Cold Wave
ବାପରେ ବାପ୍ କି ଜାଡ଼ । ଏମିତି ଜାଡ଼ ଯେ, ପାଇପ୍ ଭିତରେ ଥିବା ପାଣି ବି ପାଲଟିଯାଉଛି ବରଫ । ଆପଣ ଭାବୁଥିବେ ଏମିତି ସ୍ଥିତି କେବଳ ବିଦେଶରେ ବା କୌଣସି ଥଣ୍ଡା ଦେଶରେ ଦେଖିବାକୁ ମିଳୁଥିବ । ଆଜ୍ଞା ହଁ ଏମିତି ସ୍ଥିତି କେବଳ ଥଣ୍ଡା ଦେଶରେ ହିଁ ଦେଖିବାକୁ ମିଳେ । କିନ୍ତୁ ଏବେ ଏମିତି ପରିସ୍ଥିତି ଆମ ଦେଶରେ ବି ଦେଖିବାକୁ ମିଳିଛି ।
କାଶ୍ମୀରରେ ଏବେ ଏମିତି ସ୍ଥିତି ଉପୁଜିଛି । ପାଇପ୍ରୁ ପାଣି ବଦଳରେ ବାହାରୁଛି ବରଫ । ପିଇବା ପାଣି ମିଳିବା ମୁସ୍କିଲ ହୋଇପଡ଼ିଛି । ପାରଦ ଏଠାରେ ଏତେ ତଳକୁ ଖସିଛି ଯେ, ସାଧାରଣରେ ପାଣି ଦେଖିବା ବି ମୁସ୍କିଲ । ଥଣ୍ଡା ଦିନରେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିବା ଶ୍ରୀନଗରର ଡାଲ ଲେକ୍ ଅଧାରୁ ଅଧିକ ବରଫ ପାଲଟିଯାଇଛି । ଏବେ ଏଠାରେ ତାପମାତ୍ରା ମାଇନସ୍ ୬.୪ ଡିଗ୍ରୀ ରହିଛି । ତେବେ ସବୁଠୁ ବଡ଼ କଥା ହେଲା, ଏତେ ଥଣ୍ଡା ସତ୍ତ୍ୱେ ପର୍ଯ୍ୟଟକ ହାର ମାନି ନାହାନ୍ତି । ଯେତେ ବାଧା ବିଘ୍ନ ଆସିଲେ ବି ଉତ୍ସୁକତାର ସହ ଥଣ୍ଡାର ମୁକାବିଲା କରୁଛନ୍ତି ପର୍ଯ୍ୟଟକ । ଆଉ ଡାଲ୍ ଲେକ୍ର ମଜା ନେବାକୁ ଚେଷ୍ଟା କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Cold_Wave_1672916764.jpg)