ଆହୁରି ୨ ଦିନ ବର୍ଷା !! ୬ ଜିଲ୍ଲାରେ ପ୍ରବଳ ବର୍ଷିବ..

ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଅତି ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Heavy Rainfall Alert

ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ସୁଦୃଶ ଲଘୁଚାପ ବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଓ ସଂଲଗ୍ନ ଝାଡଖଣ୍ଡ ଅଂଚଳରେ ରହିଛି । ଏହା ପ୍ରଭାବରେ ବର୍ଷା ଜାରି ରହିଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୬ଟି ଜିଲ୍ଲାକୁ ଅରେଂଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହି ଜିଲ୍ଲା ଗୁଡିକ ହେଲା ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ଦେବଗଡ ଏବଂ ଅନୁଗୁଳ । ସେହିପରି ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି । ଲଘୁଚାପ ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆହୁରି ଦୁଇ ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଲାଗି ରହିବ ।