Advertisment

ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷିପାରେ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୨୧ କି.ମି. ବେଗରେ ଗତି କରୁଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଏହା ଝାରସୁଗୁଡ଼ା ଠାରୁ ୫୦ କି.ମି. ଓ ଛତିଶଗଡ଼ରୁ ୧୩୦ କି.ମି. ଦୂରରେ ଅଛି।

ଅଦ୍ୟତନ ହୋଇଛି
Heavy Rainfall Alert In Odisha

Heavy Rainfall Alert In Odisha

Advertisment

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୨୧ କି.ମି. ବେଗରେ ଗତି କରୁଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଏହା ଝାରସୁଗୁଡ଼ା ଠାରୁ ୫୦ କି.ମି. ଓ ଛତିଶଗଡ଼ରୁ ୧୩୦ କି.ମି. ଦୂରରେ ଅଛି।

Advertisment

ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଓ ମଧ୍ୟପ୍ରଦେଶ ଆଡ଼େ ଅଗ୍ରସର ହୋଇପାରେ। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  

ତାଜା ଅପଡେଟ: ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା ଲାଗି SRCଙ୍କ ନିର୍ଦ୍ଦେଶ

ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ  ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

Advertisment

ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର(SRC) ସତର୍କତା ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଉ ବୋଲି SRC ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଯୋଗ ବ୍ୟବସ୍ଥା କରିବାକୁ ପରାମର୍ଶ ଦେବା ସହ ଆହୁରି ଅଧିକ ତଳିଆ ଅଞ୍ଚଳରେ ବନ୍ୟା ଆସିପାରେ ବୋଲି SRC କହିଛନ୍ତି। 

Advertisment
Weather Forecast Heavy Rainfall Alert Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ