Odisha Latest Weather Update |
ତାତିରେ ଆଉଟୁପାଉଟୁ ସାରା ରାଜ୍ୟ । ଗତକାଲି ୧୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ସେହିପରି ୬ଟି ସ୍ଥାନରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି ।
ଚଳିତ ବର୍ଷ ତାପମାତ୍ରାରେ ସୋନପୁର ସହର ରେକର୍ଡ କରିବା ସହ ଗତକାଲି ୪୪.୫ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ସେଠାରେ ଥିଲା । ତାପଛକୁ ବଲାଙ୍ଗିରରେ ତାପମାତ୍ରା ଥିଲା ୪୪ ଡିଗ୍ରୀ ସେଲସିୟସ ।
ଅନ୍ୟପକ୍ଷେ, ଗତକାଲି ମଧ୍ୟ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିଲା। ଏଥି ପାଇଁ ଆବଶ୍ୟକ ପଦକ୍ଷେପ ସହ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଏସ୍ଆର୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649140760.jpg)