Advertisment

ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ: ବଢ଼ୁଛି ୭ଟି ନଦୀର ଜଳସ୍ତର,୧୫ ଶହ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ

ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ। ରାଜ୍ୟରେ ୭ଟି ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ନରାଜରେ ବଢୁଛି ମହାନଦୀର ଜଳସ୍ତର। ସେହିପରି ଆଳିପିଙ୍ଗଳରେ ଦେବୀ ନଦୀ ଫୁଲିବାରେ ଲାଗିଛି। ସୁନ୍ଦରଗଡରେ ଇବ୍, ଜେନାପୁର ଓ ପାନପୋଷରେ ବ୍ରାହ୍ଣଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି।

Water Level Rises In Various Rivers

Water Level Rises In Various Rivers

Advertisment

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ। ରାଜ୍ୟରେ ୭ଟି ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ନରାଜରେ ବଢୁଛି ମହାନଦୀର ଜଳସ୍ତର। ସେହିପରି ଆଳିପିଙ୍ଗଳରେ ଦେବୀ ନଦୀ ଫୁଲିବାରେ ଲାଗିଛି। ସୁନ୍ଦରଗଡରେ ଇବ୍, ଜେନାପୁର ଓ ପାନପୋଷରେ ବ୍ରାହ୍ଣଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି।

Advertisment

ଆଖୁଆପଦାରେ ବୈତରଣୀର ଜଳସ୍ତର ବଢୁ ଥିବାବେଳେ ଏଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀର ଜଳ। ୫ ନମ୍ବର ଜାତୀୟ ରାଜପଥ ନିକଟରେ ବୁଢାବଳଙ୍ଗ ଏବଂ ରାଜଘାଟ ଓ ଜାମସୋଳାଘାଟରେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଗୁଣୁପୁରରେ ବଂଶଧାରା ଏବଂ ମଥାନିରେ ଜଳକାର ଜଳସ୍ତର ବୃଦ୍ଧି ପାଉଛି। ମଥାନୀରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ବ୍ରାହ୍ମଣୀ ଓ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବ୍ରାହ୍ମଣୀରେ ଜଳ ସ୍ତର କମୁଥିଲେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

Advertisment

ଜେନାପୁରରେ ବ୍ରାହ୍ମଣୀ ବିପଦ ସଙ୍କେତ ୬୭ ଫୁଟ ଥିବାବେଳେ ଜଳ ସ୍ତର ୬୭.୮୦ ଫୁଟ ରହିଛି। ମଥାନିରେ ଜଳକାର ବିପଦ ସଙ୍କେତ ୫.୫ ମି. ଥିବାବେଳେ ଜଳସ୍ତର ୬.୫୧ ମି. ରହିଛି। 

Advertisment

ଅନ୍ୟପକ୍ଷେ, ଯାଜପୁର ଜିଲ୍ଲାର ମାଟିଆପଡ଼ା ନିକଟରେ ବ୍ରାହ୍ମଣୀ ନଦୀରେ ୨ଟି ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁ ସାହୁପଡା ଓ ଧାରପୁର ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଘାଇ ଯୋଗୁ ଏକାଧିକ ପଞ୍ଚାୟତ ଜଳାର୍ଣ୍ଣବ ହେବା ଆଶଙ୍କା ରହିଛି। ସେପଟେ ମୟୂରଭଞ୍ ଜିଲ୍ଲା କରଞ୍ଜିଆ ଠାକୁରମୁଣ୍ଡା ବ୍ଲକର ଡଙ୍ଗାଡିହା ଗାଁର ୩ଟି ସାହି ଜଳବନ୍ଦୀ ହୋଇଛି। ସାଳନ୍ଦୀ ନଦୀରେ ବାଉଁଶ ପୋଲ ଭାସି ଯିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଫଳରେ ୩ଟି ସାହିର ପ୍ରାୟ ୧୫ ଶହ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକାର ମହଦା-ବାବୁପାଲି ରାସ୍ତାରେ ଥିବା ରପ୍ତା ପୋଲ ବୁଡ଼ି ଯାଇଛି। ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। 

ରାଜ୍ୟରେ ଲଗାଣ ବର୍ଷାରେ ୨୦ ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ୩ ହଜାର ୬ଶହ ୯୬ଟି ଗାଁ ଏବଂ ୨୭ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ତେବେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଲକ୍ଷ ୪୬ ହଜାର ୨୨ ଜଣ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୨ ଜଣ ଏବଂ ଖୋର୍ଦ୍ଧା ଓ ଗଞ୍ଜାମରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

Odisha Increase Water Level Rivers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ