Advertisment

ଆଜିଠୁ ବଦଳିବ ପାଗ, କାଲିଠୁ ପାଗ ଶୁଖିଲା

୭ ତାରିଖରୁ ଓଡ଼ିଶାରେ ପାଗ ଶୁଖିଲା ରହିବ। ଆଜିଠୁ ୩ ରୁ ୪ ଡ଼ିଗ୍ରୀ ଯାଏ ରାତିର ତାପମାତ୍ରା ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଅଦ୍ୟତନ ହୋଇଛି
cloudy sky

cloudy sky

Advertisment

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଜୱାଦ୍‌’ ଅବପାତରେ ପରିଣତ ହେବା ପରେ ଦୁର୍ବଳ ହୋଇଛି। ଆଜି ସକାଳ ସାଢ଼େ ୫ଟାରେ ଅବପାତ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇ ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  

Advertisment

ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ‘ଜୱାଦ୍‌’ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳ ତଥା ତତ୍‌ ସଂଲଗ୍ନ ଜିଲ୍ଲା ଗୁଡିକରେ ପାଗ ମେଘୁଆ ରହିବ। ଆଜି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। ୭ ତାରିଖରୁ ଓଡ଼ିଶାରେ ପାଗ ଶୁଖିଲା ରହିବ। ଆଜିଠୁ ୩ ରୁ ୪ ଡ଼ିଗ୍ରୀ ଯାଏ ରାତିର ତାପମାତ୍ରା ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

Advertisment


— Meteorological Centre, Bhubaneswar (@mcbbsr) December 6, 2021

‘ଜଓ୍ୱାଦ୍‌’ ସିନା ଦୁର୍ବଳ ହୋଇଛି, ହେଲେ ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବାତ୍ୟା ‘ଜଓ୍ୱାଦ୍‌’ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଫଳରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୁରୀ, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଚାଷବାସ, ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ, କଟକର ନିଆଳି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ସହ ଅନ୍ୟ ଉପକୂଳ ଜିଲ୍ଲାର ଅନେକ ଅଞ୍ଚଳରେ ଚାଷ ଉଜୁଡ଼ି ଯାଇଛି। ଏଣେ ପାଗ ସମ୍ପୂର୍ଣ୍ଣ ସୁଧୁରି ନଥିବାରୁ କ୍ଷୟକ୍ଷତି ପରିମାଣ ଆହୁରି ବଢିବା ଆଶଙ୍କା କରାଯାଉଛି। 

Advertisment
Weather In Odisha Cyclone Jawad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ