Advertisment

ଫେବୃଆରୀରୁ ଶୁଖିଲାଣି, ଏପ୍ରିଲରେ କଣ ହେବ?

ଇତିହାସ କହେ ପାଶ୍ଚାତ୍ୟସଭ୍ୟତା ଓଡ଼ିଶାର ସର୍ବବୃହତ ନଦୀ ମହାନଦୀରୁ ହିଁ ଆରମ୍ଭ। ଏବେ କିନ୍ତୁ ମହାନଦୀ ଅବସ୍ଥା ଖରାପ। ନଈରେ ଅଂଟେ ବି ପାଣି ନାହିଁ। ଯେଉଁ ନାଉରୀଆମାନେ ଡଙ୍ଗା ଚଲେଇ ଦୁଇ ପଇସା ରୋଜଗାର କରୁଥିଲେ ଆଜି ସେମାନେ ବେଉସା ହରାଇ ଭୋକ ଉପାସରେ। ଗୋଟିଏ କି ଦୁଇଟି ନୁହେଁ ବରଂ ୨ଶହ ନାଉରିଆ ଏବେ ମହାନଦୀକୁ ଚାହିଁଚାହିଁ ଦିନ କାଟୁଛନ୍ତି ସତ ହେଲେ ଟଙ୍କାଟିଏ ବି ପାଉନାହାନ୍ତି।

ଅଦ୍ୟତନ ହୋଇଛି
Mahanadi River

Mahanadi River

Advertisment

ଫେବୃଆରୀରୁ ଶୁଖିଲା ପଡିଛି ମହାନଦୀ? ଯୁଆଡେ ଦେଖିବେ, ଆଖି ପାଇବା ଯାଏଁ ଖାଲି ବାଲି ଆଉ ବାଲି। ପାଣି କୋଉଠି ମଳେ ମଳେ ଅଛି। ଯେଉଁ ସମୟରେ ଲୋକମାନେ ଡଙ୍ଗାରେ ପାର୍‌ ହେବାର କଥା ସେହି ସମୟରେ ପାଦେ ପାଦେ ପାଣିରେ ନଈ ପାର୍‌ ହେଉଛନ୍ତି ଲୋକେ। କଥା ଏତିକିରେ ସରିନି ବରଂ ଗାଧୋଇବା ପାଇଁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ। ଆଉ ମାଛ ଧରି ପରିବାର ପୋଷୁଥିବା ମତ୍ସଜୀବୀଙ୍କ କଥା ପଚାରେ ବା କିଏ?

Advertisment

ଇତିହାସ କହେ ପାଶ୍ଚାତ୍ୟସଭ୍ୟତା ଓଡ଼ିଶାର ସର୍ବବୃହତ ନଦୀ ମହାନଦୀରୁ ହିଁ ଆରମ୍ଭ। ଏବେ କିନ୍ତୁ ମହାନଦୀ ଅବସ୍ଥା ଖରାପ। ନଈରେ ଅଂଟେ ବି ପାଣି ନାହିଁ। ଯେଉଁ ନାଉରୀଆମାନେ ଡଙ୍ଗା ଚଲେଇ ଦୁଇ ପଇସା ରୋଜଗାର କରୁଥିଲେ ଆଜି ସେମାନେ ବେଉସା ହରାଇ ଭୋକ ଉପାସରେ। ଗୋଟିଏ କି ଦୁଇଟି ନୁହେଁ ବରଂ ୨ଶହ ନାଉରିଆ ଏବେ ମହାନଦୀକୁ ଚାହିଁଚାହିଁ ଦିନ କାଟୁଛନ୍ତି ସତ ହେଲେ ଟଙ୍କାଟିଏ ବି ପାଉନାହାନ୍ତି।

ବର୍ଷେ କି ଦୁଇବର୍ଷ ନୁହେଁ ବରଂ ଅନେକ ବର୍ଷ ହେଲାଣି ମହାନଦୀର ଜଳସ୍ତର ଭୟଙ୍କର ଭାବରେ ହ୍ରାସ ପାଇବାରେ ଲାଗିଛି। ଯେଉଁଥି ପାଇଁ ନାନା ଅସୁବିଧାର ସାମ୍ନା କରୁଛନ୍ତି ବୌଦ୍ଧ ଜିଲ୍ଲାବାସୀ। ନଈରେ ପାଣି ନଥିବାରୁ ଚିନ୍ତାରେ ନଇକୂଳିଆ ଲୋକେ। ଫେବୃଆରୀ ଅଧାରୁ ଯଦି ଏମିତି ଅବସ୍ଥା ତେବେ ଏପ୍ରିଲ, ମେ’ରେ ସ୍ଥିତି କଣ ହେବ? ପାଣି ସମସ୍ୟା ଦେଇ ଗତି କରୁଥିବା ବୌଦ୍ଧ ଲୋକ ପାଣି ପାଇବେ ତ? ଏମିତି ଅନେକ ପ୍ରଶ୍ନ ଅଂଚଳବାସୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ। ସରକାର ଓ ପ୍ରଶାସନର ଚରମ ଅବହେଳା ପାଇଁ ମହାନଦୀ ଆଜି ଶୁଖିଲା ବୋଲି ଅଭିଯୋଗ କରିଛନ୍ତି ଲୋକେ।

Advertisment

ଉପରମୁଣ୍ଡରୁ ତଳମୁଣ୍ଡଯାଏ ଓଡିଶାର ବୃହତ୍ତମ ନଈ ଉପରେ ଶହଶହ ଲୋକ ନିର୍ଭର କରି ପରିବାର ଚଳାନ୍ତି। ହେଲେ ଏବେଠୁ ମହାନଦୀ ଶୁଖିଯାଇଥିବାରୁ ଆଗାମୀ ଦିନରେ ମରୁଡି ସ୍ଥିତି ଉପୁଯିବ ବୋଲି କହିଲେଣି ଲୋକ।

(ରିପୋର୍ଟ- ଦୀପକ ଆଦାର, ବୌଦ୍ଧ)

Mahanadi River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ