ସଂକ୍ଷେପରେ ଆଜିର ତାଜା ଖବର - Monday, 03 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୁବନେଶ୍ୱର ଭିଏସଏସ ନଗରରେ ବାଣ ବିସ୍ଫୋରଣ; ଜଣେ ମୃତ

ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ଶିବାନନ୍ଦ ତାଡୋ । ତାଙ୍କ ମୁଣ୍ଡ, ଗୋଡ ହାତ ଓ ଆଖିରେ ଆଘାତ ଲାଗିଛି । More

ରାଜଧାନୀରେ ବିଷ ଦେଇ ୬ ବୁଲା କୁକୁରକୁ ହତ୍ୟା, ବ୍ରହ୍ମପୁରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ

ରାଜଧାନୀରେ ଆନିମଲ କ୍ରୁଏଲଟିରେ ମାମଲା ରୁଜୁ । ବ୍ରହ୍ମପୁରରେ କୁକୁର ଗୋଡାଇବାରୁ ଗାଡ଼ିରୁ ଖସି ୩ ଆହତ । More

ସରକାରୀ ଆଦେଶକୁ ମାନୁନି କି ଗଣଶିକ୍ଷା ବିଭାଗ ? ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ପୂରଣ ହେଉନି ଦାବି

ରାଜଧାନୀର ରାଜରାସ୍ତାରେ ପୁଣି ଗୁରୁଙ୍କ ଗର୍ଜନ । ଆଗାମୀ ନିର୍ବାଚନରେ ପାନେ ଦେବାକୁ ଶିକ୍ଷକଙ୍କ ପଣ । More

କୋଟିଆର ନାହିଁ ନାହିଁର ଗାଁ କାଟ୍ରାଗଡ଼ା ବଦଳୁନି ଜୀବନ, ମୌଳିକ ସୁବିଧା ସାତସପନ !

କୋଟିଆରୁ ୪ କିମି ଦୂରକୁ ପହଁଚିପାରୁନି ସୁବିଧା । ବର୍ଷକ ଭିତରେ ସବୁ ସମାଧାନ ହୋଇଯିବ: ପଟାଙ୍ଗୀ ବିଧାୟକ । More

ଅଶ୍ଲୀଳ ନାଚରୁ ମହାଭାରତ; ଦଣ୍ଡଯାତ୍ରା ମଂଚରେ ପିଟାପିଟି

ରେକଡ ଡାନ୍ସରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାମୁହିଁ । More

୨୪ ରେ କିଏ ମାରିବ ବାଜି ? ବିଜେପିର ସାଇବର ଆର୍ମି vs ବିଜେଡିର ସୋସିଆଲ ମିଡିଆ ଆର୍ମି

ସାଧାରଣ ନିର୍ବାଚନ ପାଇଁ ଶାସକ ଦଳର ଜୋରଦାର ପ୍ରସ୍ତୁତି ଭିତରେ ଯୁବପିଢ଼ିଙ୍କୁ ଆକର୍ଷିତ କରୁଥିବା ସୋସିଆଲ୍ ମିଡିଆକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ବିଜେଡି ଆରମ୍ଭ କରିଛି ଟ୍ରେନିଂ । More

ମଧ୍ୟାହ୍ନ ଭୋଜନରେ କେବଳ ଭାତ ! ତରକାରୀ ପାଇଁ ବିଡିଓଙ୍କ ଅଫିସ ଆଗରେ ଧାରଣା

ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍‌ ଅଫିସ୍‌ରେ ପହଞ୍ଚି ଧାରଣାରେ ବସିଲେ। More

ଗୋଡ଼ାଇଲା ବୁଲା କୁକୁର..ଛୋଟ ଛୁଆ ସହ ଗାଡ଼ିରୁ ଓଲଟି ପଡ଼ିଲେ ଦୁଇ ମହିଳା

ଆପଣମାନେ ଅନେକ ସମୟରେ ଦେଖିଥିବେ ଗାଡ଼ି ଚଳାଇ ଯାଉଥିବା ବେଳେ ବୁଲା କୁକୁର ଗୋଡ଼ାଇ ଆସନ୍ତି । ଏନେଇ ଗାଡ଼ି ଚାଳକଟି ବିଚଳିତ ହୋଇ ଗାଡ଼ି ଜୋର୍‌ରେ ଚଲାଇବାକୁ ଲାଗେ । ଆଉ ଦୁର୍ଘଟଣାର ଶିକାର ହୁଏ । ବେଳେବେଳେ ତ ଲୋକମାନେ ଏନେଇ ନିଜର ଜୀବନ ମଧ୍ୟ ହରାଇଥାନ୍ତି । More

ଜଘନ୍ୟ..ବର୍ବର..!! ବିଷାକ୍ତ ଖାଦ୍ୟ ଦେଇ ୬ କୁକୁରକୁ ହତ୍ୟା

ନୀରିହ ଜୀବଙ୍କୁ ଖାଦ୍ୟ ଲୋଭ ଦେଖାଇ ମାରିଦେଲେ . . More

ବୁଲିବା ବାହାନାରେ ଡାକିଲା, ସମୁଦ୍ରକୂଳରେ ସାଙ୍ଗର ପ୍ରାଇଭେଟ୍‌ ପାର୍ଟ କାଟିଦେଲା ସାଙ୍ଗ

ବନ୍ଧୁ ସାଜିଲା ବଇରୀ। ସାଙ୍ଗର ପ୍ରାଇଭେଟ୍‌ ପାର୍ଟ କାଟିଦେଲା ସାଙ୍ଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମି ଏଭଳି କିଛି ଅଭାବନୀୟ ଘଟଣା ଘଟିଛି। More

୪ ଘଣ୍ଟାର ଅପରେସନ୍‌ ପରେ ମଳଦ୍ୱାରରୁ ବାହାରିଲା ଶାବଳ

ଅପରେସନ୍‌ କରାଯାଇ ମଳଦ୍ୱାରରୁ ବାହାର କରାଗଲା ଶାବଳ। ଜଣେ ନାବାଳକର ମଳଦ୍ୱାର ଦେଇ ପଶି ଯାଇଥିବା ଶାବଳକୁ ଅପରେସନ କରି ସର୍ଜରୀ ବିଭାଗର ଡାକ୍ତରୀ ଟିମ୍ ଏହାକୁ ବାହାର କରିଛନ୍ତି।  More

ଆଜିଠୁ ମାଟ୍ରିକ ଖାତାଦେଖା, ୧୩ ହଜାର ଶିକ୍ଷକ ଖାତା ଦେଖିବେ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତା ଦେଖିବେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ। ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି। More

ଆସନ୍ତାକାଲିଠାରୁ ମାଟ୍ରିକ୍‌ ଖାତାଦେଖା ଆରମ୍ଭ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତାଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ । More

ଆଖିକୁ ଦିଶୁନି...ସେ ହାର ମାନିନି...ଆଇଏଏସ୍‌ ହେବାର ଦେଖୁଛି ସ୍ୱପ୍ନ

ଷ୍ଟେଜ୍‌ ଉପରେ ପୂରା ତାଳ ଓ ଲୟରେ ଗୀତ ଏମିତି ଗାଉଛନ୍ତି ଯେ ବରିଷ୍ଠ ପୋଲିସ ଅଧିକାରୀମାନେ ବି ତାଳି ମାଡ଼ କରୁଛନ୍ତି । ୧୮ ବର୍ଷିୟା ଆଶା ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ସୁଦ୍ଧା ସଙ୍ଗୀତ ପ୍ରତି ପିଲା ଦିନରୁ ରହିଛି ଅହେତୁକ ଦୁର୍ବଳତା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନକୁ ଛୁଇଁ ପାରିଛନ୍ତି । ତେବେ ଆଶାଙ୍କ ବାପା ଦିନ ମଜୁରିଆ କାମ କରୁଥିବା ବେଳେ ମାଆ ପର ଘରେ କାମ କରନ୍ତି । ଏତେ ସବୁ କଷ୍ଟ ପରେ ବି ଆଶା ହାର ମାନିନାହାନ୍ତି ବରଂ ଗୋଟିଏ ଭଲ ସିଙ୍ଗର କିମ୍ବା ଆଇଏଏସ୍‌ ହେବା ଲାଗି ସ୍ୱପ୍ନ ଦେଖୁଛନ୍ତି ଆଶା। More

ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲକୁ ଉଡ଼େଇ ନେଲା

ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲର ଛାତକୁ କୁଆଡ଼େ ଉଡ଼େଇ ନେଲା । ଆଜବେଷ୍ଟ ପୂରା ଗୁଣ୍ଡ, ଫ୍ୟାନ ପୂରା ବଙ୍କା । କାମ କେମିତି ହୋଇଛି ଜଳଜଳ ଦିଶୁଛି More

ଶାସକ ଦଳର ଅନୁକମ୍ପା ବନାମ ବିରୋଧୀଙ୍କ ଆଇନଶୃଙ୍ଖଳା : ସରଗରମ୍‌ ଝାରସୁଗୁଡ଼ା ରାଜନୀତି

ମେ' ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ । ତାରିଖ ଘୋଷଣା ହେଉ ହେଉ ଶାସକ ଦଳଠାରୁ ଆରମ୍ଭ କରି ବିରୋଧୀ ଏବେ ପୁରା ସକ୍ରିୟ। More

ସେମାନେ ଯେତିକି ସ୍ୱତନ୍ତ୍ର, ସେତିକି ସମର୍ଥ…

ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍, ସାର୍ ଆଇଜାକ୍ ନ୍ୟୁଟନ୍, ପ୍ରଖ୍ୟାତ ଚିତ୍ରକର ପାବଲୋ ପିକାସୋ । ଶୈଶବରେ ଏମାନେ ଥିଲେ ଅଟିଜିମର ଶିକାର । ଖାଲି ଏମାନେ କାହିଁକି, ଚର୍ଚ୍ଚା ହୁଏ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲଗେଟ୍ସଙ୍କ ଠାରେ ବି ଦେଖାଯାଏ ଅଟିଜିମର କିଛି କିଛି ଲକ୍ଷଣ । More