Advertisment

ଆଜି କଟକ, ଭୁବନେଶ୍ୱରରେ ଅଗ୍ନି ବର୍ଷା !

ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ତାପମାତ୍ରା ତୁଳନାରେ ୬.୫ ଡିଗ୍ରୀ କିମ୍ବା ଅଧିକ ରହିପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।

ଅଦ୍ୟତନ ହୋଇଛି
Twin city reels under intense heat wave

Twin city reels under intense heat wave

Advertisment

ରାଜ୍ୟରେ କଲବଲ କରୁଛି ତାତି। ଆଜି ସକାଳ ସାଢେ ୧୧ଟା ୪୨ ଡିଗ୍ରୀ ତାପମାତ୍ରା ସହ  ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର। ସେହିପରି ଝାରସୁଗୁଡ଼ାରେ ୪୧.୮, ଭୁବନେଶ୍ୱରରେ ୪୧.୬,  ହୀରାକୁଦରେ ୪୧.୨, କେନ୍ଦୁଝରରେ ୩୮.୪ , ବାଲେଶ୍ୱର ୩୭, ଚାନ୍ଦବାଲିରେ ୩୭, ପୁରୀରେ ୩୬.୨, ପାରାଦୀପରେ ୩୪.୪ ଓ ଗୋପାଳପୁରରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Advertisment

ସେପଟେ ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ତାପମାତ୍ରା ତୁଳନାରେ ୬.୫ ଡିଗ୍ରୀ କିମ୍ବା ଅଧିକ ରହିପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ସେପଟେ ପାରାଦୀପରେ ସର୍ବାଧିକା ଆଦ୍ରତା ୮୩% ରହିଛି । ଚାନ୍ଦବାଲିରେ ୮୦%, ଗୋପାଳପୁରରେ ୭୯%, ପୁରୀରେ ୭୬% ପ୍ରତିଶତ ଆଦ୍ରତା ରେକର୍ଡ ହୋଇଛି। 

Advertisment

ଆଗାମୀ ୨ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଉପକୂଳ ଅଞ୍ଚଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ଆଜି ପାଇଁ ୧୨ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। 

Advertisment

Heatwave Alert Heatwave Conditions In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ