Advertisment

ଉପର ମୁଣ୍ଡରେ ଲଗାଣ ବର୍ଷା, ବଢ଼ୁଛି ବୈତରଣୀ ଓ ଜଳକା ନଦୀର ଜଳସ୍ତର...

ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା ନଦୀର ଜଳସ୍ତର ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଅଛନ୍ତି।

ଅଦ୍ୟତନ ହୋଇଛି
Baitarani River water Level Today

water level of baitarani and jalaka breaches danger mark

Advertisment

ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା ନଦୀର ଜଳସ୍ତର ପ୍ରବାହିତ ହେଉଛି। ମଥାନି ଠାରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୨ ମିଟରରେ ପହଞ୍ଚିଥିଲା। ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ହେବା ପରେ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି।

Advertisment

ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଅଛନ୍ତି। ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବଢୁଛି।

ବର୍ତ୍ତମାନ ଯଦି ବନ୍ୟା ହୂଏ, ତା’ହେଲେ ବସ୍ତା ଓ ସଦର ବ୍ଲକର ପାଖାପାଖି ୧୨ ଟି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା ରହିଛି। ସେହିପରି ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। 

Advertisment

ଚଳିତ ବର୍ଷ ତୃତୀୟ ଥର ପାଇଁ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗତକାଲି ଠାରୁ ବୈତରଣୀ ନଦୀର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୭.୮୩ ଥିବାବେଳେ ସକାଳ ୬ଟା ବେଳେ ବିପଦ ସଙ୍କେତକୁ ଅତିକ୍ରମ କରି ଏବେ ୧୭.୯୦ ମିଟର ଉପରେ ପ୍ରବାହିତ ହେଉଛି। ଗତକାଲି ଠାରୁ ଉପର ମୁଣ୍ଡରେ ବର୍ଷା ହେବାରୁ ଏଭଳି ସ୍ଥିତି ଉପୁଜିଛି।

Baitarani River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ