ସଂକ୍ଷେପରେ ଆଜିର ତାଜା ଖବର - Tuesday, 14 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୁବନେଶ୍ୱରରେ ମିଳୁଛି ସୁହାଗରାତ୍ ପାନ୍; ଗୋଟାକୁ ୧୧ହଜାର

ରଜପାନ ତ ଖାଇଥିବେ। ଖାଇଛନ୍ତି କି କେବେ ଗୁପ୍‌ଚୁପ୍ ପାନ। ଗୋଟାକୁ ୧୧ହଜାର ଟଙ୍କା ପର୍ଯ୍ୟନ୍ତ ଅଛି। ଏହା ଭୁବନେଶ୍ୱରରେ ମିଳୁଛି। More

ହାତ ପାଆନ୍ତାରେ ରାହୁଲ; ଆଉ ମାତ୍ର ୮ ଇଞ୍ଚ୍‌

ବୋରୱେଲରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ଜାନ୍ ଲଗାଇ ଦେଇଛି NDRF । ଅଣଓସାରିଆ ସୁଡ଼ଙ୍ଗରେ ରାହୁଲ ପାଖରେ ପହଞ୍ଚିବାକୁ କେବଳ ୮ ଇଞ୍ଚ୍‌ର ଦୂରତା ରହିଛି । More

ସ୍ନାନବେଦୀରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ

ସୁନା କୂଅକୁ ଆସିଥିବା ଜଳରେ ଚାଲିଛି ଦିବ୍ୟସ୍ନାନ More

ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବାଜିଥିଲା ୬ଟି ଗୁଳି

୮ ଦିନ ତଳେ ଆହତ ହାତୀ ଠାବ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ହାତୀର ଶରୀରରେ ମୋଟ ୬ଟି ଗୁଳି ବାଜିଥିବା ଜଣାପଡ଼ିଥିଲା । More

୪୨ ଡିଗ୍ରୀ ତାପମାତ୍ରାରେ ବି ଗଛରେ ଫଳୁଛି ଲାଲ ଟହଟହ ଆପେଲ୍‌

ପ୍ରବଳ ଗୁଳୁଗୁଳି, ପ୍ରଚଣ୍ଡ ତାତି। ତାପମାତ୍ରା ପାଖାପାଖି ୪୨ ଡିଗ୍ରୀ ହେବ। ହେଲେ ଓଡିଶାର ଏଇଠି ପ୍ରଚୁର ପରିମାଣରେ ଫଳୁଛି ଆପେଲ। ପେନ୍ଥା ପେନ୍ଥା ଝୁଲିଛି ସେଓ। ଲାଲ ଟହଟହ ସେଓ ଦେଖିଲେ ଆପଣଙ୍କ ପାଟିରେ ବି ଆସିଯିବ ଲାଳ। ଜାଣନ୍ତୁ ଏତେ ଖରାରେ କେମିତି ହେଉଛି ଆପେଲ ଚାଷ। More

ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ କ’ଣ ରହିଛି ସମ୍ପୂର୍ଣ୍ଣ ନୀତିକାନ୍ତି ? ଜାଣନ୍ତୁ..

ପୂର୍ବରୁ ସୂର୍ଣ୍ଣକୂପର ସଂସ୍କାରାଦି ପରେ ସ୍ନାନବେଦୀ ସୁସସ୍କୃତ ହୋଇ ଚନ୍ଦ୍ରାତପାଦି ଦ୍ୱାରା ସୁସଜିତ ଥାଏ । ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଶ୍ରୀ ଶୁଭଦ୍ରା, ଶ୍ରୀ ଜଗନ୍ନାଥ  ଯଥାକ୍ରମେ ସ୍ନାନବେଦୀକୁ ଯାତ୍ରା କରିବା ପରେ ଶ୍ରୀ ମଦନ ମୋହନ ବିଜେ ହୁଅନ୍ତି । ଦେବବିଗ୍ରହ ଯାତ୍ରା ମାନଙ୍କର ଏହି ବିଜେ ଯାତ୍ରାକୁ ପହଣ୍ଡି ବିଜେ କୁହାଯାଏ । More

ଦିନେ ପାଣି ପାଇଁ ଡହଳ ବିକଳ ହେଉଥିଲେ, ଏବେ ବିନା ମୋଟର୍‌ରେ ୨୪ ଘଣ୍ଟା ମିଳୁଛି ପାଣି

ୟାକୁ କହନ୍ତି ବୁଦ୍ଧିର କରାମତି । ବିନା ମୋଟର ବିନା ଇଲେକ୍ଟ୍ରିରେ ଘରକୁ ଅନବରତ ଆସୁଛି ପାଣି । ଆଉ ନାହିଁ ପୂର୍ବର ଜଳକଷ୍ଟ । ଇଏ ପୁଣି ଆଦିବାସୀ ଇଲାକାରେ । More

ପୁଅକୁ ଫେରି ପାଇବା ପାଇଁ ଖୁବ୍ ଆଶାବାଦୀ, ରାହୁଲଙ୍କ ବାପା

ଖୁବ୍ କମ୍ ସମୟ ଭିତରେ ରାହୁଲ ଉଦ୍ଧାର ହେବ ବୋଲି ଆଶ କରାଯାଉଛି । ତେବେ ରାହୁଲକୁ ଉଦ୍ଧାର କିରବା ପରେ ଗ୍ରୀନ୍ କରିଡର ଜରିଆରେ ବିଳାସପୁର ନିଆଯିବ ବୋଲି ସୂଚନା ମିଳିଛି । More

ମହାପ୍ରଭୁଙ୍କ ପତିତପାବନ ଲୀଳା

ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । More

ସ୍ନାନବେଦୀରରେ ଚତୁର୍ଦ୍ଧାମୂରତି, ୧୦୮ ଗରା ସୁବାସିତ ଜଳରେ କରିବେ ସ୍ନାନ

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଭକ୍ତଙ୍କୁ ହାତୀବେଶରେ ଦେଖାଦେବେ କାଳିଆ ଠାକୁର । ବଡ଼ଦାଣ୍ଡରୁ ଭକ୍ତ ଦେଖିବ ଚତୁର୍ଦ୍ଧା ମୂରତି। ପବିତ୍ର ସ୍ନାନଯାତ୍ରାର ଟିକିନିକି ଖବର ଓ ଭିଡିଓ ଦେଖନ୍ତୁ ଓଟିଭିର ଏହି ଲାଇଭ୍ ପେଜ୍‌ରେ । More

ହାତୀପଲ୍ଲଙ୍କୁ ଘଉଡାଇବ ମହୁମାଛି

ହାତୀ-ମଣିଷ ଲଢେଇ ରୋକିବେ ମହୁମାଛି । ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ । ରେଡ୍ୟୁସିଙ୍ଗ ଏଲିଫ୍ୟାଣ୍ଟ ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ ବିଜ୍ ବା ରି-ହ୍ୟାବ୍ ପ୍ରୋଜେକ୍ଟରେ ଗାଁ ମୁହାଁ ହାତୀଙ୍କୁ ଘଉଡାଇବା ସହଜ ହେବ ବୋଲି ଆଶା ରଖିଛି ବନ ବିଭାଗ । More

ଏଥର ଜମିବ ରଜ ! ଲାଗିଲାଣି ଦୋଳି, କିଣା ସରିଲାଣି ଫଳ ସାଙ୍ଗକୁ ନୂଆ ପୋଷାକ

ରଜ ଗୀତ ଓ ଓଡ଼ିଆ ଆଧୁନିକ ଗୀତର ତାଳେ ତାଳେ ନାଚଗୀତ ଆରମ୍ଭ କଲେଣି କଟକ, ସାଲେପୁର ଅଞ୍ଚଳର କୁନି କୁନି ପଲାମାନେ । ଭଳିକି ଭଳି ଡିଜାଇନର ମେହେନ୍ଦି ସାଙ୍ଗକୁ ଅଳତା ବି ନାଇଛନ୍ତି ପାଦରେ । More

ସବୁ ଦେଖି ଚୁପ୍‌ ପ୍ରଶାସନ; ୫ ଫୁଟିଆ ଘରେ କଟୁଛି ବୁଢ଼ୀ ମାଉସୀର ଜୀବନ

୨୨ ବର୍ଷର ସ୍ଥିର ସରକାର। ଫୁଟିକିଆ ଘରେ ରହୁଛି ୫ ଫୁଟିଆ ମଣିଷ। ଖାଇବାକୁ ନାହିଁ ପିଇବାକୁ ନାହିଁ....ବର୍ଷା ହେଲେ ମୁଣ୍ଡ ଉପରେ ବର୍ଷୁଛି, ଖରା ହେଲେ ଟିଣ ଘରେ ଦେହ ଜଳିଯାଉଛି। ଘର ଖଣ୍ଡିଏ ପାଇଁ ଗୁହାରି କରି କରି ହାଲିଆ ହେଲେ ଲାଞ୍ଚ ବିନା ଘର ହେଉନି। ରାସନ କାର୍ଡ ନାହିଁ କି ଭତ୍ତା ନାହିଁ। ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ବାସନ୍ତୀ। More

ମହିଳା-ଶିଶୁଙ୍କ ପାଇଁ ମାଳ ମାଳ ଯୋଜନା, ହେଲେ କମୁନି ମୃତ୍ୟୁ ହାର

୨୨ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୧୫, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ କୁପୋଷଣକୁ ଦାୟୀ କଲେ ବିଶେଷଜ୍ଞ । ପଛୁଆ ଓ ଆଦିବାସୀ ଜିଲ୍ଲାରେ ସ୍ଥିତି ସଂଗୀନ । More

୮୦ ଫୁଟ୍ ଗାତରେ ନିସ୍ତେଜ ହେଉଛି ରାହୁଲ, ସୁରକ୍ଷିତ ବାହାରିବ କେମିତି ?

ସୁଡ଼ଙ୍ଗ ଖୋଳି, ଚାଲିଛି ଉଦ୍ଧାର କାର୍ଯ୍ୟ । ରାହୁଲଠୁ ମାତ୍ର କିଛି ଫୁଟ୍ ଦୂରରେ ରେସ୍‌କ୍ୟୁ ଟିମ୍ । ଜଳସ୍ତର ହ୍ରାସ ପାଇଁ ଆଖପାଖ ଗାଁରେ ଖୋଲିଦିଆଯାଇଛି ବୋରୱେଲ । More