Advertisment

Weather Update:ଆଜିଠୁ ପାରଦ ଉପରମୁହାଁ; ବଢ଼ିବ ତାତି

ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଏବଂ ରାତି ତାପମାତ୍ରା ଅଧିକ ରହିବ। ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି।

Weather

Weather

Advertisment

ଶୀତ ଗାଏବ। ଆଜିଠୁ ରାଜ୍ୟରେ ବଢିବ ତାତି। ଖରା ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରୁ ଶୀତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆଜିଠୁ ଖରା ବଢ଼ିବ। ସପ୍ତାହେ ଯାଏଁ ଗରମ ସହ ଖରାରୁ ନିସ୍ତାର ନାହିଁ। ଏବେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଓ ରାତି ତାପମାତ୍ରା ଅଧିକ ରହିବ। ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି।

ଆଜି କିଛି ଜିଲ୍ଲାରେ ଘନ କୁହୁଡ଼ି ନେଇ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ,ରାୟଗଡା,ଗଜପତି ଗଂଜାମ ,କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର ଦେଓଗଡ, ସମ୍ବଲପୁର ଓ କେନ୍ଦୁଝର। ଏହି ଜିଲ୍ଲାରେ ଘନ କୁହୁଡ଼ି ହେବ। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିବ। ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ହେବା ଯୋଗୁ ଲୋକେମାନେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବେ।  

Advertisment

ସେହିପରି ୩୧ ତାରିଖରେ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। 

ଅଧିକ ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ଲୋକେ; ଆହୁରି ବଢିବ ତାତି!

Weather Odisha Weather
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ