ସଂକ୍ଷେପରେ ଆଜିର ତାଜା ଖବର - Sunday, 12 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଜି ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ଥିଲା ଦ୍ୱାଦଶାହ

ମାର୍ଚ୍ଚ ୧ ତାରିଖରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିଲା । ରାତି ୧୧ଟା ୨୫ ମିନିଟ୍‌ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା । More

ନିଆରା ବାହାଘର; ଘୋଡ଼ାରେ ବର, ଶଗଡ଼ରେ କନିଆଁ

୨୦୨୩ରେ ଆଗକାଳ ଭଳି ବିବାହ ଶୋଭାଯାତ୍ରାର ଚିତ୍ର । ବିଳାସପୂର୍ଣ୍ଣ କାର ବଦଳରେ ପୁରୁଣାକାଳିଆ ଶଗଡ଼ ଗାଡ଼ି ଆଉ ଶୀତତାପ ନିୟନ୍ତ୍ରିତ ଆବଦ୍ଧ ସ୍ଥାନ ବଦଳରେ ବାଉଁଶ ପାତିଆର ଆଢୁଆଳ । ତାରି ଭିତରେ ବୋହୂ ଯାଉଛି ଶାଶୁଘର । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଙ୍କତରା ଗାଁର ଏ ଦୃଶ୍ୟ ଆଜି ଦିନରେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ । More

SHG ଗ୍ରୁପ୍‌ର ଖୋଲିଲା ଗୁମର: ଲୋନ୍ ନେଉଛନ୍ତି, ସୁଝୁନାହାନ୍ତି..

ମିଶନ୍ ଶକ୍ତି ସଂପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ନେଇ ଅକଳରେ ସରକାର । ସ୍ୱୟଂ ସହୟିକା ଗୋଷ୍ଠୀ ଲୋନ୍ ବିନିଯୋଗର ପର୍ଦ୍ଦାଫାଶ ଲୋନ୍ ନେଉଛନ୍ତି,କିନ୍ତୁ ସୁଝୁନାହାନ୍ତି । ସଠିକ ଭାବେ ବିନିଯୋଗ ହେଉନି ଋଣ ବାବଦ ମିଳୁଥିବା ଅର୍ଥ । More

ସରପଞ୍ଚଙ୍କ ଦୁର୍ଘଟଣାରେ ମୃତ୍ୟୁ ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ?

ଗତକାଲି ଜଣେ ସଂପର୍କୀୟଙ୍କ ଘରୁ ଭାଇ ସହ ଭୋଜିଖାଇ ଫେରିବାବେଳେ ହାଇୱା ଧକ୍କାରେ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରାଙ୍କ ମୃତ୍ୟୁ ହୋଇଛି। ଏହା ପଛରେ ଷଡ଼ଯନ୍ତ୍ର ଥିବା ପରିବାର ଲୋକେ କହିଥିବାବେଳେ ଭୋଜିକୁ ଯିବା ପୂର୍ବରୁ ଦୀପାଙ୍କ ଶେଷ ଇନଷ୍ଟା ରିଲସ ଚର୍ଚ୍ଚାର ବିଷୟ ହୋଇଛି। More

ଏମିତି କ’ଣ କଲେ ! ଜାତିସଂଘରେ ଚମକିଲେ ଓଡ଼ିଆ ପୁଅ..

ପରିବେଶର କ୍ଷତିର ଭରଣା କରିବା ପାଇଁ କେନ୍ଦ୍ରାପଡ଼ାରେ ସାଗର ପ୍ରଧାନ ଏକ ବଡ଼ ନିଷ୍ପତ୍ତି ନେଲେ । ଲେଖକ ଭାବରେ ତାଙ୍କର ରୋଜଗାରକୁ ସେ ଗଛ ଲଗାଇବାରେ ଖର୍ଚ୍ଚ କରିବେ । ୨୦୦୮ ପରଠାରୁ ସେ ହଜାର ହଜାର ଗଛ ଲଗାଇବାରେ ସାହାଯ୍ୟ କରିଛନ୍ତି ଏବଂ ସମଗ୍ର ଭାରତରେ ୧୨ ଟି ପୋଖରୀକୁ ପୁନର୍ଜୀବିତ କରିଛନ୍ତି । More

ଆହୁରି ତାତିବ ଓଡ଼ିଶା; ୧୫ରୁ ସକ୍ରିୟ ହେବ ପଶ୍ଚିମା ଝଡ଼

୧୬ ତାରିଖରେ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଚଂଳିକ ପାଣିପାଗ ବିଭାଗ । More

ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍; ଚାଲିଗଲା ୩ ଜୀବନ

ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ପରେ ପିକଅପ ଚାଳକ ଗାଡ଼ି ଛାଡି ଫେରାର ହୋଇଯାଇଛି । More

ରାଜଧାନୀ ଭୁବନେଶ୍ୱରରେ ଡ୍ରଗ୍ସ ଖାଇ ସିରିଜ୍ ଦୁର୍ଘଟଣା; ୩ ଗୁରୁତର

ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଡ୍ରାଇଭର । ପରେ ସୂର୍ଯ୍ୟନଗର ଅଂଚଳରେ ସ୍ଥାନୀୟ ଲୋକେ କାରକୁ ଅଟକାଇବା ସହ ଚାଳକଙ୍କୁ କାବୁ କରିଛନ୍ତି । କାରରେ ଥିବା ୩ ଜଣଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମ‍ବାସୀ । More

ଲେଖକର ଭାବ ଓ ଅନୁଭବ ତା’ର ସୃଷ୍ଟିକୁ ପ୍ରଭାବିତ କରିଥାଏ

ଗାଳ୍ପିକ ଓ କବି ଗଙ୍ଗାଧର ବିଶ୍ୱାଳଙ୍କ କବିତା ବହି ‘ମାନିର ରଫ୍‌ ଖାତାରେ ପୁର୍ଣ୍ଣିମାର ଗାଁ ଓ ଅନ୍ୟାନ୍ୟ କବିତା’ ଓ ଜ୍ୟୋତ୍ସ୍ନା ବିଶ୍ୱାଳଙ୍କ ଗପବହି ‘ଦର୍ପଣ ଆଗରେ’ ଉନ୍ମୋଚିତ ହୋଇଯାଇଛି। More

ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପରେ ଘୋଟାଲା

ସବୁ ଗୁଡିକ ଅଧପନ୍ତରିଆ ଏବଂ ସବୁଠି ହୋଇଛି ନିମ୍ନମାନର କାମ More

ବାଟବଣା ବସୁଧା : ପାଣି ପାଇଁ ଯୋଜନା ଏବେ ପାଣିର ଗାର

ବର୍ଷ ବର୍ଷ ଧରି ଲୋକଙ୍କୁ ମିଳୁନି ପାଣି More

ତରଙ୍ଗ ସିନେ ଫ୍ଲିକ୍ସର ଆଜି ଦ୍ୱିତୀୟ ଦିନ, ପ୍ରଦର୍ଶିତ ହେବ ୩ ଫିଲ୍ମ

ଭୁବନେଶ୍ୱରରେ ଚାଲିଥିବା ଦୁଇ ଦିନିଆ ଆଞ୍ଚଳିକ ଫିଲ୍ମ କନକ୍ଲେଭ୍ ତରଙ୍ଗ ସିନେ ଫ୍ଲିକ୍ସର ଆଜି ଦ୍ୱିତୀୟ ଦିନ। ଆଜି ୩ଟି ଫିଲ୍ମ ପ୍ରଦର୍ଶିତ ହେବ।  More

ଦାମୀ ଗାଡ଼ି ବଦଳରେ ବଳଦ ଗାଡ଼ିରେ ଶାଶୁ ଘର ଗଲା କନ୍ୟା

କୌଣସି ଦାମୀ କାର୍‌ରେ ବସି କନ୍ୟା ଶାଶୁଘରକୁ ବିଦା ହୋଇ ନାହାନ୍ତି ବରଂ ଶଗଡ଼ରେ ବସି ପାରମ୍ପରିକ ଢଙ୍ଗରେ ଶାଶୁଘର ଯାଇଛନ୍ତି। ବର ଘୋଡ଼ାରେ ବସି ବିବାହ ମଣ୍ଡପକୁ ଆସିଥିବା ବେଳେ କନ୍ୟା ବଳଦ ଗାଡ଼ିରେ ବସି ଶାଶୁ ଘରକୁ ଯାଇଛନ୍ତି। More

ଆହାର କେନ୍ଦ୍ରକୁ ଖାଇବାକୁ ଆସି ମାଡ଼ ଖାଇଲେ ଯୁବତୀ !

ଆହାର କେନ୍ଦ୍ରକୁ ଖାଇବାକୁ ଆସି ମାଡ଼ ଖାଇଲେ ଯୁବତୀ। ନିମ୍ନମାନର ଖାଦ୍ୟକୁ ନେଇ ପ୍ରତିବାଦ କରିବାରୁ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। More

ପୁଣି ଭିଜିବ ଓଡ଼ିଶା ! ୧୫ରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୧୫ ତାରିଖରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। More

ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନାହାନ୍ତି ଚିନ୍ମୟୀଙ୍କ ମାଆ; ନ୍ୟାୟ ପାଇଁ ହାଇକୋର୍ଟ ଯିବେ

ପୋଷ୍ଟମୋର୍ଟମ୍ ରିପୋର୍ଟରେ ଯାହା ଥିଲା ଡାଏଟମ୍ ଟେଷ୍ଟ୍‌ରେ ବି ସମାନ କଥା ଆସିଲା। ଏବେ ଭିସରା ରିପୋର୍ଟକୁ ଅପେକ୍ଷା ରହିଛି। ଯଦି ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ସ୍ପଷ୍ଟ କରୁଛନ୍ତି ଏସ୍‌ପି। ତେଣେ ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନଥିବା ଚିନ୍ମୟୀଙ୍କ ମାଆ ନ୍ୟାୟ ପାଇଁ ହାଇକୋର୍ଟ ଯିବେ ବୋଲି ଦୋହରାଇଛନ୍ତି। More

ତରଙ୍ଗ ସିନେଫ୍ଲିକ୍ସ; ଗୋଟିଏ ମଞ୍ଚରେ ଦେଶର ପ୍ରସିଦ୍ଧ ଲେଖକ, କଳାକାର ଓ ନିର୍ଦ୍ଦେଶକ

ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ତରଙ୍ଗ ସିନେ ଫ୍ଲିକ୍ସ- ୨୦୨୩ । ଯେଉଁଠି ଆଞ୍ଚଳିକ ସିନେମାକୁ ନେଇ ଅନୁଷ୍ଠିତ ହୋଇଛି କନକ୍ଲେଭ୍ । ପ୍ରଥମ ଦିନରେ ପ୍ରଥମ ଫିଲ୍ମ ଭାବେ ପ୍ରଦର୍ଶିତ ହୋଇଛି ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ଦମନ । More

ଭାତହାଣ୍ଡି ଉଜାଡ଼ିଦେଲା ନିଆଁ; କେମିତି ଚଳିବ ପରିବାର ?

ଲିଭିଯାଇଛି ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସର ସେହି ସର୍ବଗିଳା ନିଆଁ, ଆଉ ଧୂଆଁ ନାହିଁ କି ନିଆଁକୁ ନେଇ ଆତଙ୍କ ବି ନାହିଁ । ହେଲେ ଖଣ୍ଡିଏ ଲେଖାଏଁ ଦୋକାନ କରି ଯେଉଁମାନେ ତେଲ ଲୁଣର ସଂସାର ଚଳାଉଥିଲେ, ଲୁହ ଆଉ କୋହରେ ବତୁରି ଯାଉଛି ସେମାନଙ୍କ ମନ ଆଉ ପ୍ରାଣ । କାରଣ ନିଆଁରେ ଜୀବିକା ଆଉ ରୋଜଗାରର ପନ୍ଥା ଜଳିପୋଡ଼ି ଯାଇଛି । ଉଜୁଡ଼ିଯାଇଛି ପ୍ରତ୍ୟେକଙ୍କ ଭାତହାଣ୍ଡି । More

ପୁଣି ଫେରିବ କି ମାସ୍କ ଯୁଗ ? ଓଡ଼ିଶାରେ ୫୯ଜଣ H3N2 ପଜିଟିଭ୍ ଚିହ୍ନଟ

ଇନଫ୍ଲୁଏଞ୍ଜା ସନ୍ଦେହରେ ଗତ ଜାନୁଆରୀ ଓ ଫେବ୍ରୁଆରୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୨୫ଟି ସାମ୍ପଲ୍ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୫୯ଟି H3N2, ୫ଟି ଇନଫ୍ଲୁଏଞ୍ଜା-ଏ ଏବଂ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । More

୧୫ ହଜାରରୁ ଅଧିକ ପିଲା ଦେଉନାହାନ୍ତି ମାଟ୍ରିକ୍‌ ପରୀକ୍ଷା

ଦାଦନ, ନାବାଳିକା ବିବାହ ଓ ଆର୍ଥିକ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା କୁହାଯାଉଛି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପରୀକ୍ଷା ପରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଆଯିବ । More