Light rain to lash north Odisha districts today
ଆଜିଠୁ ରାଜ୍ୟରେ କମିବ ଘୂର୍ଣ୍ଣିବଳୟର ପ୍ରଭାବ। ଫଳରେ ବର୍ଷାର ପରିମାଣ ହ୍ରାସ ପାଇବ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ଆଜିଠୁ ୨ ଦିନ ଯାଏ ବିଶେଷ ବର୍ଷା ସମ୍ଭାବନା ନାହିଁ। ଆଜି ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ।
ଆଜି କେନ୍ଦୁଝର ଏବଂ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ୨୭ ତାରିଖରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଓ ୨୮ ତାରିଖରେ ପୁଣି ବର୍ଷାର ପରିମାଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପକ୍ଷେ, ଦେବଗଡ, ଢେଙ୍କାନାଳ, ନୟାଗଡ, ବୌଦ୍ଧ, କୋରାପୁଟ, ରାୟଗଡ଼ା ଏବଂ ଗଜପତିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଅବଶିଷ୍ଟ ୨୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।
ଅଗଷ୍ଟ ମାସର ପ୍ରଥମ ୨୪ ଦିନରେ ରାଜ୍ୟରେ ଏଯାବତ୍ ୪୪୪.୫ ମି.ମି. ବର୍ଷା ରେକର୍ଡ କରାଯାଇଛି। ୨୦୨୨ ମସିହା ଜୁନରୁ ୨୦୨୨ ମସିହା ଅଗଷ୍ଟ ୨୪ ମଧ୍ୟରେ ରାଜ୍ୟରେ ୯୫୨.୬ ମି.ମି. ବର୍ଷା ରେକର୍ଡ ହୋଇଛି। ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୩୮.୮ ମି.ମି. ତୁଳନାରେ ୧୪% ଅଧିକ ରହିଛି।ଏହି ସମୟ ମଧ୍ୟରେ କନ୍ଧମାଳ(+୬୮% ) ରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/d_1661396777.jpg)