନାପସନ୍ଦ । More

ଭୋଟ୍ ପୂର୍ବରୁ ଘର ଥୋପ ! କ୍ୟାବିନେଟରେ ପାସ୍ 'ମୋ ଘର' ସ୍କିମ୍, ୩ ଲକ୍ଷ ଯାଏଁ ସବସିଡିରେ ଲୋନ୍

ନିମ୍ନ ମଧ୍ୟବିତ୍ତଙ୍କ ଆଶା ପୂରଣ ନେଇ ଯୋଜନା । ହିତାଧିକାରୀଙ୍କୁ ୩ ଲକ୍ଷ ଯାଏଁ ସବସିଡିରେ ମିଳିବ ଋଣ । ବିରୋଧୀ କହିଲେ ନିର୍ବାଚନୀ ଷ୍ଟଣ୍ଟ । More

୫ମ ପାଳିର ୫ମ ବର୍ଷରେ ନବୀନ ସରକାର, ଦଳରେ ବିଦ୍ରୋହ ଓ ବିଜେପିର ଶକ୍ତି ବୃଦ୍ଧି ହେବ ଚ୍ୟାଲେଞ୍ଜ

ମନମୋହନଙ୍କ ମନ୍ତବ୍ୟକୁ ନେଇ ବିଜେଡିରେ ଛନକା । ସବୁ ବିଜେଡି ବିଧାୟକ ବିଜେପି ଲିଙ୍କରେ କହିଲେ ମନମୋହନ । More

କିଏ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ ?

ପ୍ରଫେସର ଗଣେଶୀ ଲାଲ୍‌ଙ୍କ କାର୍ଯ୍ୟକାଳ ସରିଲା । ଏବେ ରାଷ୍ଟ୍ରପତି ଭବନ ଉପରେ ରାଜ୍ୟବାସୀଙ୍କ ନଜର । More

ମେ’ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଏନେଇ CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଛନ୍ତି।  More

ନାଁକୁ ଆଦିବାସୀ ସଂଗ୍ରହାଳୟ, ହେଲେ ନାହିଁ ଆକର୍ଷଣ

ସଂଗ୍ରହାଳୟ ପରିସରରେ ପଡ଼ିଛି ମଦ ବୋତଲ More

ତାଳଦଣ୍ଡାକୁ ଖସିଲା କାର; ୨ ଗୁରୁତର

ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ କାରଟି ଦୁର୍ଘଟଣାର ଶିକାର ହୋଇଛି । More

'ମୋ ଘର' ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ

ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ବ୍ୟାଙ୍କଋଣ ପାଇପାରିବେ । More

ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ହଣାକଟା : ସାନ ଭାଇ ମୃତ, ବଡ଼ ଭାଇ ଗୁରୁତର

ଦୁଇ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ସାନକୁମାରୀ ଗାଁରେ ହତ୍ୟାକାଣ୍ଡ । More

କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ। More

ଟ୍ରକ ଡ୍ରାଇଭର କେବିନ୍‌ରେ ସିକ୍ରେଟ ଚାମ୍ବର; ୨୭୩ କେଜି ଗଞ୍ଜେଇ ଜବତ

ଦୁଇ ଗଞ୍ଜେଇ ମାଫିଆ ଝାଡ଼ଖଣ୍ଡ ଧାନବାଦରୁ ଏକ ଟ୍ରକ୍ ରେ ଗଞ୍ଜେଇ ଧରି ଆସୁଥିବା ବେଳେ NCB ର ଭୁବନେଶ୍ୱର ଜୋନାଲ୍ ୟୁନିଟ୍ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । More

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆଜିଠୁ ଆବେଦନ ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ ୨୦ ଯାଏ ଆବେଦନ କରିପାରିବେ । ୨୮ ଜୁନରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ।  More

ଛୋଟ ଭୁଲ ଓ କ୍ଷଣିକ ରାଗ ପାଇଁ ବଡ଼ ଅପରାଧ, ଆଜୀବନ ସଜ୍ଜା ପରେ ଦେଖିଲେ ବାହାର ଦୁନିଆ

ଏତେ ଦିନ ପରେ ପିଲା. ଛୁଆ, ନାତି ନାତୁଣୀଙ୍କୁ ପାଖରେ ପାଇ ଭୁଲି ଯାଇଛନ୍ତି ତାଙ୍କ ଅତୀତର କାହାଣୀ। More

ସତ ହେଲା ସ୍ୱପ୍ନ, ଠାରରୁ ଆରମ୍ଭ ହୋଇଥିବା ପ୍ରେମ ନେଲା ବିବାହର ରୂପ

ମନର ମାନସୀଙ୍କୁ ଜୀବନସାଥୀ କଲେ ବିଜୟ, ଦୁଇ ଦିବ୍ୟାଙ୍ଗ ବିଜୟ ଓ ସଲାମୀଙ୍କ ପ୍ରେମ କାହାଣୀ More

ଯେତେ ସଜାଡ଼ିଲେ ବି ଅସଜଡ଼ା କଂଗ୍ରେସ ଘର !

ଦଳ ବିରୋଧୀ ମନ୍ତବ୍ୟ ପାଇଁ ଚିରଞ୍ଜୀବ ଓ ମୋକିମଙ୍କୁ ଏଆଇସିସି ସୋ କଜ୍ ନୋଟିସ୍ ଜାରି କରିଛି। More

ନବ ଦାସ ହତ୍ୟା ପଛରେ ଅଛି କି ବଡ଼ବଡ଼ିଆଙ୍କ ଲିଙ୍କ୍?

କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ବଢ଼ୁଛି ବିବାଦ । ଷଡ଼ଯନ୍ତ୍ର କଥା ନଥିବାରୁ ଗନ୍ଧ ବାରିଲେ ବିରୋଧୀ ।  ନବୀନଙ୍କୁ ମନମୋହନ ସାମଲଙ୍କ ସିଧା ନିଶାନା ।  More

ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ, ୩ ମାସ ତଳେ ହୋଇଥିଲା ବାହାଘର

ଗତ ଫେବୃଆରୀ ୨୮ ତାରିଖରେ ବେଶ୍ ଧୁମଧାମରେ ବାହାଘର ହୋଇଥିଲା। More