Advertisment

୧୦ ଯାଏଁ ପ୍ରବଳ ବର୍ଷା !

ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କଟକରେ ବର୍ଷା ଆଲର୍ଟ । କୋରାପୁଟ, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଘଡଘଡି ସହ ବର୍ଷାର ପୂର୍ବାନୁମାନ ।

ଅଦ୍ୟତନ ହୋଇଛି
Ganesh Puja Weather

Ganesh Puja Weather

Advertisment

ପୂଜାକୁ ଭିଜାଇପାରେ ଲଘୁଚାପ ବର୍ଷା। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି। ଏହା କ୍ରମଶ ଉତ୍ତର ଦିଗକୁ ଗତି କରିବା ସହ ତୀବ୍ର ହୋଇ ଆସନ୍ତା ୯ ତାରିଖ ଅର୍ଥାତ୍ ସୋମବାର ଅବପାତର ରୂପ ନେଇପାରେ। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Advertisment

ଆଜିଠୁ ଆରମ୍ଭ ହୋଇଯିବ ବର୍ଷା। ୧୦ ତାରିଖ ଯାଏଁ ରହିବ ବର୍ଷାର ପ୍ରଭାବ। ଆସନ୍ତା ୩ ଘଣ୍ଟାରେ ଜଗତସିଂହପୁର, ବଲାଙ୍ଗୀର, ନୂଆପଡା, ବରଗଡ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କଟକ, କୋରାପୁଟ, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଘଡଘଡି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। 

ତେବେ ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଆଜି ହେଉଛି ଗଣେଶ ଚତୁର୍ଥୀ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦୀପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଏପରିକି ସାହି ଗଳିରେ ଚାଲିଛି ପୂଜାର୍ଚ୍ଚନା। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧ। ଏଠାରେ ୨୦୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ଚଳିତବର୍ଷ ୧୩ ଦିନ ଧରି ଚାଲିବ ଗଣେଶ ପୂଜା। ତେବେ ରାଜଧାନୀ ଭୁବନେଶ୍ୱର, କଟକ, ରାଉରକେଲାରେ ବି ସୁନ୍ଦର ଆଲୋକମାଳା ସାଙ୍ଗକୁ ଚିତାକର୍ଷକ ସାଜସଜ୍ଜା ଓ ବିଶାଳ ମୂର୍ତ୍ତି କରାଯାଇଛି। ସେପଟେ ମହାରାଷ୍ଟ୍ରରେ ଗଣପର୍ବ ଭାବେ ଗଣପତି ବାବାଙ୍କ ପର୍ବ ବଡ ଧୁମଧାମରେ ପାଳିତ ହେଉଛି।

Advertisment

ସେପଟେ ଆନ୍ଧ୍ରପ୍ରଦେଶରେ ବନ୍ୟା ବିଭୀଷିକା। ବୁଡ଼ିଲା ରେଳ ଷ୍ଟେସନ୍, ଧୋଇଗଲା ରେଳ ଟ୍ରାକ୍, ଭାସିଲା ଟ୍ରକ୍, ରାସ୍ତାରେ ସୁଅ କାଟୁଛି ୫ ଫୁଟରୁ ଅଧିକ ପାଣି। ଛାତିକୁ ଥରାଇ ଦେଲା ଭଳି ଏମିତି କିଛି ଦୃଶ୍ୟ ଏବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଟ୍ରେନ୍ ଓ ସଡ଼କ ପଥରେ ଚଳାଚଳ। ଆନ୍ଧ୍ରର ଏକାଧିକ ସ୍ଥାନରେ ଟ୍ରେନ୍ ଟ୍ରାକ୍ ଉପୁଡ଼ି ପଡ଼ିଛି। କେଉଁଠି ଛୋଟ ଛୋଟ ବ୍ରିଜ୍ ବି କ୍ଷତିଗସ୍ତ ହୋଇଛି। ଫଳରେ ଆନ୍ଧ୍ରରୁ ଓଡ଼ିଶା ଏବଂ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିବା ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି।

Weather News Ganesh Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ