Advertisment

ସାବଧାନ!! ବଢ଼ିବ ତାତି, ଜଳିବ ଓଡ଼ିଶା; ଆଗାମୀ ୪ଦିନ ଯାଏ ପ୍ରବଳ ଗରମ

ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବଢିବ ରାତି ତାପମାତ୍ରା। ୪ ତାରିଖ ପରେ ପଶ୍ଚିମା ଝଡ଼ର ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Heat Wave Alert for Odisha

Heat Wave

Advertisment

ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ବଢିବ ତାତି। ବଢିବ ଉଭୟ ଦିନ ଓ ରାତି ତାପମାତ୍ରା। ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବଢିବ ରାତି ତାପମାତ୍ରା। ୪ ତାରିଖ ପରେ ପଶ୍ଚିମା ଝଡ଼ର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରିବ। ଫଳରେ ଦିନ ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ସେପଟେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସତର୍କ ରହିବାକୁ ଚିଠି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ। ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରକୁ ସତର୍କ ସୂଚନା ଦିଆଯାଇଛି। ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପାଣି ମହଜୁଦ ରଖିବା ସହିତ ପିଲାଙ୍କୁ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।

Weather Update Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ