ସଂକ୍ଷେପରେ ଆଜିର ତାଜା ଖବର - Tuesday, 01 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦୂର ହେଲା ଦ୍ୱନ୍ଦ୍ୱ; ଜାଣନ୍ତୁ ଚନ୍ଦ୍ରଗ୍ରହଣର ନୀତିକାନ୍ତି, କେତେବେଳେ କରିବେ ପାକତ୍ୟାଗ୍‌..

ଛତିଶା ନିଯୋଗ ବୈଠକରେ ନୂଆ ନୀତି ନିର୍ଘଣ୍ଟ ହୋଇଛି । ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବ । ତା ପରେ ପରେ ସବୁ ନୀତିକାନ୍ତି କରାଯାଇ ସକାଳ ୫ଟା ୫୦ ସୁଦ୍ଧା ସରିବ ଭୋଗ ମଣ୍ଡପ । More

ଯୀଶୁଖ୍ରୀଷ୍ଟ ହିନ୍ଦୁ ଥିଲେ ! ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହେଲାଣି ବିବାଦ

ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖ୍ରୀଷ୍ଟିଆନଙ୍କ ବିରୋଧ । ଆର୍କ ବିଶପ କହିଲେ, ପ୍ରମାଣ ଥିଲେ ଦିଅ । More

ଟାଟା ଅଧିକୃତ ଜମିରେ ଫର୍ଟିଲାଇଜର ପ୍ଲାଣ୍ଟକୁ ବିରୋଧ, ସାର କାରଖାନା ନେଇ ଗ୍ରାମବାସୀ-ପୋଲିସ ଧସ୍ତାଧସ୍ତି

ଗାଁ ପାଖରେ ବିଷାକ୍ତ କାରଖାନା ନକରିବାକୁ ଦାବି । More

BJDରେ ନେତା-କର୍ମୀ ଗୌଣ, SHGଙ୍କ ପଲ୍ଲା ଭାରି; ଦଳ ଭିତରେ ଚାଲିଛି ସମାନ୍ତରାଳ ସଙ୍ଗଠନ !

ଧାମନଗରରେ ଚିତ୍ର ସ୍ପଷ୍ଟ, ୨୪ ନିର୍ବାଚନରେ ପ୍ରୟୋଗ ଚର୍ଚ୍ଚା । More

ପଞ୍ଚୁକରେ ବି ନିରାଶ ହେବେ ଭକ୍ତ; ଧବଳେଶ୍ୱର ପୀଠ ଯିବାକୁ ମନା କଲା ପ୍ରଶାସନ

ପଞ୍ଚୁକ ଓ ବଡ଼ଓଷାରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା । ବାଟ ଓଗାଳିଲା ଅସୁରକ୍ଷିତ ଝୁଲା ପୋଲ । କାର୍ତ୍ତିକ ପଞ୍ଚୁକ ତା ସାଙ୍ଗକୁ ବଡ଼ ଓଷା ଲୋକାରଣ୍ୟ ହୋଇଥାଆନ୍ତା ରାଜ୍ୟର ଅନ୍ୟତମ ପୁରାତନ ଶୈବପୀଠ ଧବଳେଶ୍ୱର । More

ଧାମନଗର ଉପନିର୍ବାଚନ: ସରିଗଲା ପ୍ରଚାର, ଏବେ ନେତାଙ୍କ ଅନ୍ଧାରି ବିଜେ

ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ପୋର୍ଲିଂ ପାର୍ଟି । More

ଏକତରଫା ପ୍ରେମରୁ ବିଚ୍‌ ରାସ୍ତାରେ ଛାତ୍ରୀଙ୍କୁ ଛୁରାମାଡ଼

କଲେଜରୁ ବସ୍‌ରେ ଫେରି ଚାଲି ଚାଲି ଗଲା ବେଳେ ଛାତ୍ରୀଙ୍କ ଉପରେ ଆକ୍ରମଣ । More

ସେବା, ସୁଶାସନ ଓ ଗରିବ କଲ୍ୟାଣ ଶୀର୍ଷକ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୈଦାନକେଲ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। More

ବିଶ୍ୱକପ୍‌ ଫାଇନାଲକୁ ଯିବ କିଏ, ଭବିଷ୍ୟବାଣୀ କଲେ ଗାଙ୍ଗୁଲି

୨୦୦୩ ବିଶ୍ୱକପ୍‌ ଫାଇନାଲରେ ନେତୃତ୍ୱ ନେଇଥିଲେ ଗାଙ୍ଗୁଲି। More

ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ଅନୁମତି, ହେଲେ ଛୁଇଁବା ମନା

ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ, ୫୦ ଅଫିସର ରହିବେ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି । More

ଶାସକ ଦଳର ଅନ୍ଧାରୀ ବିଜେ ରୋକିବାକୁ ବିଜେପିର ଦାବି

ବିଜେପି ବିରୋଧରେ ବିଜେଡି ଯେଉଁସବୁ ଅଭିଯୋଗ ନେଇ ସିଇଓଙ୍କ ଅଫିସକୁ ଯାଇଛି, ତାର ତଥ୍ୟ ବି ମାଗିଛି ଦଳ। More

'ମୁଁ ନବୀନ ସାରଙ୍କ ପାଇଁ ପ୍ରଚାରରେ ଆସିଛି'

ଆଜି ମୈଦାନକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା। More

'ଲୋକ ଅନ୍ୟଠୁ ପଇସା ଖାଇବେ, ଭୋଟ୍‌ ହାତକୁ ଦେବେ'

କଂଗ୍ରେସର ପ୍ରଚାରର ମଙ୍ଗ ଧରିଛନ୍ତି ବିଧାୟକ ସୁର ରାଉତରାୟ।  More

ଧବଳେଶ୍ୱର ପୀଠରେ ୧୪୪, ଭକ୍ତଙ୍କୁ ଆସିବା ମନା

ଗତକାଲି ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା। More

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ସୁନ୍ଦରୀ ଶିମିଳିପାଳ

ଡାକବଙ୍ଗଳାରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନେ ଅଗ୍ରୀମ ଦେୟ ପୈଠକରି କେବଳ ଅନଲାଇନରେ ସଂରକ୍ଷଣ କରିବାକୁ ପଡ଼ିବ। More

ମୋର୍ବି ଟ୍ରାଜେଡି ପରେ ଏଠି ପ୍ରଶାସନର ଚେତା ପଶିଲା, କଳଙ୍କି ଲଗା ଝୁଲା ପୋଲକୁ ହେଲା ବ୍ୟାନ୍‌ !

ଟେକନିକାଲ ଟିମ୍ କରିଥିଲା ଝୁଲା ପୋଲର ସ୍ଥିତି ଯାଞ୍ଚ । ଆଉ ଜଣାପଡ଼ିଥିଲା ଜୁଲାପୋଲରେ ଲାଗିଲାଣି କଳଙ୍କି । More

ଗୋଟିଏ ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର, ବାପା-ମା-ଭଉଣୀଙ୍କୁ ମାରି ଆତ୍ମହତ୍ୟା କଲା ପୁଅ

କିଛିଦିନ ତଳେ ସ୍ଥିର ହୋଇଥିଲା ସାନ ଭଉଣୀର ବାହାଘର । ହତ୍ୟା ମାମଲା ରୁଜୁ କରି କାରଣ ଖୋଜୁଛି ପୋଲିସ । More

ରାଜଧାନୀରେ ବିଜେପିର ରଣହୁଙ୍କାର; ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍

ଭୁବନେଶ୍ୱର ଶିଶୁ ଭବନ ଛକରେ ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ୍-ବିଜେପି କର୍ମୀ ମଧ୍ୟରେ ଛକାପଞ୍ଝା । ଠେଲାପେଲା ଓ ଧସ୍ତାଧସ୍ତି ।  ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ନାକେଦମ୍ ପୋଲିସ୍ । ଶେଷରେ ଗିରଫ ହେଲେ ବିଜେପ ନେତା ଓ କର୍ମୀ । More

ଧାମନଗର ଉପନିର୍ବାଚନ: ଗଣ୍ତାଗଣ୍ତା ଟଙ୍କା ବଣ୍ଟା ଭିଡିଓ ଭାଇରାଲ, କେବେ ହେବ କାର୍ଯ୍ୟାନୁଷ୍ଠାନ?

ଭୋଟ୍ ପାଇଁ ଖୋଲାଖୋଲି ନୋଟ୍ ବଣ୍ଟା । ବିଜେଡିକୁ ସମର୍ଥନ କରିବା ଲାଗି ଗୋଟିଏ ଗୋଟିଏ SHG ପିଛା ଦିଆଯାଉଛି ୪ ହଜାର ଟଙ୍କା । ଏଭଳି ଅଭିଯୋଗ ଭିତରେ ବମକୁରା ପଂଚାୟତର ଘାଟସାହିରୁ ନୂଆ ଭିଡିଓ ଆସିଛି । More

ଧବଳେଶ୍ୱର ପୀଠରେ ଲାଗିଲା ୧୪୪ ଧାରା, ଭକ୍ତଙ୍କୁ ହେଲା ବାରଣ

ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା । ତେବେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ହେଲା । More