Advertisment

Weather Update: ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା; ୩୭ ଡିଗ୍ରୀ ଡେଇଁଲା ୧୦ ସହରର ତାପମାତ୍ରା

ପାଣିପାଗ କେନ୍ଦ୍ରରର ସୂଚନା ଅନୁସାରେ ଏବର୍ଷ ତାତି ସବୁ ରେକର୍ଡ ଭାଙ୍ଗିବ। ମାର୍ଚ୍ଚ ଓ ଏପ୍ରିଲ ମାସରେ ତାପମାତ୍ରା ଅଧିକ ରହିବା ସହ ଲମ୍ବା ସମୟ ଧରି ଜାରି ରହିବ ଗ୍ରୀଷ୍ମପ୍ରବାହ।

Weather

Weather

Advertisment

ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ। ଗତକାଲି ରାଜ୍ୟର ୧୦ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା। ୩୮.୨ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।

Advertisment

ସେହିପରି ବଲାଙ୍ଗିର ୩୮.୧, ଅନୁଗୁଳ ୩୭.୯, ଟିଟିଲାଗଡ଼, ୩୭.୬, ଭଦ୍ରକ ୩୭.୫ ଓ ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଗତକାଲି ୩୬.୧ ଡିଗ୍ରୀ ଥିଲା ସର୍ବୋଚ୍ଚ ତାପମାତ୍ରା । ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ଆରମ୍ଭ ମଧ୍ୟରେ ପ୍ରତିଦିନ ପାରଦ ଉପରମୁହାଁ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ପାରଦ ହେବ ଉପରମୁହାଁ; ବଢ଼ିବ ତାତି

ପାଣିପାଗ କେନ୍ଦ୍ରରର ସୂଚନା ଅନୁସାରେ ଏବର୍ଷ ତାତି ସବୁ ରେକର୍ଡ ଭାଙ୍ଗିବ। ମାର୍ଚ୍ଚ ଓ ଏପ୍ରିଲ ମାସରେ ତାପମାତ୍ରା ଅଧିକ ରହିବା ସହ ଲମ୍ବା ସମୟ ଧରି ଜାରି ରହିବ ଗ୍ରୀଷ୍ମପ୍ରବାହ।

Advertisment

ସୂଚନାଯୋଗ୍ୟ, ଗ୍ରୀଷ୍ମ ଆରମ୍ଭରୁ ଜଳ କଷ୍ଟ ଆରମ୍ଭ ହୋଇଗଲାଣି। ଖରା ଦିନ ପୂର୍ବରୁ ପାଣି ମୁଦାଏ ପାଇଁ ଡହଳବିକଳ ହେଉଛନ୍ତି ଗାଁ ଲୋକେ।

ଅଧିକ ପଢ଼ନ୍ତୁ: ୩୬ ଡିଗ୍ରୀ ଛୁଇଁଲା ପାରଦ, ଖରା ମାଡ଼ରେ ଗାଏବ ହେଲାଣି ମାଘର ଜାଡ଼

Weather Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ