Advertisment

ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ଶତାଧିକ ଗାଁ

ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏନେଇ ନଦୀ କୂଳିଆ ଓ ତଳିଆ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।

Water Level Rises In Subarnarekha

Water Level Rises In Subarnarekha

Advertisment

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଏବେ ଜଳସ୍ତର ୧୦.୨୯ ମିଟର ରହିଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଗତ ୩ ଦିନ ହେଲା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। 

Advertisment

ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ନଦୀ କୂଳିଆ ଓ ତଳିଆ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି। 

ଭୋଗରାଇ ବ୍ଲକର ୬ଟି ପଞ୍ଚାୟତର ୪୦ଟି ଗାଁ, ବାଲିଆପାଳ ବ୍ଲକ୍‌ର ୩୦ଟି ଓ ଜଳେଶ୍ୱର ବ୍ଲକର ୧୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ୩ ବ୍ଲକର ଅନେକ ସ୍ଥାନରେ ରାସ୍ତା ବୁଡ଼ି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ। ଜରୁରୀ ଯାତାୟତ ପାଇଁ ୧୦ଟି ଡଙ୍ଗାକୁ ନିୟୋଜିତ କରାଯାଇଛି। 

Advertisment

ଅନ୍ୟପକ୍ଷେ, ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସାଙ୍ଗକୁ ଲଘୁଚାପ ସୃଷ୍ଟି ହୋଇପାରେ। ଘୂର୍ଣ୍ଣିବଳୟ ଧୀରେ ଧରେ ସକ୍ରିୟ ହେଉଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

Advertisment
Subarnarekha River Increase Water Level
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ