Advertisment

ସମୁଦ୍ରରେ ବଳ ଗୋଟାଉଛି ଅତି ଭୀଷଣ ବାତ୍ୟା 'ବିପର୍ଯ୍ୟୟ'

ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ କ୍ରମଶଃ ଘନୀଭୂତ ହେବାରେ ଲାଗିଛି ବାତ୍ୟା 'ବିପର୍ଯ୍ୟୟ'। ଏବେ ଏହା ଗୋଆଠୁ ୮୪୦ କି.ମି., ମୁମ୍ବାଇ ଠାରୁ ୮୭୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି।

ଅଦ୍ୟତନ ହୋଇଛି
Very severe cyclonic storm Biparjoy to intensify further

Very severe cyclonic storm Biparjoy to intensify further

Advertisment

ବଳ ଗୋଟାଉଛି ଅତି ଭୀଷଣ ବାତ୍ୟା 'ବିପର୍ଯ୍ୟୟ'। ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ କ୍ରମଶଃ ଘନୀଭୂତ ହେବାରେ ଲାଗିଛି ବାତ୍ୟା 'ବିପର୍ଯ୍ୟୟ'। ଭାରତୀୟ ପାଣିପାଗ ବିଭାଗର ଲାଟେଷ୍ଟ୍‌ ଅପଡେଟ୍‌ ଅନୁସାରେ, ‘ବିପର୍ଯ୍ୟୟ’ ଏବେ ଗୋଆଠୁ ୮୪୦ କି.ମି., ମୁମ୍ବାଇ ଠାରୁ ୮୭୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଅଧିକ ଘନୀଭୂତ ହୋଇ ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର ଉତ୍ତର-ପଶ୍ଚିମକୁ ଗତି କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

Advertisment

ଲାକ୍ଷାଦ୍ୱୀପ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ରରେ ବାତ୍ୟା ‘ବିପର୍ଯ୍ୟୟ’ର ପ୍ରଭାବ ଦେଖିବାକୁ ମିଳିପାରେ। ପ୍ରବଳ ବର୍ଷା ଓ ଜୋରରେ ପବନ ବହିବା ନେଇ ଏହିସବୁ ଅଞ୍ଚଳକୁ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଆଜି କେନ୍ଦ୍ରୀୟ ଆରବ ସାଗରରେ ପବନର ବେଗ ଘଣ୍ଟା ପ୍ରତି ୧୪୫-୧୫୫ କି.ମି. ରହିପାରେ। ଏହା ଘଣ୍ଟା ପ୍ରତି ୧୭୦ କି.ମି. ମଧ୍ୟ ପହଞ୍ଚିପାରେ।

Advertisment

ଆଜି ସନ୍ଧ୍ୟାରୁ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୪୫-୧୫୫ କି.ମି. ରହିପାରେ। କ୍ରମଶଃ ଏହା ଘଣ୍ଟା ପ୍ରତି ୧୭୦ କି.ମି. ମଧ୍ୟ ପହଞ୍ଚିପାରେ। ଜୁନ୍‌ ୧୦ରେ ପବନର ବେଗ ବଢ଼ିବା ସହ ଘଣ୍ଟାପ୍ରତି ୧୫୫-୧୬୦ କି.ମି. ରହିପାରେ, କ୍ରମଶଃ ଏହା ଘଣ୍ଟାପ୍ରତି ୧୮୦ କି.ମି. ମଧ୍ୟ ପହଞ୍ଚିପାରେ। ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟ ନଯିବାକୁ ପରାମର୍ଶ ଦିଆଯାଇଛି। 

ବାତ୍ୟା ‘ବିପର୍ଯ୍ୟୟ’ କେଉଁଠି ଲ୍ୟାଣ୍ଡ୍‌ଫଲ୍‌ କରିବ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନଥିବା ବେଳେ ପାକିସ୍ତାନରେ ଏହା ଲ୍ୟାଣ୍ଡ୍‌ଫଲ୍‌ କରିପାରେ ବୋଲି ଆଶଙ୍କା କରାଯାଉଛି।  ବିପର୍ଯ୍ୟୟ, ଏହା ବାଂଲାଦେଶ ଦ୍ୱାରା ନାମକରଣ କରାଯାଇଛି । 

Advertisment
Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ