Astrospeak
  • Live TV
  • Read In English

ମହାନଦୀରେ ଆସୁଛି ବନ୍ୟା, ପରିସ୍ଥିତି ଉପରେ ନଜର : ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତାହେଲେ ଅଗଷ୍ଟ ୧୫ ବେଳକୁ ମଧ୍ୟମ ଧରଣର ବନ୍ୟା ଆସିପାରେ

special report
ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ମହାନଦୀରେ ଆସୁଛି ବନ୍ୟା

ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ମହାନଦୀରେ ଆସୁଛି ବନ୍ୟା । ମହାନଦୀରେ ଆସୁଥିବା ଏହି ବନ୍ୟାଜଳ ଆଜି କଟକ ମୁଣ୍ଡଳୀ ଦେଇ ଅତିକ୍ରମ କରିବ । ଏବେ ସୁଦ୍ଧା ହୀରାକୁଦର ମୋଟ ୩୪ଟି ଗେଟ୍ ଖୋଲା ଯାଇ ବନ୍ୟା ପାଣି ଛଡ଼ା ଯାଉଛି । ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରକୁ ୫ ଲକ୍ଷ ୬୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୫ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ଛଡ଼ାଯାଉଛି ।

ହୀରାକୁଦ ଡ୍ୟାମରୁ ଖୋଲାଯାଉଥିବା ଗେଟ୍ ସଂଖ୍ୟା ବଢୁଥିବାରୁ ମହାନଦୀ ସିଷ୍ଟମରେ ଏକ ଛୋଟ ଧରଣର ବନ୍ୟା ଆଶଙ୍କା କରାଯାଇଛି । ଆଜି କଟକ ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ୍ ଓ ଆସନ୍ତାକାଲି ସୁଦ୍ଧା ପ୍ରାୟ ୧୧ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତାହେଲେ ଅଗଷ୍ଟ ୧୫ ବେଳକୁ ମଧ୍ୟମ ଧରଣର ବନ୍ୟା ଆସିପାରେ । ତେଣୁ ମହାନଦୀ ଅବବାହିକା ଜିଲ୍ଲା ଗୁଡ଼ିକରେ ସଜାଗ ରହିଛି ଜିଲ୍ଲା ପ୍ରଶାସନ । ରାଜ୍ୟର ୧୮ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିଲା ତାକୁ ମରାମତି କରାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳରେ ଏହା ଅବପାତରେ ପରିଣତ ହୋଇଛି । ଦୀଘାରୁ ଦକ୍ଷିଣ ପୂର୍ବର ୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଅବପାତ । ବର୍ଷା ପାଇଁ ଆସନ୍ତା ୨୪ ଘଣ୍ଟା ଲାଗି ୧୧ ଜିଲ୍ଲାକୁ ରେଡ୍ ଏବଂ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ଦେବଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।