Advertisment

ପ୍ରଚଣ୍ଡ ତାତି: ୫ ଦିନ ଯାଏ ନିସ୍ତାର ନାହିଁ

ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ତାତି ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ୬୦ ପ୍ରତିଶତ ଉପରେ ରହୁଛି ଆଦ୍ରତା।

Hot Wave

Hot Wave

Advertisment

ଅସମ୍ଭାଳ ହେଲାଣି ତାତି। ଆଜିବି ଜଳୁଛି ସାରା ଓଡ଼ିଶା। ଦିନ ସାଢେ ୨ଟା ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ଟପିଛି। ଝାରସୁଗୁଡ଼ାରେ ସର୍ବାଧିକ ୩୮.୪ ଡିଗ୍ରୀ ତାପମାତ୍ରା
ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲି ୩୮.୨, ରାଉରକେଲା ୩୭.୮ ଏବଂ ସମ୍ବଲପୁରରେ ୩୭.୭ ଡିଗ୍ରୀ ରହିଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ହୋଇଛି।

Advertisment

ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ତାତି ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ୬୦ ପ୍ରତିଶତ ଉପରେ ରହୁଛି ଆଦ୍ରତା। ରାତିରେ ବି ସ୍ୱାଭାବିକ ଠାରୁ ୫ ଡିଗ୍ରୀ ଉପରେ ରହୁଛି ତାପାମାତ୍ରା। ଆସନ୍ତା ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପିକ୍ ଆୱାରରେ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି। ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବଜ୍ରପାତ ନେଇ ସତର୍କତା ଜାରି ହୋଇଛି।

କଲବଲ କରିଲାଣି ତାତି। ଚଳିତ ବର୍ଷର ପାରଦ ୪୦ ଡିଗ୍ରୀ ଛୁଇଁଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାତି ବଢିବ ବୋଲି ପାଣିପାଗ ବିଭାଗର ସୂଚନା ମିଳିଛି। ଏଥିସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ। ଦିନ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି। ଗତକାଲି ରାଜ୍ୟର ୫ଟି ସହରରେ ତାତି ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Weather News Hot Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ