Advertisment

ଆଜିଠୁ ରାଜ୍ୟରେ କମିବ ବର୍ଷା, ବଢିବ ତାପମାତ୍ରା

ରାଜଧାନୀ ଭୁବନେଶ୍ୱରରେ ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଅଦ୍ୟତନ ହୋଇଛି
Weather Update

Weather Update

Advertisment

ଆଜିଠୁ କମିବ ବର୍ଷା, ବଢିବ ଖରା । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ, ପାଗ ମେଘୁଆ ରହିପାରେ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୪ ଘଣ୍ଟା ପରେ ରାଜ୍ୟର ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ବଢିପାରେ । ତେବେ ରାଜଧାନୀ ଭୁବନେଶ୍ୱରରେ ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

Advertisment

ଗତ ୬ ଦିନ ହେଲା ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ଲାଗି ରହିଥିଲା । ପଶ୍ଚିମା ଝଡ଼ ପ୍ରଭାବରେ କୁଆପଥର ସହ ବର୍ଷା ହୋଇଛି । ରାଜଧାନୀରେ ବି କୁଆପଥର ପଡ଼ିଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେବା ସହ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସିଆରପି ଛକ ଏବଂ ଘାଟିକିଆରେ କୁଆପଥର ବର୍ଷା ହୋଇଥିଲା ।

Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ