Advertisment

ଆସନ୍ତା ୩୬ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷିବ !

ପାଣିପାଗ ବିଭାଗର ସତର୍କ ସୂଚନା । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ...

ଅଦ୍ୟତନ ହୋଇଛି
Weather update Heavy rainfall to lash Odisha for next 36 Hours

Weather update Heavy rainfall to lash Odisha for next 36 Hours

Advertisment

ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଉପକୂଳ ଓଡ଼ିଶାରେ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ବାୟୁମଣ୍ଡଳରେ ୩.୬ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି । ଆଗାମୀ ୩୬ ଘଣ୍ଟା ଭିତରେ ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Advertisment

ଆଜି ସକାଳୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି :-

ସେହିପରି, ୨ ଦିନ ହେବ ମାଲକାନଗିରି ଜିଲ୍ଲାରେ ଗତ ପ୍ରବଳ ବର୍ଷା ଲାଗି ରହିଛି । ଏଥିଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମୋଟୁ ସୀମାନ୍ତ ନିଲିପାକା ନିକଟରେ ରାସ୍ତା ଉପରେ ପାଣି ଜମିବା ଯୋଗୁଁ ଯାତାୟତ ବାଧା ପ୍ରାପ୍ତ ହୋଇଛି । ଏଥିଯୋଗୁଁ ମାଲକାନଗିରି ରୁ ଛତିଶଗଡ଼ ଓ ଆନ୍ଧ୍ରକୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇଛି। ଉଭୟ ପାର୍ଶ୍ୱରେ ଗାଡି ଗୁଡିକ ଅଟକି ରହିଛି। ଏବେବି ବର୍ଷା ଲାଗି ରହିଛି। ଏହି କାରଣରୁ ଗୋଦାବରୀ ନଦୀ ଦ୍ୱିତୀୟ ବିପଦ ସଙ୍କେତ ଉପରେ ରହିଛି। ମାଲକାନଗିରି ଜିଲ୍ଲାର ଛୋଟ ବଡ଼ ନଦୀ ଗୁଡିକର ଜଳ ସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ।

Advertisment

ତେବେ ବର୍ଷା ଋତୁ ଆସୁ ଆସୁ ଦେଶର ଏକାଧିକ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଗୁଜରାଟରେ ମାତ୍ର ଦୁଇରୁ ତିନି ଦିନର ବର୍ଷାରେ ଏକାଧିକ ଜିଲ୍ଲା ଜଳମଗ୍ନ ହୋଇଛି । ଭଲସାଦ୍, ନବସାରୀ ସମେତ ଅହମ୍ମଦାବାଦ୍ ସହରରେ ସୁଅ କାଟୁଛି ପାଣି । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ରାସ୍ତାଘାଟରେ ବନ୍ୟା ପାଣି ଜମି ରହିଛି । ପରିସ୍ଥିତି ଏବେ ଏତେ ବିଗିଡ଼ିଛି କି ଲୋକଙ୍କ ଘର ଦ୍ୱାର ସହ ଗୃହପାଳିତ ପଶୁ ବି ଭାସି ଯାଇଛନ୍ତି । ଖାଲି ଗୁଜରାଟ ନୁହେଁ ବନ୍ୟାର ବିଭୀଷିକା ଏବେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ବି ଦେଖିବାକୁ ମିଳିଛି ।

Odisha Weather Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ